ଭୁବନେଶ୍ୱର, ୨୦୨୦ ମସିହା ଶେଷ ତୈମାସିକ କାଳରେ ଶିଳ୍ପାୟନ ପ୍ରକଳ୍ପ ଗୁଡିକର ଦୂତ କାର୍ଯ୍ୟାନ୍ବୟନ ପାଇଁ ଜାତୀୟ ସ୍ତରରେ ୧ ନମ୍ବର ସ୍ଥାନ ହାସଲ କଲାପରେ,୪ ଟି ଜିଲ୍ଲାରେ ଆଉ ୨୩ ପ୍ରକଳ୍ପର ତ୍ବରିତ କାର୍ଯ୍ୟାନ୍ବୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ବ ଆରୋପ କରିଛନ୍ତି। କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ ଏବଂ ଯାଜପୁର ଆଦି ୪ ଟି ଜିଲ୍ଲାରେ ଚାଲୁଥିବା ପୁଞ୍ଜିନିବେଶ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନାର ସୃଷ୍ଟି ହେଉଥିବା ଅସୁବିଧା ଗୁଡିକର ସମାଧାନ କରିବା ସହ ଶ୍ରୀ ମହାପାତ୍ର ପ୍ରତି ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ ପାଇଁ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିଛନ୍ତି ।
ନିର୍ଦ୍ଧାରିତ ସମୟ ଅନୁସାରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧୂକ ଉପକରଣ ଓ ମାନବ ସମ୍ବଳ ନିୟୋଜିତ କରି ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ସଂପୃକ୍ତ କଂପାନୀ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବର୍ତ୍ତମାନ ସ୍ଥିତି ଏବଂ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
କେନ୍ଦୁଝର ଜିଲ୍ଲାର ଆର୍ସିଲୋ ମିତଲ୍ ନିପନ୍ ଷ୍ଟିଲ୍ ଲି, ଜେ.ଏସ୍.ଡବ୍ଲ୍ୟୁ ଲି, ଶ୍ରୀମେଟାମିଲକସ୍ ଲି, ଏମ୍.ଏସ୍.ପି ସଞ୍ଜ ଲି, ଜିନ୍ଦଲ ଷ୍ଟିଲ୍ ଏବଂ ଇଡକୋର ଶିଳ୍ପାଞ୍ଚଳ ଉନ୍ନୟନ ପ୍ରକଳ୍ପ ସମୀକ୍ଷା ହୋଇଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଜେ.ଏସ୍.ଡବ୍ଲ୍ୟୁ ସିମେଣ୍ଟ, ଡ଼ାଲମିଆ ସିମେଣ୍ଟ ଲି, ଶ୍ରୀହରି ସ୍ପଞ୍ଜ ପ୍ରାଇଭେଟ୍ ଲି, ସ୍କାନ୍ ଷ୍ଟିଲ୍ ଲି, ଆର୍ଗାସେନ୍ ସ୍ପଞ୍ଜ ଲି, ଆଧୁନିକ ମେଟାଲିକସ୍, ସୁରଜ ପ୍ରଡକ୍ଟ ଏବଂ ଇଡକୋ ଶିଳ୍ପାଞ୍ଚଳ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଯାଜପୁର ଜିଲ୍ଲାର ଦେଓ ରେସିଡେନସି, ସି.ଜେ.ଦାସ୍କେଲ୍ ଲଜିଷ୍ଟିକ ଲି, ସାଇବାର ଲଜିଷ୍ଟିକ୍ ଲି, ଇଡକୋ ଶିଳ୍ପାଞ୍ଚଳ, ଏବଂ, ମୟୁରଭଞ୍ଜ ଜିଲ୍ଲାର ଆନଭିଲ୍ କେବୁଲ୍ ଓ ନୂଆ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ର କାର୍ଯ୍ୟାନ୍ବୟନ ସ୍ଥିତି ଗୁଡିକ ସମୀକ୍ଷା ହୋଇଥିଲା ।
କଂପାନୀ ମାନଙ୍କ ଦ୍ବାରା ଉତଥାପିତ ସମସ୍ୟାଗୁଡିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ । ତଦନୁଯାୟୀ ସରକାରୀ ଜମିର ଆଗୁଆ ଦଖଲ ଅନୁମତି, ଦୁବୁନାଠାରେ ଟ୍ରକ ଅନଲୋଡିଙ୍ଗ ଷ୍ଟେସନର କାର୍ଯ୍ୟାରମ୍ଭ, ଜଙ୍ଗଲ ଅଧୁକାର ଆଇନ୍ ଅନ୍ତର୍ଗତ 'ନୋ ଅବଜେକ୍ସନ ପ୍ରମାଣପତ୍ର, ଅଧୁକ ଲୁହା ପଥର ମହଜୁଦ ରଖୁବା ପାଇଁ ଅନୁମତି, ରାସ୍ତା ସଂଯୋଗ, ପାଣି ଯୋଗାଣ, ଅଣ-ଜଙ୍ଗଲ ସରକାରୀ ଜମି ଆବଣ୍ଟନ, ବିଦ୍ୟୁତ ଯୋଗାଣ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ, ଇଡକୋ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଇଁ ଜମି ଅଧଗ୍ରହଣ, ଉତ୍ପାଦନ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଅନୁମତି, ଆଇନ୍ ଶୃଙ୍ଖଳା ସ୍ଥିତି ଆଦି କ୍ଷେତ୍ରରେ ସୃଷ୍ଟି ହେଉଥିବା ଅସୁବିଧା ଗୁଡିକର ଆଶୁ ସମାଧାନ କରାଯାଇଥିଲା ।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଜଳ ସଂପଦ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଇଡକୋର ଅଧକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂ, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିତୀନ । ଭାନୁଦାସ ଜାୱାଲେ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉକ୍ତ ୪ ଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧୁକାରୀମାନେ ଭିଡିଓ କନଫରେନସ୍ ମାଧ୍ୟମରେ ପ୍ରକଳ୍ପ ଗୁଡିକର ସଦ୍ୟତନ ସ୍ଥିତି ବିଷୟ ଅବଗତ କରାଇଥିଲେ ।
Post a Comment