loading...

ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଦିଗହରା ହୋଇଥିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ ପରୀକୁ ନ୍ୟାୟ ଦେବା ଲାଗି ରାଜ୍ୟସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ

ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଦିଗହରା ହୋଇଥିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର, ନୟାଗଡ ଜିଲ୍ଲା ଯଦୁପୁର ଗାଁର ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି । ୧୪ ଜୁଲାଇ ୨୦୨୦ରେ ପରୀକୁ ହତ୍ୟା କରାଯାଇଥିବାବେଳେ ପୋଲିସ ପରୀର ବାପା ମା' ଙ୍କୁ ତଦନ୍ତ ନାଁରେ ନିର୍ଯ୍ୟାତନା ଦେଇଚାଲିଛି । ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସରକାରୀ ଦଳ ନିର୍ଦ୍ଦେଶରେ ତଦନ୍ତ କରି ଜଣେ ନିର୍ଦ୍ଦିଷକୁ ଅପରାଧୀ ସଜାଇଛନ୍ତି । ଅନ୍ୟପଟେ ମୃତା ପରୀର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ପୋଲିସ କିମ୍ବା ଏସଆଇଟି ତଦନ୍ତ ପରିସରଭୁକ୍ତ କରିନାହିଁ । 

ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବାରୁ ଶାସକ ଦଳ ଚାପରେ ଏସଆଇଟି ତଦନ୍ତ ନକରି ଏକ ମନଗଢା ଗପ ରାଜ୍ୟବାସୀଙ୍କ ଆଗରେ ରଖିଛି । ଏସଆଇଟି ତଦନ୍ତ କେବେ ପରୀକୁ ନ୍ୟାୟ ଦେଇ ପାରିବ ନାହିଁ । ଏଣୁ ପରୀକୁ ନ୍ୟାୟ ଦେବା ଲାଗି ରାଜ୍ୟସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସୂତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ଶାସନ ସଚିବଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ମନ୍ତ୍ରୀ ଅରୁଣ ସାହୁ ଏବଂ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଭାଇରାଲ ଅଡିଓ ଟେପ୍ ପ୍ରଦାନ କରାଯାଇଛି ।

ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ମୁଖ୍ୟ ଯାଦୁକର ଭଳି ଘଟଣାକୁ ୨ ସପ୍ତାହ ଭିତରେ ସମାଧାନ କରିବା ନେଇ ବୟାନ ରଖିଥିଲେ ଏବଂ ଠିକ୍ ୧୫ ଦିନ ଭିତରେ ନାବାଳକ ସରୋଜ ସେଠୀକୁ ହତ୍ୟା ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲେ । ଏଠି ପ୍ରଶ୍ନ ଉଠୁଛି ଓଡିଶା ପୋଲିସ ଏବଂ ସନ୍ଧାନୀ କୁକୁର ଯେଉଁଠି ପରୀର ଶବ ପାଖରେ ଓ ହତ୍ୟାକାରୀ ପାଖରେ ପହଞ୍ଚି ପାରିଲେ ନାହିଁ ସେଠି ଏତେ କମ୍ ସମୟ ଭିତରେ କିପରି ପହଞ୍ଚିଗଲା । ସେହିପରି ସ୍ଥାନୀୟ ବିଧାୟକ ତଥା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ଯଦୁପୁରର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ ଧମକ ଦେଉଥିବାର ଅଡିଓ ଟେପ୍ ପ୍ରମୁଖ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

ଏହି ଅଡିଓରେ ମନ୍ତ୍ରୀ ଅରୁଣ ସାହୁ ପରୀ ହତ୍ୟାକାଣ୍ଡ ତଦନ୍ତକୁ ପ୍ରଭାବିତ କରୁଥିବାର ପ୍ରମାଣ ରହଥିଲା । ଅନ୍ୟ ଏକ ଭାଇରାଲ ଅଡିଓ ଟେପ୍ ରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ରାଜ୍ୟ ସରକାରଙ୍କୁ ଡରୁଛନ୍ତି ବୋଲି କହୁଛନ୍ତି । ଯଦି ବୋଥ୍ରା ରାଜ୍ୟସରକାରଙ୍କୁ ଭୟ କରୁଛନ୍ତି ତେବେ ପରୀ ହତ୍ୟାକାଣ୍ଡର ତଦନ୍ତ ସରକାରଙ୍କ ନିର୍ଦ୍ଦେଶରେ କରାଯାଇଛି ବୋଲି ସ୍ପଷ୍ଟ ଜଣାପଡୁଛି । ଏଭଳି ସ୍ଥିତିରେ ମନ୍ତ୍ରୀ ଅରୁଣ ସାହୁ ତାଙ୍କ ପଦବୀର ଅପବ୍ୟବହାର କରିଥିବାରୁ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ । 

ଏସଆଇଟି ମୁଖ୍ୟ ମଧ୍ୟ ସରକାରଙ୍କୁ ଡରୁଥିବାରୁ ସେ ବି ସ୍ଵଚ୍ଛତାର ସହ ତଦନ୍ତ କରିନଥିବେ । ଏଣୁ କେବଳ ସିବିଆଇ ତଦନ୍ତ କଲେ ହିଁ ପରୀକୁ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଏହି ପ୍ରତିନିଧୀ ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget