ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ୭୩ତମ ବଳିଦାନ ଦିବସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗାନ୍ଧୀବେଶଧାରୀ ସିଲଭର ଗାନ୍ଧୀଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ୱେବସାଇଟ ‘ଗାନ୍ଧୀ ଇନ୍ ଓଡ଼ିଶା ୧୦୦ ଇୟର୍ସ’ ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସୂଚନା, ପ୍ରଯୁକ୍ତି ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ । ମାର୍ଚ୍ଚ ୨୩ରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତକୁ ୧୦୦ ବର୍ଷ ପୁରିବ । ଗାନ୍ଧୀଙ୍କ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଘରେ ଘରେ ପହଞ୍ଚିବ ଗାନ୍ଧୀଙ୍କ ଆଦର୍ଶ ବାଣୀ ।
ସିଲଭର ଗାନ୍ଧୀ ସାରା ବିଶ୍ବ ଭ୍ରମଣ କରି ଗାନ୍ଧୀଙ୍କ ଅହିଂସା ବାଣୀ ପ୍ରଚାର ପାଇଁ ସଂଗ୍ରାମ ଜାରି ରଖୁଛନ୍ତି । ଏଥିପାଇଁ ସିଲଭର ଗାନ୍ଧୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ପୂର୍ବରୁ ମଧ୍ୟ ସିଲଭର ଗାନ୍ଧୀ ନାମରେ ଏକ ବଲିଉଡ଼ ଚଳିଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇସାରିଛି ।
ଏଠାରେ ପ୍ରକାଶଥାଉକି, ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ଦୀର୍ଘଦିନ ଧରି ଓଡ଼ିଶାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛଭାରତ ଅଭିଯାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାକୁ ସମ୍ବିଧାନ ମୁଖବନ୍ଧରେ ସାମିଲ କରିବା ସାମିଲ କରିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ସେ ବିଷୟ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ଆସୁଥିଲେ ।
ପୂର୍ବରୁ ସେ ଦିଲ୍ଲୀ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଏହାପରେ ସିଲଭର ଗାନ୍ଧୀ ଚଳଚ୍ଚିତ୍ର ପାଇଁ ସେ ୨୧ଟି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିସାରିଛନ୍ତି ଯାହା ଆମ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।।
Post a Comment