ଭୁବନେଶ୍ୱର, କାର୍ଯ୍ୟକ୍ଷେତ୍ରରେ ୫-‘ଟି ଏବଂ ମୋ ସରକାର’କୁ କଡ଼ାକଡ଼ି ଭାବରେ ଅନୁପାଳନ କରି ଯୋଜନାର ସୁଫଳ ପ୍ରକୃତ ହିତାଧୁକାରୀଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ । ଦୁର୍ନୀତିରୁ ଊର୍ଦ୍ଧରେ ରହି ଯୋଜନାର ରୂପାୟନରେ ସଂପୂର୍ଣ୍ଣ ସ୍ଵଚ୍ଛତା ପାଳନ କରିବାକୁ ପଡ଼ିବ । ଏଣୁ ସହିତ କର୍ଭବ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷିଭବନଠାରେ ଆୟୋଜିତ ଏକ ଭିଡ଼ିଓ କନ୍ଫରେନ୍ସ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ସମସ୍ତ ଜିଲ୍ଲାର କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହିତ ଆବଶ୍ଚିତ ଅର୍ଥ ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଚାଷୀମାନେ ଯେପରି ହଇରାଣ ନହୁଅନ୍ତି ଏବଂ ସେମାନଙ୍କୁ ବାରମ୍ବାର କାର୍ଯ୍ୟାଳୟ ଆସିବାକୁ ନପଡ଼େ ସେଥିପ୍ରତି ଦୃଷ୍ଟିଦେଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନପତ୍ର ଉପରେ ପଦକ୍ଷେପ ନେବା ଆବଶ୍ୟକ । ଜିଲ୍ଲା ଅଧୁକାରୀମାନେ ସଦର ମହକୁମାରରେ ରହିବା ସହିତ ନିୟମିତ କ୍ଷେତ୍ର ପରିଦର୍ଶନ କରିବା ଓ ଅଚାନକ ଗସ୍ତ ପାଇଁ କହିଥିଲେ । କେଭିଡ୍–୧୯ ସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ସ୍ଵତନ୍ତ୍ର ପ୍ୟାକେଜକୁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁସାରେ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହିତାଧୁକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।
ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରତି ବ୍ଳକରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ସହିତ ଫାର୍ମପଣ୍ଡିର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କହିଥିଲେ । ସମନ୍ବିତ କୃଷି କାର୍ଯ୍ୟ ଦ୍ଵାରା ଚାଷୀଙ୍କ ଆୟ ବହୁଗୁଣିତ କରାଯାଇ ପାରୁଥିବାରୁ ଚାଷୀଙ୍କ ମଧ୍ୟରେ ଏହାକୁ ଲୋକପ୍ରିୟ କରାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ପ୍ରତି ସୋମବାରରେ ପଞ୍ଚାୟତ ସ୍ତରରେ ବୈଠକ ତୃଣମୂଳସ୍ତରରେ ବିଭିନ୍ନ ବିଭାଗ ମଧ୍ୟରେ ସମୟ ଓ କାର୍ଯ୍ୟ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇପାରୁଛି । ଓଡ଼ିଶା ଲୋକସେବା ଅଧୁକାର ଆଇନରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜନସାଧାରଣ ଓ ଚାଷୀମାନଙ୍କୁ ସେବା ଯୋଗାଇ ଦେବା ସହିତ ଆମ କୃଷି ଟୋଲ ଫ୍ରି ନମ୍ବର ସେବା ଚାଷୀଙ୍କ ମଧ୍ୟରେ ଅଧୁକ ଲୋକପ୍ରିୟ କରି ଚାଷୀଙ୍କ ସମସ୍ୟା ସମାଧାନ ଉପରେ ପ୍ରମୁଖ ଶାସନ ସଚିବ ଡ. ଗର୍ଗ ଗୁରୁତ୍ବ ଦେଇଥିଲେ ।
ଦକ୍ଷତା କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ଥୁବାବେଳେ କର୍ଭବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ହିତାଧୁକାରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସବ୍ସିଡି ପ୍ରଦାନ କରିବା ପାଇଁ ଜିଲ୍ଲା ଅଧୁକାରୀମାନଙ୍କୁ କହିଲେ । ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ୧୫ଟି ଅନ୍ଲାଇନ୍ ସେବାର ସୁଫଳ ଜନସାଧାରଣ ଯେପରି ପାଇପାରିବେ ସେଥିପ୍ରତି ପଦକ୍ଷେପ ନେବାକୁ କହିଥିଲେ ।
ମୋ ପୋଖରୀ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ ବାୟୋ ଫୁକ୍ ପଦ୍ଧତିରେ ମାଛଚାଷ ପାଇଁ ଚାଷୀଙ୍କ ମଧ୍ୟରେ ପ୍ରକାଶ ପାଉଥିବା ଆଗ୍ରହକୁ ଲକ୍ଷ୍ୟ କରି ମସ୍ଥ୍ୟ ଅଧୁକାରୀମାନେ ଅଧୂକ ତତ୍ପରତା ପ୍ରକାଶ କରିବା ପାଇଁ ସେ କହିଥିଲେ । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସୁ ତିରଞ୍ଜନ ପ୍ରଧାନ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରନାକର ରାଉତ, ମୃଭିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ବୈଠକରେ ଯୋଗଦେଇ ଯୋଜନାର ରୂପାୟନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
Post a Comment