loading...

ନୂତନ ଜିବୀକା ଉପାୟ ସୃଷ୍ଟି ଏବଂ ଦୃତ ଆର୍ଥିକ ପ୍ରଗତି ଉପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବ

ନୂଆ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଦାୟୀତ୍ବ ଗ୍ରହଣ କରିବା ପରେ ରାଜ୍ୟ ବାସୀଙ୍କ ପାଇଁ ନୂଆ ବର୍ଷ “ ସୁଖ ପ୍ରଦ ଓ ମଙ୍ଗଳମୟ ହେଉ ବୋଲି

ନୂତନ ଜିବୀକା ଉପାୟ ସୃଷ୍ଟି ଏବଂ ଦୃତ ଆର୍ଥିକ ପ୍ରଗତି ଉପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବ

ଭୁବନେଶ୍ୱର, ଆଜି ନୂଆ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଦାୟୀତ୍ବ ଗ୍ରହଣ କରିବା ପରେ ରାଜ୍ୟ ବାସୀଙ୍କ ପାଇଁ ନୂଆ ବର୍ଷ “ ସୁଖ ପ୍ରଦ ଓ ମଙ୍ଗଳମୟ ହେଉ ବୋଲି ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି " ବୋଲି କହିଥିଲେ । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟର ସବୁ ଅଂଚଳ ଓ ସବୁ ବର୍ଗର ବ୍ୟକ୍ତି ମାନଙ୍କର ସମନ୍ବିତ ବିକାଶ ସରକାରଙ୍କ ମୌଳିକ ଲକ୍ଷ୍ୟ । ଏଥିପାଇଁ କୋଭିଡ଼୍ କ୍ଷତିଗ୍ରସ୍ତ ଆର୍ଥିକ ସ୍ଥିତିର ଦୃତ ସୁଧାର ଓ ଅବିବୃଦ୍ଧି କୁ ଗୁରୁତ୍ବ ଦିଆଯିବ । କୋଭିଡ୍ ଲଢେଇ ସହ ଦୀର୍ଘସ୍ଥାୟୀ ପୋଷଣୀୟ ଜିବୀକା ସୃଷ୍ଟି, ଆରମ୍ଭ ହୋଇଥୁବା ପ୍ରକଳ୍ପ ଗୁଡ଼ିକର ତ୍ବରାନ୍ବିତ କାର୍ଯ୍ୟାନ୍ବୟନ ଏବଂ ସମୟାନୁବନ୍ଧିତ ଭାବେ ବିଭିନ୍ନ ସେବା ଯୋଗାଣ ପ୍ରଶାସନର ପ୍ରାଥମିକତା ହେବ ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ ।

ସୂଚନାଯୋଗ୍ୟ, ଶ୍ରୀ ମହାପାତ୍ର ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ବାସସ୍ଥାନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଘଷିପୁରାରେ । ତାଙ୍କର ପିତା ଗଣେଶ୍ଵର ମହାପାତ୍ର ଜଣେ ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଥିଲେ । କେନ୍ଦୁଝର ର ଧନୁର୍ଯୟ ନାରାୟଣ ଉଚ୍ଚଇଂରାଜୀ ବିଦ୍ୟାଳୟରୁ ମାଟ୍ରିକ୍ ପାଶ୍ କଲାପରେ କଟକ ର ଐତିହାସିକ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ୍.ସି., ଏବଂ ଧାନବାଦ ସ୍ଥିତ ଭାରତୀୟ ମାଇନିଂ ସ୍କୁଲରୁ ଭୂତତ୍ଵରେ ସ୍ନାତକତ୍ତର ଉପାଧି ହାସଲ କରିଥିଲେ ।

ଶ୍ରୀ ମହାପାତ୍ର ୧୯୮୬ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଛି । ନୂଆପଡ଼ା, ବାଲେଶ୍ବର, ମୟୁରଭଞ୍ଜ ଆଦି ଜିଲ୍ଲାରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । ଦଙ୍ଗା ପ୍ରଭାବିତ ଭଦ୍ରକ ଜିଲ୍ଲାରେ ପ୍ରଥମ ଜିଲ୍ଲାପାଳ ଭାବେ ସରକାର ତାଙ୍କୁ ଅବସ୍ଥାପିତ କରିଥିଲେ । କନ୍ଧମାଳରେ ଦଙ୍ଗା ସମୟରେ ସ୍ଥିତିର ପରିଚାଳନା ନିମନ୍ତେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ କନ୍ଧମାଳ ଜିଲ୍ଲାପାଳ ଭାବେ ନିୟୋଜିତ କରିଥିଲେ । ୧୯୯୬ ମସିହାରେ ମହାପ୍ରଭୁଙ୍କ ନବକଳେବର ସମୟରେ ସରକାର ଶ୍ରୀ ମହାପାତ୍ରଙ୍କୁ ପୁରୀର ଜିଲ୍ଲାପାଳ ଭାବେ ନିଯୁକ୍ତ କରିଥିଲେ । 

ସେ ସମୟରେ ମେଘନାଦ ପାଚେରୀ ଚାରିପଟରୁ ଜବର ଦଖଲ ଉଚ୍ଛେଦ ସହ ସୁରୁଖୁରୁରେ ଶ୍ରୀ ମହାପାତ୍ର ନବକଳେବର ଯାତ୍ରା ଆୟୋଜନ କରି ଓଡ଼ିଶା ପାଇଁ ସୁନାମ ଆଣିଥିଲେ । ପରେ ପରେ ସେ ଓମ୍ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟକରି ଏହି ଉଦ୍ୟୋଗର ବଜାର-କାରବାରର ସଂପ୍ରସାରଣ କରାଇଥିଲେ । ତାଙ୍କ ସମୟରେ ଓମ୍‌ଫେଡ୍‌ର ୬ଟି ନୂଆ ଉତ୍ପାଦ ବଜାରକୁ ଆସିଥିଲା । ଏ.ଇ.ଏସ୍. ବିଦ୍ୟୁତ କମ୍ପାନୀ ହଠାତ୍ ଓଡ଼ିଶା ଛାଡ଼ି ଦେବାପରେ ସ୍ଥିତିରେ ସୁଧାର ଆଣିବା ନିମନ୍ତେ ସରକାର ତାଙ୍କୁ ଗ୍ରିଡକୋର ଅଧକ୍ଷ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ । 

ପରେ ପରେ ଶ୍ରୀ ମହାପାତ୍ର ପୁରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ୩ ବର୍ଷ କାଳ ଦାୟିତ୍ବ ସଂପାଦନ କରିଥିଲେ । ସେ ଶକ୍ତି ଓ ଜଳସଂପଦ ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟକରି ଅନେକ ଅଭିନବ ପ୍ରୟାସର ସଫଳ ପ୍ରୟୋଗ କରିଥିଲେ । ୧୯୯୯ ମସିହା ମହାବାତ୍ୟା ସମୟରେ ପୁରୀ ଓ ଭଦ୍ରକ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ତାଙ୍କର ତତ୍ବାବଧାନରେ ଦୃତ ସଂପାଦିତ ହୋଇଥିଲା । ଫନି ମହାବାତ୍ୟା ସମୟରେ ମଧ୍ୟ ପୁରୀ ଜିଲ୍ଲାରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟର ସଫଳ କାର୍ଯ୍ୟାନ୍ବୟନ ତାଙ୍କର ଦକ୍ଷ ପରିଚାଳନା ଯୋଗୁ ସମ୍ଭବ ହୋଇଥୁଲା ।

୨୦୧୫ ମସିହାରେ ନବକଳେବର ନିମନ୍ତେ ସରକାର ତାଙ୍କୁ ପୁନଶ୍ଚ ୨ୟ ଥର ପାଇଁ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦେଇଥିଲେ । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ଶ୍ରୀ ମହାପାତ୍ର ଅନେକ ବିକାଶମୂଳକ କାର୍ଯ୍ୟ ସଫଳତାର ସହ କରାଇଥିଲେ । ୨୦୦୭ ଓ ୨୦୦୮ ମସିହା କନ୍ଧମାଳ ଦଙ୍ଗା ସମୟରେ ସ୍ଥିତିର ସୁଧାର ନିମନ୍ତେ ପୁନଶ୍ଚ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ସେଠାକୁ ପଠାଇଥିଲେ । ୨୦୧୯ ମସିହା ଅଗଷ୍ଟ ମାସଠାରୁ ଶ୍ରୀ ମହାପାତ୍ର ଉନ୍ନୟନ ମିଶନର ଏବଂ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ସଂପାଦନ କରି କୋଭିଡ୍ ଲଢ଼େଇ ସହ ଶ୍ରମିକ ଓ କୃଷକ ମାନଙ୍କ ନିମନ୍ତେ ଜିବୀକା ନିର୍ବାହ କାର୍ଯ୍ୟକ୍ରମ ଚାଲୁ ରଖୁବାରେ ସମର୍ଥ ହୋଇଥିଲେ ।

ଏହି ମହାମାରୀ ସମୟରେ ୩୦ ଟି ଜିଲ୍ଲାରେ ସ୍ୱତନ୍ତ୍ର କୋଭିତ୍ ହଟାଲ୍ ପ୍ରତିଷ୍ଠା ଦାୟିତ୍ବ ସରକାର ଶ୍ରୀ ମହାପାତ୍ରଙ୍କ ଉପରେ ନ୍ୟସ୍ତ କରିଥିଲେ । ତାଙ୍କର ପ୍ରଶାସନିକ ଅଭିଜ୍ଞତା ଓ ଦକ୍ଷତା ଯୋଗୁ ଏହି କାର୍ଯ୍ୟ ଅତି କମ୍ ସମୟ ମଧ୍ୟରେ ସଂପାଦିତ ହୋଇଥିଲା । ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାପରେ ରାଜ୍ୟର ବିଭିନ୍ନ ବର୍ଗର ଅଧୁକାରୀ ଓ କର୍ମଚାରୀ ମାନେ ଶ୍ରୀ ମହାପାତ୍ରଙ୍କୁ ସ୍ବାଗତ କରିବା ସହ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget