loading...

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର, ବିବିଧତା ମଧ୍ୟରେ ଏକତା ଆମର ମନ୍ତ୍ର । ସଂହତି, ସ୍ଵାଧୀନତା, ଏକତା ଓ ସାର୍ବଭୌମତ୍ୱକୁ ଅକ୍ଷୁର୍ଣ ରଖି ଏକ ସମୃଦ୍ଧ ଜାତି ନିର୍ମାଣରେ ପ୍ରତ୍ୟେକ ନାଗରିକ ଅଂଶଗ୍ରହଣ କରିବା ହେଉଛି ଜାତୀୟ କର୍ତ୍ତବ୍ୟ । ୭୨ ତମ ସ୍ବାଧୀନତା ଦିବସ ଅବସରରେ କୋଲକାତାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୁଲ୍ୟରେ ଓ ଉତ୍କଳୀୟ ମିଳିତ ମଞ୍ଚ ସହଯୋଗରେ କୋଲକାତାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ଓଡ଼ିଆମାନେ ଏହି ଜାତୀୟପର୍ବ ପାଳନ କରିଥିଲେ । 

ସ୍ଥାନୀୟ ଇଣ୍ଡିଆନ୍ ଆସୋସିଏସନ୍ ହଲ୍‌ରେ ଅନୁଷ୍ଠିତ ସାଧାରଣ ସଭାରେ ମଞ୍ଚର ସଭାପତି ରବିନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରମୋଦ ପ୍ରହରାଜ, ବିଶିଷ୍ଟ ସମାଜସେବୀ ଡି.ଏନ୍. ଚୌଧୁରୀ ନାଲ୍‌କୋର ବିପଣନ ଅଧୁକାରୀ ମନୋଜ କୁମାର ଖଟୁଆ, କୋଲକାତାର ସୂଚନା ଅଧୁକାରୀ ସଚ୍ଚିଦାନନ୍ଦ ବେହେରା, ବିଶିଷ୍ଟ କବି ତଥା ପୂର୍ବତନ ସୂଚନା ଅଧୁକାରୀ ସୂର୍ଯ୍ୟ ମିଶ୍ର ଅନୁଷ୍ଠାନର ସଂପାଦକ ବିଜୟ କୁମାର ବାରିକ ଓ ମିଳିତ ମଞ୍ଚର ଶିକ୍ଷା ସେଲ୍ ଆବାହକ ପ୍ରଶାନ୍ତ ଦାସ ପ୍ରମୁଖ ବକ୍ତବ୍ୟ ରଖୁଥିଲେ । 

ପୂର୍ବରୁ ୨୩ଟି ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ସେମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ତାହା ଗ୍ରହଣ କରିଥିଲେ । ସକାଳେ ଲେନିନ୍ ସରଣୀଠାରେ ସୂଚନା ଅଧୁକାରୀ ଶ୍ରୀ ବେହେରା, ଉତ୍କଳ ଭବନର ପ୍ରବନ୍ଧକ କୁମୁଦ ରଞ୍ଜନ ସାହୁଙ୍କ ସମେତ କୋଲକାତା ମହାନଗରୀରେ କାର୍ଯ୍ୟରତ ୩୫ଟି ଓଡ଼ିଆ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେଠାରେ ମଧ୍ୟ ଉତ୍କଳମଣି ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ଭରେ ମାଲ୍ୟାର୍ପଣ କରାଯାଇଥିଲା ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget