ଭୁବନେଶ୍ୱର, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁସ୍ତକ ‘ଅସୁସ୍ଥ ପୃଥିବୀର ପ୍ରାର୍ଥନା ଓ ଅନ୍ୟାନ୍ୟ ରଚନା’ ଆଜି ଲୋକାର୍ପିତ ହୋଇଯାଇଛି । ରାଜଭବନରେ ବିଖ୍ୟାତ ଲେଖୁକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ପୁସ୍ତକର ଲୋକାର୍ପଣ କରିଥିଲେ । ଏଥିରେ ରାଜ୍ୟପାଳ, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ ।
“ପକ୍ଷୀଘର ପ୍ରକାଶନୀ’ ପକ୍ଷରୁ ଏହି ପୁସ୍ତକଟି ପ୍ରକାଶ ପାଇଛି । ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ସ୍ତମ୍ଭଗୁଡ଼ିକର ଏହା ଏକ ନିର୍ବାଚିତ ସଂକଳନ । ଏହି ପୁସ୍ତକ ଫ୍ଲିପ୍କାର୍ଟ ଓ ଆମାଜନରେ ମଧ୍ୟ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି ।
Post a Comment