loading...

ଓବିସି ଓ ଏସ୍‌ଇବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବା ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଓବିସି ଓ ଏସ୍‌ଇବିସି ବର୍ଗଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

ଓବିସି ଓ ଏସ୍‌ଇବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବା ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ ଭୁବନେଶ୍ବର, ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବିତ ସଂକଳ୍ପ କ୍ୟାବିନେଟରେ ପାରିତ କରିବା ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଅନୁରୋଧ ତଥା ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି) ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ଏ ବାବଦରେ ପୂର୍ବରୁ ଦୁଇ ଥର ଅର୍ଥାତ୍ ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ଲେଖିଥିବା ପତ୍ରକୁ ସଂଲଗ୍ନ କରି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଅନୁରୋଧ କ୍ରମେ ରାଜ୍ୟ ସରକାର ଫେବୃୟାରୀ ୧୨, ୨୦୨୦ରେ ବ୍ୟାକୁଆର୍ଡ କ୍ଲାସ କମିଶନ ଗଠନ କରିଛନ୍ତି । ମାତ୍ର ଏହି ଆୟୋଗର ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ହୋଇନଥିବା ବେଳେ ଓବିସି ବର୍ଗ ପାଇଁ ସଂରକ୍ଷଣର ଅନୁରୋଧ ଏର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ତେବେ ଓଡିଶା ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟର ଓବିସି ଏବଂ ଏସଇବିସି ଜନସଂଖ୍ୟା ସପକ୍ଷରେ ନିଶ୍ଚିତ । କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପାଇଁ ଯୁକ୍ତିକୁ ଦୋହରାଇଛନ୍ତି ଶ୍ରୀ ପ୍ରଧାନ । 

ସେ କହିଛନ୍ତି ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ ବଞ୍ଚିତ ହୋଇଛନ୍ତି । ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ । କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡ଼ୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟ ଗୁଡିକ ମଧ୍ୟ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତେବେ ରାଜ୍ୟରେ ଓବିସି ଏବଂ ଏସଇବିସି ପାଇଁ ଏଭଳି ସକରାତ୍ମକ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାରଙ୍କ ବିଳମ୍ବ ପରିଲକ୍ଷିତ ହୋଇଛି । 

ଏହି ବର୍ଗର ଲୋକମାନଙ୍କୁ ସଂରକ୍ଷଣ ନଦିଆଯାଇ ରାଜ୍ୟରେ ସାମାଜିକ – ଅର୍ଥନୈତିକ ବିକାଶର ସମୟକୁ ଧରି ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଓଡିଶାର ବୃହତ ଅବହଳିତ ସମାଜ ଓବିସି ଏବଂ ଏସଇବିସି ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗ୍ରାଧିକାର ପ୍ରଦାନ କରିବା ଏବଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସକରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ ବାବଦରେ ପତ୍ର ଲେଖି ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ତ୍ବରିତ ପଦକ୍ଷେପ ନେବା ପାଇଁ ଦୃଢ ଦାବୀ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget