loading...

ପଳାସପଲ୍ଲୀ ଦିବ୍ୟାଙ୍ଗ ମହିଳା ଯୌନଶୋଷଣ ଘଟଣାର ଅପରାଧକୁ ଅଶୋକ ପଣ୍ଡା ଘଣ୍ଟ ଘୋଡାଉଛନ୍ତି- ଛାତ୍ର କଂଗ୍ରେସ

ପଳାସପଲ୍ଲୀ ସ୍ଥିତ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନଶୋଷଣ ପ୍ରସଙ୍ଗରେ

ପଳାସପଲ୍ଲୀ ଦିବ୍ୟାଙ୍ଗ ମହିଳା ଯୌନଶୋଷଣ ଘଟଣାର ଅପରାଧକୁ ଅଶୋକ ପଣ୍ଡା ଘଣ୍ଟ ଘୋଡାଉଛନ୍ତି- ଛାତ୍ର କଂଗ୍ରେସ

ଭୁବନେଶ୍ୱର, ପଳାସପଲ୍ଲୀ ସ୍ଥିତ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନଶୋଷଣ ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସିସିର ନଳ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କରିଛନ୍ତି । ଆଜି ନଳଙ୍କ ନେତୃତ୍ବରେ ପ୍ରଦେଶ ଛାତ୍ର କଂଗ୍ରେସର ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ପ୍ରସଙ୍ଗରେ ଶ୍ରୀ ନକ କହିଛନ୍ତି ଯେ ନବୀନ ନିବାସର କାବୁ କଡରେ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନ ଶୋଷଣ କରାଯାଉଛି । ଏପରିକି ଅଶୋକ ପଣ୍ଡାଙ୍କ ଘର ପାଖରେ ଏ ଘଟଣା ଘଟିଛି । ଖୋଦ୍ ଅଶୋକ ପଣ୍ଡାଙ୍କୁ ଜାଣତରେ ସେଠାରେ ଯୌନ ଶୋଷଣ ହେଉଥିଲା ବୋଲି ଶ୍ରୀ ନଳ ଅଭିଯୋଗ କରିଛନ୍ତି । 

ଏହି ଘଟଣାରେ ଅଭିଯୁକ୍ତ ସୁରେଶ ବେହେରା ଯିଏକି ଅନୁଷ୍ଠାନର ସଂପାଦକ ସିଏ ଦିବ୍ୟାଙ୍ଗ ମହିଳାଙ୍କୁ ଚାକିରୀ ଓ ଅର୍ଥ ଲୋଭ ଦେଖାଇ ଯୌନ ଶୋଷଣ କରୁଥିଲା । ତାଙ୍କ ନାଁରେ ଆଗରୁ ସମାନ ଘଟଣାର ତିନୋଟି ଅଭିଯୋଗ ରହିଛି । ଦୁଇମାସ ତଳେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନପାରିବା ଅତ୍ୟନ୍ତ ନିନ୍ଦାର ବିଷୟ । ମୁଖ୍ୟମନ୍ତ୍ରୀଙ୍କ ଅଧୁନରେ ଥିବା ଗୃହ ବିଭାଗ କିପରି ଚାଲୁଛି ତାହା ଏହି ଘଟଣାରୁ ସୃଷ୍ଟ ଅନୁମେୟ । ଅଭିଯୁକ୍ତ ବେହେରାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ସୁରକ୍ଷା ଦେଉଥିଲେ । ଏବେ ମଧ୍ୟ ସେ କେଉଁଠି ଲୁଚିଛନ୍ତି ତାର ଠିକଣା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଜଣାଅଛି । ନିଜେ ପୀଜିତା ମଧ୍ୟ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । 

ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପୋଲିସର ଦୋଷ ଦେଇ ଖସି ଯିବା ଦୁର୍ଭାଗ୍ୟଜନକ । ସୁରେଶ ବେହେରାଙ୍କ ନାମରେ ସେଠାରେ ରହୁଥିବା କେତେକ ଦିବ୍ୟାଙ୍ଗ ମଧ ପୂର୍ବରୁ ଅଭିଯୋଗ କରିଛନ୍ତି । ତେଣୁ ପୋଲିସମନ୍ତ୍ରୀ-ସୁରେଶ ବେହେରା ସେଠାରେ ଏକ ସାମ୍ରାଜ୍ୟ ଚଳାଇଥିଲେ ଯେଉଁଠାରେ କି ନୀରିହ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନଶୋଷଣ କରାଯାଉଥିଲା । ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ନବୀନ ନିବାସ କାହିଁ କଡରେ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଅବସ୍ଥିତ ଥିବାବେଳେ ଏଭଳି କଳଙ୍କମୟ ଘଟଣା ପୋଲିସ ଜାଣିପାରିନାହିଁ । ନବୀନ ଶାସନରେ ଦିବ୍ୟାଙ୍ଗ ମହିଳାଙ୍କୁ ସୁରକ୍ଷା ନାହିଁ । 

ଅଭିଯୋଗ ଦେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ମନ୍ତ୍ରୀ ଅପରାଧକୁ ଘଣ୍ଟ ଘୋଡ଼ାଇଛନ୍ତି, ମୁଖ୍ୟମନ୍ତ୍ରୀ ନିରବ ରହୁଛନ୍ତି । ନବୀନଙ୍କର ମାକୁ ସମ୍ମାନ ଆହ୍ବାନ ଏକ ପ୍ରତାରଣାରେ ପରିଣତ ହୋଇଛି । ପୀଡିତା ମହିଳାଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ତୁରନ୍ତ ଗିରଫ କରି ଉପଯୁକ୍ତ ଦଣ୍ଡରେ ଦଣ୍ଡିତ କରିବା ସହିତ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବରଖାସ୍ତ ଛାତ୍ର କଂଗ୍ରେସ ଦାବି କରୁଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget