loading...

ଦଳୀୟ ମିଟିଂରେ ସଂରକ୍ଷଣ କଥା ଉଠାଇ ଓଡିଶାର ଜନତାଙ୍କୁ ଦିନବେଳେ ଲଣ୍ଡନ ଦେଖାଉଛି ବିଜେଡି-ପିଙ୍କି ପ୍ରଧାନ

ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରିବା ପ୍ରସଙ୍ଗ ଦଳୀୟ ମିଟିଂରେ ସଂରକ୍ଷଣ କଥା ଉଠାଇ ଓଡିଶାର ଜନତାଙ୍କୁ ଦିନବେଳେ ଲଣ୍ଡନ

ଦଳୀୟ ମିଟିଂରେ ସଂରକ୍ଷଣ କଥା ଉଠାଇ ଓଡିଶାର ଜନତାଙ୍କୁ ଦିନବେଳେ ଲଣ୍ଡନ ଦେଖାଉଛି ବିଜେଡି - ପିଙ୍କି ପ୍ରଧାନ

ଭୁବନେଶ୍ବର, ଓଡିଶାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ବିଜୁ ଜନତା ଦଳର ଦଳୀୟ ବୈଠକରେ ରିଜଲ୍ୟୁସନ ପାସ ହୋଇଛି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି । ଜଣେ ଜ୍ଞାନୀ ଗୁଣୀ ଲୋକ ହୋଇ ଦଳ ଏବଂ ସରକାର ଭିତରେ ଫରକକୁ ଡ. ସସ୍ମିତ ପାତ୍ର ବୁଝି ନାହାଁନ୍ତି କି ସବୁ ଜାଣି ଅଜଣା ହେଉଛନ୍ତି ବୋଲି ବିଜେପି । ରାଜ୍ୟ ସଂପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ ପ୍ରଶ୍ନ କରିଛନ୍ତି ।

ମଣ୍ଡଳ କମିଶନ ସୁପାରିଶ ପରେ ଦେଶରେ ଓବିସି ସଂରକ୍ଷଣ ଲାଗୁ ହୋଇସାରିଛି । କେନ୍ଦ୍ର ସରକାର ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବାବେଳେ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ସେହିପରି ମୋଦି ସରକାର ଦେଶରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସାଧାରଣ ବର୍ଗଙ୍କ ପାଇଁ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟସରକାର ଓବିସି ଓ ଇଡବ୍ଲ୍ୟୁଏସ ସଂରକ୍ଷଣ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଲାଗୁ କରିନାହାଁନ୍ତି । ଏବେ ଦଳୀୟ ମିଟିଂରେ ସଂରକ୍ଷଣ କଥା ଉଠାଇ ଓଡିଶାର ଜନତାଙ୍କୁ ଦିନବେଳେ ଲଣ୍ଡନ ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।

ଓଡିଶାରେ ଓବିସି ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ଲାଗି ଅନେକ ଦିନରୁ ଦାବି ହେଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓବିସି ମାନଙ୍କୁ ସଂରକ୍ଷଣ ଦେବା ପାଇଁ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେହିପରି ପୂର୍ବରୁ କେନ୍ଦ୍ର ଓବିସି କମିଶନଙ୍କ ବାରମ୍ବାର ତାଗିଦ ପରେ ଗତ ଫେବୃଆରୀ ୨୦୨୦ରେ ରାଜ୍ୟ ସରକାର ଓବିସି କମିଶନ ଗଠନ କରି କେବଳ ଔପଚାରିକତା ପୂରଣ କରିଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ସଂରକ୍ଷଣ ନଦେଇ କେବେଳ ଭାଷଣ ବାଜି କରି ସେମାନଙ୍କ କଟା ଘା’ ରେ ଚୂନ ମାରୁଛନ୍ତି । 

ସଂରକ୍ଷଣ ଦେଲେ କାଳେ ମୋଦି ସରକାର ନାଁ ନେଇଯିବେ ସେହି ଭୟରେ ବିଜେଡି ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରୁନାହିଁ । ନିଜର ରାଜନୈତିକ ସ୍ବାର୍ଥକୁ ଭୁଲି ଓବିସି ଓ ପଛୁଆ ବର୍ଗ ଲୋକଙ୍କୁ ସଂରକ୍ଷଣ ଦେଇ ସେମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବା ପାଇଁ ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget