ଭୁବନେଶ୍ବର, ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଅନ୍ତର୍ଦ୍ଦେଶୀୟ ଜଳପଥରେ ପରିଚାଳିତ ସମସ୍ତ ବୋଟ୍ ପଞ୍ଜିକରଣ ଓ ନବୀକରଣର ଅନ୍ଲାଇନ୍ ବ୍ୟବସ୍ଥା ବୋଟ୍ ଇନ୍ଫରମେସନ୍ ଆଣ୍ଡ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (Boat Information and Management System (BIMS))ର ଲୋକାର୍ପଣ କରିଛନ୍ତି । ଖାରବେଳ ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଏହି ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟର ଅନ୍ତର୍ଦ୍ଦେଶୀୟ ଜଳପଥରେ ନିରାପଦ ଯାତ୍ରା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ବୋଟ୍ ରୁଲସ୍ – ୨୦୦୪ ପ୍ରଣୟନ କରିଛନ୍ତି ।
ଏହି ଅନୁଯାୟୀ ବର୍ଭମାନ ମାନୁଆଲ୍ ପଦ୍ଧତିରେ ବୋଟ୍ ଫଜୀକରଣ କାର୍ଯ୍ୟ ସଂପାଦନ ହେଉଛି । ମାନୁଆଲ୍ ପଦ୍ଧତି ଦ୍ବାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନ୍ଲାଇନ୍ ପଦ୍ଧତି ‘ବିଏମସ୍ ଦ୍ଵାରା ମାଲିକମାନେ ନିଜ ଘରେ ରହି ସେମାନଙ୍କର ବୋଟଗୁଡ଼ିକର ପଞ୍ଜିକରଣ, ନବୀକରଣ, ଲାଇସେନ୍ସ ଆଦି ସେବା ସହଜରେ ଅନ୍ଲାଇନ୍ରେ ପାଇପାରିବେ । ବୋଟ ପଞ୍ଜିକରଣ ଓ ନବୀକରଣ ପ୍ରକ୍ରିୟାର ସମସ୍ତ ସୂଚନା ସେମାନେ ନିଜ ମୋବାଇଲ୍ରେ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଆଜି ସେ ଜଣଙ୍କୁ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ ଯେ ରାଜ୍ୟ ସରକାରଙ୍କ ୫ଟି ପ୍ରକ୍ରିୟା କ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଏନ୍ଏଆଇସିଙ୍କ ସହଯୋଗରେ ବିକଶିତ କରାଯାଇଛି । ବିମସ୍ ଦ୍ଵାରା ବୋଟର ସମସ୍ତ ତଥ୍ୟ ଗୋଟିଏ ବ୍ୟବସ୍ଥାରେ ଏକତ୍ରିତ କରାଯାଇପାରିବ । ଏହା ଦ୍ୱାରା ଯେ କୌଣସି ବୋଟ୍ର ତଥ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଜନତା ସହଜରେ ପାଇପାରିବେ । ଏହାକୁ ଜିଲ୍ଲା ଅଧିକାରୀମାନେ ବ୍ୟବହାର କରି ବ୍ୟବସ୍ଥାର ଉନ୍ନତି କରିପାରିବେ । ଏହି ଆପ୍ଲିକେସନ୍ ଦ୍ଵାରା ବୋଟର ପଂଜୀକରଣ ଓ ନବୀକରଣର ବୈଧତା ସରିବା ପୂର୍ବରୁ ବୋଟ୍ ମାଲିକମାନଙ୍କୁ ଏସ୍ଏମ୍ଏସ୍ ମାଧ୍ୟମରେ ସତର୍କ କରାଯାଇପାରିବ ।
ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଏହି ଅନ୍ଲାଇନ୍ ସେବାକୁ ଭବିଷ୍ୟତରେ ଅଧୁକ ସଂପ୍ରସାରିତ କରାଯିବ ବୋଲି ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଲକ୍ଷ୍ମୀଧର ବେହେରା, ନିର୍ଦ୍ଦେଶକ, ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ, ପଦ୍ମଲୋଚନ ରାଉଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନମୋହନ ବାରିକ, ବିଭାଗୀୟ ଯୁଗ୍ଧ ଶାସନ ସଚିବ ଶ୍ରୀମତୀ ଦେବଦତ୍ତ ଜେନା, ଏନ୍ଏଆଇସିର କର୍ମକର୍ତ୍ତା ଓ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ ।
Post a Comment