କଟକ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବାର୍ଷିକ ମହୋତ୍ସବ ଓରାୟନ-୨୦୨୧ ର ସପ୍ତମ ସଂସ୍କରଣ ୨୯ ଜାନୁଆରୀରେ ଉଦ୍ଘାଟିତ ହୋଇଥିଲା ଓରାୟନ-୨୦୨୧ ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଓଲିଉଡର ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ଅନୁ ଚୌଧୁରୀ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର ଅଜୟ କୁମାର ସିଂହ, କାର୍ମିକା ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା, କୁଳସଚିବ ପ୍ରଫେସର ବି.ଆର.ଶର୍ମା,ନିର୍ଦ୍ଦେଶକ ଛାତ୍ର ବ୍ୟାପାର କ୍ୟାପଟେନ (IN) ଚନ୍ଦ୍ର ଶେଖର ପଣ୍ଡା ଏହି ସଭାରେ ମଂଚାସିନା ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ସମାରୋହରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମୂଲ୍ୟବୋଧ ନୈକିକତା ଏବଂ ଓରାୟନର ଉଦ୍ଦେଶ୍ୟ, “ପୂର୍ବର ସର୍ବୋତ୍ତମ ଏବଂ ପାଶ୍ଚାତ୍ୟର ସର୍ବୋତ୍ତମ” ଚିତ୍ରଣ କରାଯାଇଥିଲା। ଉଦ୍ଘାଟନୀ ସମାରୋହରେ ଶ୍ରୀ ନରେନ୍ଦ୍ର ଲମ୍ବାଙ୍କ ଦ୍ୱାରା ଗୁରୁ ପୂଜା ସମ୍ପାଦନା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସରସ୍ବତୀ ବନ୍ଦନା ଓପାରମ୍ପରିକ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।
କ୍ୟାପଟେନ (IN) ଚନ୍ଦ୍ରଶେଖର ପଣ୍ଡା ଦର୍ଶକଙ୍କୁ ସମ୍ବୋଧିତ କରି ଏହି ମହୋତ୍ସବ ବିଷୟରେ ସମ୍ୟକ ସୂଚନା ଦେବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସମ୍ମାନିତ ଅତିଥି ଶ୍ରୀମତୀ ଅନୁ ଚୌଧରୀ ଓରାୟନ୍ ୨୦୨୧ ଆମ ସଂସ୍କୃତିର ପରମ୍ପରା ସହିତ ଜଡିତ ଥିବାରୁ ସେ ଏହାର ପ୍ରଶଂସା କରିଥିଲେ ସେ ନିଜେ ଜଣେ ପ୍ରକୃତି ପ୍ରେମୀ ବ୍ୟକ୍ତି, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିବେଶକୁ ପରିଦର୍ଶନ କରିବାକୁ ଇଛା ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓରାୟନ୍ ୨୦୨୧ ର ପ୍ରାରମ୍ଭ ଘୋଷଣା କରିଥିଲେ ।
ସେ ତାଙ୍କ ଅଭିଭାଷଣରେ ଆଧ୍ୟାତ୍ମିକତା ଆମକୁ ଏକ ବୈଜ୍ଞାନିକ ଚିନ୍ତା ପ୍ରକ୍ରିୟା ଦେଇଥାଏ ବୋଲି ଉଲ୍ଲେଖ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଏହି ପଦକ୍ଷେପ କୁ ସେ ଏକ ଜ୍ୱଳନ୍ତ ଉଦାହରଣ ବୋଲି ଦର୍ଶାଇଥିଲେ । କୁଳପତି ପ୍ରଫେସର ଅଜୟ କୁମାର ସିଂ ଙ୍କ ଉତ୍ସାହୀ ଏବଂ ପ୍ରେରଣାଦାୟକ ଶବ୍ଦ ପରିବେଶକୁ ଶକ୍ତିର ତରଙ୍ଗ ଆଣିଥିଲା। ମହାମାରୀ ଆମ ସମସ୍ତଙ୍କୁ କିପରି ଏକ ଅନନ୍ୟ ଚିନ୍ତା କରିବାକୁ ପ୍ରେରଣା ଯୋଗେଇଛି ବୋଲି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ଶ୍ରୀମତୀ ରଜିତା କୁଲକର୍ଣ୍ଣି କହିଥିଲେ। କୁଳସଚିବ, ଡକ୍ଟର ବି.ଆର. ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉଦ୍ଘାଟନୀ ଉତ୍ସବର ଶେଷରେ ଅତିଥି, ମାନ୍ୟଗଣ୍ୟ ବ୍ୟକ୍ତି, ଅଧ୍ୟାପିକା, ଛାତ୍ର ଏବଂ ସମସ୍ତେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ ।
ଏହି ମହୋତ୍ସବ ରେ ସାଂସ୍କୃତିକ ସପ୍ତାହ, ଉମଙ୍ଗ ଏବଂ ବ୍ୟବସାୟ ସପ୍ତାହ, ତକ୍ସକ ୩୦ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରାୟ ୧୫ ଟି ଶିକ୍ଷା ସମ୍ବଧୀୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ପ୍ରାୟ ୨୦୦୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ୬ ଏବଂ ୭ ଫେବୃଆରୀ ୨୦୨୧ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସେଲିବ୍ରିଟି ନାଇଟ ଅନୁଷ୍ଠିତ ହେବ । ଓରାୟନ୍ ୨୦୨୧ ପାଇଁ ଶ୍ରୀ ଶ୍ରୀ ତତ୍ୱ , ନ୍ୟୁଟ୍ରିଜିଙ୍ଗ, ଶ୍ରୀପ୍ରିୟା ରପ୍ତାନି, ଓଜସଭିଟା, ବି-ଯୋଗୀ, ୱାଇ ୱାଇ, ହାଉସ୍ ଅଫ୍ ଜର୍ସି ସମ୍ମାନିତ ପ୍ରଯୋଜକ ଭାବେ ସାହାଯ୍ୟ କରିଛନ୍ତି ।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏହି ମହାକୁମ୍ଭ ଓରାୟନ୍ ୨୦୨୧ କୁ ଉପଭୋଗ କରିବା ପାଇଁ ସମସ୍ତ ଙ୍କୁ ଆମନ୍ତ୍ରଣ କରିଅଛି। ସମସ୍ତ କାର୍ଯ୍ୟକ୍ରମ ଫେସବୁକ୍ ଏବଂ ୟୁଟ୍ୟୁବରେ ଅନଲାଇନ୍ ପ୍ରସାରିତ ହେବ ।
Post a Comment