ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ସ୍ଥାନରୁ ମିଳିଥିବା ପ୍ରମାଣିକ ତଥ୍ୟଗୁଡ଼ିକୁ ଭିତ୍ତିକରି ବର୍ତ୍ତମାନ ଓଡ଼ିଶାର ଇତିହାସ ସଂରଚନା କରାଯାଉଛି ଏବଂ ଏଥିରୁ ଜଣାପଡୁଛି ଆମ ସଂସ୍କୃତି ଅତ୍ୟନ୍ତ ଉନ୍ନତ ମାନର ଏବଂ ରୁଦ୍ଧିମନ୍ତ ଥିଲା । ପ୍ରତାଭିକ, ସାହିତ୍ୟିକ ଏବଂ ମୌଖୁକ ମୂଳତତ୍ତ୍ଵକୁ ଭିତ୍ତିକରି କ୍ରମାନୁସାରେ ପ୍ରାଚୀନ ଓଡ଼ିଶା ସହିତ ଦକ୍ଷିଣପୂର୍ବ ଏସୀୟ ଦେଶ ଗୁଡ଼ିକ ବାଣିଜ୍ୟିକ ଏବଂ ସାଂସ୍କୃତିକ ସଂପର୍କର ପୁଙ୍ଖାନୁପୁଙ୍ଖ ବିବରଣୀର ଉପଲବ୍ଧି ବୋଲି ଡ. ସୁନୀଲ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଆନୁକୁଲ୍ୟରେ ଆୟୋଜିତ୪୯ତମ ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ଓ ସାଂସ୍କୃତିକ ବିନିମୟ' ଶୀର୍ଷକ ସଂପାନରେ ଡ. ପଟ୍ଟନାୟକ ଏହି ମର୍ମରେ ବିଶଦ ଆଲୋଚନା କରିଥିଲେ ।
ଆଧୁନିକ ଓଡ଼ିଶାର ପ୍ରାଚୀନ ନାମ ଉଡ୍ର ଦେଶ ବା କଳିଙ୍ଗ ଥୁଲା । ସେତେବେଳେ ବାଣିଜ୍ୟ ମୁଖ୍ୟତଃ ସ୍ଥଳଭାଗ ଓ ଜଳଭାଗରେ ହେଉଥୁଲା । ଗବେଷଣାରୁ ଜଣାପଡ଼େ ଓଡ଼ିଶାରେ ନାନୀଗାଇନି (ପୁରୀ), କର୍ଣ୍ଣଗାର (କୋଣାର୍କ), କଟିକର୍ଦ୍ଧମ (କଟକ), ମନ୍ମଦ, ମାଣିକପାଟଣା, କଳିଙ୍ଗପାଟଣା, ପାଲୁର, ଚେଳିତୋଳ, ପିଥୁଣ୍ଡ, ବାଲେଶ୍ଵର, ପିପିଲି, ଗଞ୍ଜାମ, ହରିପୁର, ଚାନ୍ଦବାଲି ଓ ଧାମରା ଇତ୍ୟାଦି ସ୍ଥାନରେ ବନ୍ଦର ରହିଥିଲା । ଓଡ଼ିଶାରେ ଗୋଳବାଇ ଶାସନ, ବ୍ରହ୍ମେଶ୍ଵର ମନ୍ଦିର ତଥା ଅନ୍ୟାନ୍ୟ ସ୍ଥାନରୁ ମିଳିଥିବା ବିଭିନ୍ନ ଅବଶେଷ ତଥା ଉପକରଣରୁ ଅନ୍ୟ ଦେଶର ମୁଦ୍ରା, ବିଭିନ୍ନ ସାମଗ୍ରୀ ଏବଂ ବୋଇତ ଇତ୍ୟାଦିର ପ୍ରମାଣ ରହିଛି ।
କୋଣାର୍କରେ ଥିବା ଜିରାଫ୍ ମୂର୍ତିରୁ ଆଫ୍ରିକା ସହିତ ଆମର ସଂପର୍କ ଥିବାର ଅନୁମାନ କରାଯାଉଛି । ଓଡ଼ିଶାର ସାଧବମାନେ ଦକ୍ଷିଣପୂର୍ବ ଏସୀୟ ଦେଶ, ଚୀନ, ବ୍ରହ୍ମଦେଶ, ଭିଏତନାମ, ଜାଭା, ସୁମାତ୍ରା, ବାଲି, ମାଳୟ, ଇଣ୍ଡୋନେସିଆ, ସିଂହଳ, ସୁମାତ୍ରା, ବେଣ୍ଡିଓ, କାମ୍ବୋଡ଼ିଆ ଓ ଜାପାନ ଇତ୍ୟାଦି ଦେଶକୁ ଯାଇ ସାମୁଦ୍ରିକ ବାଣିଜ୍ୟ କରୁଥିବା କଥା ବିଭିନ୍ନ ଗବେଷଣାରୁ ଉପଲବ୍ଧ ହେଉଛି ବୋଲି ଅତିଥିମାନେ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ।
ଭର୍ଚୁଆଲ ମୋରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାସ ବକ୍ତବ୍ୟ ରଖୁ ପ୍ରସଙ୍ଗ ଉପରେ ଉଚ୍ଚତର ଗବେଷଣା ନିମନ୍ତେ ଆହ୍ବାନ ଜଣାଇଥିଲେ । ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ୍ ସୁଲେମାନ୍ ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥୁବାବେଳେ ବୈଷୟିକ ସହାୟକ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment