loading...

ପୁରୀରେ ଶ୍ରୀଜଗନ୍ନାଥ ଆର୍ତଜାତୀୟ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପିପିଲି ଉପନିର୍ବାଚନୀ ଚାଲ୍

ପିପିଲି ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପିପିଲି ଉପନିର୍ବାଚନୀ ଚାଲ୍ ।

ପୁରୀରେ ଶ୍ରୀଜଗନ୍ନାଥ ଆର୍ତଜାତୀୟ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପିପିଲି ଉପନିର୍ବାଚନୀ ଚାଲ୍

ଭୁବନେଶ୍ୱର; ପୁରୀରେ ଶ୍ରୀଜଗନ୍ନାଥ ଆର୍ତଜାତୀୟ ବିମାନ ବନ୍ଦର ପ୍ରସ୍ତାବକୁ କଂଗ୍ରେସ ସ୍ଵାଗତ କରୁଛି । କିନ୍ତୁ ପିପିଲି ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପିପିଲି ଉପନିର୍ବାଚନୀ ଚାଲ୍ ବୋଲି କଂଗ୍ରେସ ମୁଖ୍ୟପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବରେ ଅଭିଯୋଗ କରିଛନ୍ତି । 

ବିଗତ ଦିନରେ ବିଜେପୁର ଉପନିର୍ବାଚନ ହେଉ କି ବାଲେଶ୍ବର ଓ ତିର୍ତାଲ ଉପନିର୍ବାଚନ ହେଉ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ପ୍ରତିଶ୍ରୁତିକୁ କେତେଦୂର ପାଳନ କରିଛନ୍ତି ବିଜେଡି ସୁପ୍ରିମୋ ତାହା ପ୍ରକାଶ କରନ୍ତୁ । 

ଯେତେବେଳ ଉପନିର୍ବାଚନ ଆସେ ମୁଖ୍ୟମନ୍ତ୍ରୀ ସେହି ନିର୍ବାଚନ ମଣ୍ଡଳୀ ଏବଂ ସେହି ଜିଲ୍ଲାକୁ ନିଜର ବୋଲି କହି ବିଗତ ଦିନରେ ବିଭିନ୍ନ ପ୍ରଲୋଭନ ଦେଖାଇଛନ୍ତି ଏବଂ ତାହା ମଧ୍ୟ ପୁରୀରେ ଆର୍ତଜାତିକ ବିମାନ ବନ୍ଦର କଥା କହି ପିପିଲି ଉପନିର୍ବାଚନ ପୂର୍ବରୁ ପୁରୀବାସୀଙ୍କୁ ଏକ ମିଥ୍ୟା ପ୍ରଲୋଭନ ଦେଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହାକୁ କଂଗ୍ରେସ ଏକ ନିର୍ବାଚନୀ ଚାଲ୍ ବୋଲି କହିଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget