loading...

ଶିକ୍ଷକମାନେ ଛାତ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ :ଗଣଶିକ୍ଷା ମନ୍ତ୍ରୀ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଓଡ଼ିଶା ଶିକ୍ଷକ ଶିକ୍ଷା ଡ୍ୟାସ ବୋର୍ଡର ଶୁଭାରମ୍ଭ

ଶିକ୍ଷକମାନେ ଛାତ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଓଡ଼ିଶା ଶିକ୍ଷକ ଶିକ୍ଷା ଡ୍ୟାସ ବୋର୍ଡର ଶୁଭାରମ୍ଭ କରି କହିଲେ ଯେ ଶିକ୍ଷକମାନେ ପିଲାମାନଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ । କୋଭିଡ୍ –୧୯ ମହାମାରୀ ଜୁରୁରୀକାଳୀନ ସମୟରେ ଶିକ୍ଷା ଜାରି ରଖୁବା ପାଇଁ ଏହି ଡ୍ୟାସ ବୋର୍ଡ ଅତ୍ୟନ୍ତ ଆବଶ୍ୟକ ଏବଂ ଏହା ହେଉଛି ଏକ ଜିଆରଏସ୍ ଆଧାରିତ ଇଣ୍ଟରାକ୍ଟିଭ ଡ୍ୟାସ ବୋର୍ଡ ଯାହା ଆଇଟି ଏବଂ ବିଜ୍ଞପ୍ତି ପ୍ରଣାଳୀ ସହିତ ସଂସ୍ଥାଗୁଡ଼ିକର ପ୍ରକୃତ ସମୟ ଟ୍ରାକିଂକୁ ସକ୍ଷମ କରିବା ପାଇଁ ଟ୍ୟାବୁଲାର ଫର୍ମ, ବାର ପାଇ ଓ କାର୍ଡ ମାଧ୍ୟମରେ ଟ୍ରେଣ୍ଡକୁ ବିସ୍ତାର କରିଥାଏ । 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏ ଦିଗରେ ରହିଥିବା ସ୍ବତନ୍ତ୍ର ଦୃଷ୍ଟିଭଙ୍ଗୀକୁ ମନ୍ତ୍ରୀ ଶ୍ରୀ ଦାଶ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ପିଲାମାନେ ହେଉଛନ୍ତି କଞ୍ଚାମାଟିର ପିଣ୍ଡୁଳା । ସେମାନଙ୍କୁ ଯେପରି ଗଢ଼ିବ ସେମାନେ ସେହିପରି ତିଆରି ହୋଇପାରିବେ । କ୍ଷେତ୍ର କାର୍ଯ୍ୟାଳୟ ୟୁନିସେଫର ରାଜ୍ୟ ମୁଖ୍ୟ ଡ. ମୋନିକା ନିଲସେନ୍ କହିଛନ୍ତି ଯେ ଆଇସିଟି ହେଉଛି ଏକ ବୈଜ୍ଞାନିକ, ବୈଷୟିକ ଏବଂ ଇଂଜିନିୟରିଂ ଅନୁଶାସନ ସୂଚନା ପରିଚାଳନା ଏହାର ପ୍ରାୟୋଗ ଏବଂ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ପ୍ରସଙ୍ଗ ସହିତ ମିଳିତ ହେବାରେ ବ୍ୟବହୃତ କୌଶଳ ।

ପ୍ରାରମ୍ଭରେ ରାଜ୍ୟ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଗଙ୍ଗାଧର ସାହୁ ସ୍ଵାଗତ ସୂଚନା ପ୍ରଦାନ କରିଥିବାବେଳେ ଶେଷରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ନିବେଦିତା ନାୟକ, ସହକାରୀ ନିର୍ଦ୍ଦେଶକ ଡ. ତାପସ କୁମାର ନାୟକ, ଅର୍ଥ ଅଧୁକାରୀ ଶ୍ରୀ ଜୟକୃଷ୍ଣ ପାତ୍ର, ସହକାରୀ ନିର୍ଦ୍ଦେଶକ ତଥା ପ୍ରୋଗ୍ରାମ ଅଧୁକାରୀ “ମୋ ସ୍କୁଲ’ ଶ୍ରୀ ପ୍ରଶାନ୍ତ କୁମାର ରଥଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget