loading...

ବିଧାନସଭା ଗୃହ ବିବରଣୀ ପୁସ୍ତିକା ନିରାଡ଼ମ୍ବର ଭାବରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ଵାରା ଉନ୍ମୋଚିତ

ବିଧାନସଭା ଗୃହ ବିବରଣୀ ପୁସ୍ତିକା ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି

ବିଧାନସଭା ଗୃହ ବିବରଣୀ ପୁସ୍ତିକା ନିରାଡ଼ମ୍ବର ଭାବରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ୱର, ବିଧାନସଭା ଗୃହ ବିବରଣୀ ପୁସ୍ତିକା ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ବାଚସ୍ପତିଙ୍କ କକ୍ଷରେ କେଭିଡ୍‌ ନିୟମ ପାଳନ କରି ଏକ ନିରାଡ଼ମ୍ବର ଉତ୍ସବ ଅନୁଷ୍ଠିତ ହୋଇଥିଲା । 

ବିଧାନସଭା ଗୃହ ବିବରଣୀ କେବଳ ବିଧାନସଭାର ନୁହେଁ ବରଂ ରାଜ୍ୟର ଏକ ଅମୂଲ୍ୟ ସଂପଦ ବୋଲି ବାଚସ୍ପତି ଡ. ପାତ୍ର ଅଭିହିତ କରିବା ସହ ମାନ୍ୟବର ସଭ୍ୟମାନେ ପବିତ୍ର ଗୃହରେ ଜନସାଧାରଣଙ୍କ ସମସ୍ୟା ଓ ତା’ର ସମାଧାନ ସଂକ୍ରାନ୍ତରେ ପ୍ରଦାନ କରୁଥିବା ମତାମତ ଓ ପରାମର୍ଶ ଭବିଷ୍ୟତ ପାଇଁ ଉତ୍କଳ ଦୃଷ୍ଟାନ୍ତ ହୋଇ ରହିବ ବୋଲି କହିଛନ୍ତି । 

ମାନ୍ୟବର ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଷୋଡ଼ଶ ବିଧାନସଭାର ଚତୁର୍ଥ ଅବେଶନଠାରୁ ଆରମ୍ଭ କରି ବିଧାନସଭାର ସମସ୍ତ ବିବରଣୀ ପୁସ୍ତିକା ଆକାରରେ ପ୍ରକାଶ କରିବା ପାଇଁ ଶ୍ରୀ ଦେବାନନ୍ଦ ଦୋରା, ବିଧାନସଭା ଯୁଗ୍ନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଚଳିତ ବିଧାନସଭାର ଚତୁର୍ଥ ଅବେଶନର ପ୍ରଥମ ଦୁଇଦିନ ଯଥା ୨୯/୦୯/୨୦୨୦ ଏବଂ ୩୦ ୦୯/୨୦୨୦ର ଗୃହ ବିବରଣୀ ପୁସ୍ତିକା ଆକାରରେ ପ୍ରକାଶିତ ହୋଇଛି । 

ଏହି ପୁସ୍ତିକା ପ୍ରକାଶନରେ ବିଧାନସଭାରେ କାର୍ଯ୍ୟରତ ଯୁଗ୍ନ ସଚିବ ବିବରଣୀ ପ୍ରଭାତ କୁମାର ସ୍ବାଇଁ, ବସନ୍ତ କୁମାର ରାଉତ, ରିପୋର୍ଟର ନିରଞ୍ଜନ କର, ଦିଲ୍ଲୀପ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ମଧୁସୂଦନ ସାହୁ, ଭବାନୀପ୍ରସାଦ ପାଟ୍ଟଯୋଷୀ, ଶୁଭେନ୍ଦୁ କୁମାର ମିଶ୍ର ସହଯୋଗ କରିଥିଲେ । ନେଭା ସେଲ୍‌ରେ କାର୍ଯ୍ୟରତ ସୌଭେନ୍ଦ୍ର କୁମାର ମିଶ୍ର, ବିଶ୍ୱଜିତା ବେହେରା, ଶ୍ରୀପଦା ସ୍ବାଇଁ, ରାହୁଲ ବୈଦ୍ୟ ବୈଷୟିକ ସହଯୋଗ ପ୍ରଦାନ କରିଥିଲେ । 

ପୁସ୍ତିକା ଉନ୍ମୋଚନ ଉତ୍ସବରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ଲୋକସଂପର୍କ ଅଧୁକାରୀ ଭୁଜଙ୍ଗ ରାଓ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget