loading...

ବିଶିଷ୍ଠ ଗାନ୍ଧୀବାଦୀ ଏଭି ସ୍ବାମୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ, ଭାବବିହ୍ଵଳ ଶ୍ରଦ୍ଧାଞ୍ଜଳି ଦେଲେ ଦେଶର ଗାନ୍ଧୀଅନୁଗାମୀ

ବିଶିଷ୍ଠ ଗାନ୍ଧୀବାଦୀ ଏଭି ସ୍ବାମୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ, ଭାବବିହ୍ଵଳ ଶ୍ରଦ୍ଧାଞ୍ଜଳି ଦେଲେ ଦେଶର ଗାନ୍ଧୀଅନୁଗାମୀ

ବିଶିଷ୍ଠ ଗାନ୍ଧୀବାଦୀ ଏଭି ସ୍ବାମୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ, ଭାବବିହ୍ଵଳ ଶ୍ରଦ୍ଧାଞ୍ଜଳି ଦେଲେ ଦେଶର ଗାନ୍ଧୀଅନୁଗାମୀ

ନୂଆଦିଲ୍ଲୀ, ଗତକାଲି ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଓ ମହାତ୍ମା ଗାନ୍ଧୀ ସର୍ବସାଧାରଣ ଜ୍ଞାନକେନ୍ଦ୍ର ଆନୁକୂଲ୍ୟରେ ଓଡ଼ିଶାର ସୁପ୍ରସିଦ୍ଧ ସର୍ବୋଦୟ ନେତା ଓ ଗାନ୍ଧୀବାଦୀ ସମାଜ ସେବୀ ଶ୍ରୀ ଏଭି ସ୍ବାମୀଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକୀ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି।  

ଦି ଇଣ୍ଟେଲେକ୍ଟସର ଅଧ୍ୟକ୍ଷ ତଥା ଶିକ୍ଷାବିତ ସମାଜ ସେବୀ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାର ପ୍ରାରମ୍ଭିକ ସୋପାନରେ ଦିବଗନ୍ତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ରାଉତ ଏଭି ସ୍ବାମୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ଓଡ଼ିଶା ତଥା ଓଡ଼ିଶା ବାହାରୁ ଯୋଗଦେଇଥିବା ସମସ୍ତ ଗାନ୍ଧୀ ଅନୁଗାମୀଙ୍କୁ ସ୍ବାଗତ କରିଥିଲେ। 

ଓଡ଼ିଶାର ବିଶିଷ୍ଠ ବୁଦ୍ଧିଜୀବୀ ତଥା ଡକ୍ଟର ଭଗବାନ ପ୍ରକାଶ ସ୍ଵାମୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣକରି ସ୍ମୃତି ଚାରଣ ବେଳେ ତାଙ୍କୁ ତାଙ୍କର ଏକ ସହକର୍ମୀ ଭାବରେ ଅବିହିତ କରିବା ସହିତ ବର୍ତମାନ ପିଢିପାଇଁ ଏକ ଆଦର୍ଶ ବୋଲି କହିଥିଲେ।  ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରତିଷ୍ଠିତ ଅନୁଷ୍ଠାନ ହରିଜନ ସେବକ ସଂଘର ଜାତୀୟ ସଭାପତି ଡଃ ଶଙ୍କର କୁମାର ସାନ୍ଯାଲ ଏହି ମହାନ ଗାନ୍ଧୀବାଦୀଙ୍କ ସହିତ ମିଶି କର୍ମ କରିବାର ଅନୁଭୂତି ବର୍ଣ୍ଣନା କରିବା ସହିତ ତାଙ୍କ ଅମର ଆତ୍ମା ଉଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। 

ଓଡ଼ିଶାର ବିଶିଷ୍ଟ ସମାଜ ସେବୀ ଶ୍ରୀ ଜଗତାନନ୍ଦ ଯୋଗଦେଇ ସ୍ଵାମୀଙ୍କ ଗ୍ରାମ୍ୟ ସ୍ଵରାଜ୍ୟ ପାଇଁ କରିଥିବା କାମକୁ ଉଲ୍ଲେଖ କରିବା ସହିତ କିପରି ଓଡ଼ିଶା ସରକାର ବିଧାନ ସଭା ଆଇନରେ ସଂଶୋଧନ ଆଣି ତାଙ୍କୁ ଦେଶର ପ୍ରଥମ ଓ ଏକମାତ୍ର ବିଡିଓ ଭାବରେ ନିଯୁକ୍ତି କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଫଳତାର ସହିତ ବଇପାରିଗୁଡ଼ା ପ୍ରୋଜେକ୍ଟ ମାଧ୍ୟମରେ ଓଡ଼ିଶାରେ ପ୍ରଚଳନ କରିଥିଲେ। 

ଜାତୀୟ ସର୍ବୋଦୟ ସଂଗଠନର ଆବାହକ ଶ୍ରୀ ଆଦିତ୍ୟ ପଟ୍ଟନାୟକ ଯୋଗଦେଇ ତାଙ୍କ ଆଦର୍ଶ ଯୁବ ସମାଜକୁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅଶା ବ୍ୟକ୍ତ କରିଥିଲେ। ଓଡ଼ିଶାର କୃଷି ବ୍ୟବସ୍ଥାର ଉନ୍ନତି ପାଇଁ ଅନବରତ କାମ କରୁଥିବା ବିଶିଷ୍ଠ ସମାଜସେବୀ ଶ୍ରୀ ଜଗଦୀଶ ପ୍ରଧାନ ଯୋଗଦେଇ ସ୍ବାମୀ କିପରି ଓଡ଼ିଶାର ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ପ୍ରତିବଦ୍ଧତା ସହିତ କାମ କରୁଥିଲେ ତାହା ବର୍ଣ୍ଣନା କରିଥିଲେ। 

ଅନ୍ୟମାନକଂ ମଧ୍ୟରେ ସମାଜ ସେବୀ ଶିକ୍ଷାବିତ ଡଃ ଅରୁନ୍ଧତୀ ଦେବୀ, ସେବାସମାଜ ଅନୁଷ୍ଠାନରୁ ରାଜେଶ୍ଵରୀ ଦଳାଇ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଡଃ ସୁବାସିନୀ ବାରିକ, ତାଙ୍କର ପୁତ୍ର ସୁନିଲ ଆଚାରିୟା, କନ୍ୟା ସୁଚିତ୍ରା ଆଚାରିୟା, ଭଣଜା ତଥା ସହଯୋଗୀ ରମେଶ ଆଚାରିୟା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥି ସହିତ ଦେଶ ବିଦେଶରୁ ଅନେକ ଅନୁଗାମୀ ଏହି ଶ୍ରଦ୍ଧାଞ୍ଜଳି ସଭାରେଯୋଗଦେଇ ଏଭି ସ୍ବାମୀଙ୍କ ଗୁଣଗାନ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। 

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget