ଭୁବନେଶ୍ବର, ଆଜି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମୋ ଜଙ୍ଗଲ ମୋବାଇଲ୍ ଆପ୍ ଏବଂ Know your Forest Land ମୋବାଇଲ୍ ଆପର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନରେ ଏହି ଉପଲକ୍ଷେ ଅନୁଷ୍ଟିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ଯୋଗ ଦେଇ କହିଲେ ଯେ, ଉଭୟ ମୋବାଇଲ୍ ଆପ୍ ପ୍ରଚଳନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ୫ଟି ଓ ମୋ ସରକାର’ ଉଦ୍ୟମର ଅଂଶବିଶେଷ ।
ମୋ କଙ୍ଗଲ ମୋବାଇଲ୍ ଆପ୍ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ ହେବା ସହ ରାଜ୍ୟର ଜନସାଧାରଣ ଏ ସମ୍ବନ୍ଧୀୟ ବ୍ୟାପକ ସୂଚନା ଏହି ମୋବାଇଲ୍ ଆପ୍ରେ ପାଇପାରିବେ ଓ ଏହାକୁ ଅଧୁକ ଫଳପ୍ରସୂ କରିବା ପାଇଁ ସୁଚିନ୍ତିତ ମତାମତ ମୋବାଇଲ୍ ଆପ୍ ଜରିଆରେ ଦେଇପାରିବେ ।
ସେହିଭଳି Know your Forest Land ମୋବାଇଲ୍ ଆପ୍ ଦ୍ବାରା ରାଜ୍ୟର ସମସ୍ତ ଜଙ୍ଗଲ ଜମି ସମ୍ବନ୍ଧରେ ସଠିକ୍ ସୂଚନା ଓ ଏସବୁ ଜଙ୍ଗଲ ଜମିର ଉନ୍ନତି ସମ୍ବନ୍ଧୀୟ ବିଶଦ ଯୋଜନା ଜନସାଧାରଣ ପାଇପାରିବେ । ରାଜ୍ୟର ଯେ କୌଣସି ସ୍ଥାନର ଜଙ୍ଗଲ ଜମି ଓ ଜଙ୍ଗଲ ପ୍ରଶାସନ ସମ୍ବନ୍ଧୀୟ ତଥ୍ୟାବଳୀ ଏହି ମୋବାଇଲ୍ ଆପ୍ ଜରିଆରେ ଉପଲବ୍ଧ ହୋଇପାରିବ । ଏହାଛଡା ଜିଲ୍ଲା, ତହସିଲ, ବ୍ଲକ୍, ଗ୍ରାମ ପଞ୍ଚାୟତ, ଗାଁ, ଖାତା ନମ୍ବର, ରାଜସ୍ୱ ଜମି ନମ୍ବର, ଜମି ମାଲିକଙ୍କ ନାମ, କେଉଁ କିସମର ଜମି, କେତେ ବର୍ଗଫୁଟର କମି, ସ୍ଥାନୀୟ ପୋଲିସ ଷ୍ଟେସନର ସମସ୍ତ ତଥ୍ୟ ଏହି ମୋବାଇଲ୍ ଆପ୍ ଯୋଗାଇ ଦେବ ।
ଉଭୟ ମୋବାଇଲ୍ ଆପ୍ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶାଙ୍କ ଆଇ.ଟି ଓ ଜି.ଆଇ.ଏସ୍ ସେଲ୍ ଏବଂ ଓସାର ବୈଷୟିକ ସହଭାଗିତାରେ ପ୍ରସ୍ତୁତ କରାଯାଇଛି । ଗୁଗୁଲ୍ ପ୍ଲେଷ୍ଟୋର୍ ଓ ଆପଲ୍ ପ୍ଲେଷ୍ଟୋରୁ ଏହି ଦୁଇଟିଯାକ ମୋବାଇଲ୍ ଆପ୍ ଡାଉନ୍ଲୋଡ କରି ଉପଯୋଗ କରିହେବ । ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ଏହି ଦୁଇଟି ମୋବାଇଲ୍ ଆପ୍ ଯୋଗୁଁ ଅଧୁକ ସ୍ଵଚ୍ଛତା ଓ ପାରଦର୍ଶିତା ଆସିପାରିବ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନନ୍ୟ ମନ୍ତ୍ର ‘୫-ଟି' ଓ “ମୋ ସରକାର ଆଧାରରେ ଓଡ଼ିଶା ବନସଂହିତାକୁ ବ୍ୟାପକ ସଂଶୋଧନ କରାଯାଇଛି । ଜଙ୍ଗଲ ପରିଚାଳନା, ସଂରକ୍ଷଣ ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସାଧନ ଦିଗରେ ସ୍ୱଚ୍ଛତା ଓ ସଫଳତା ଆସିପାରିଛି । ହିତାଧୁକାରୀ ଓ ବିଭିନ୍ନ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ଦେୟ ସିଧାସଳଖ ଭାବେ ପ୍ରେରଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଥଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା ଏହି ଲୋକାର୍ପଣ ସମୟରେ ଉପସ୍ଥିତ ଥୁଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସନ୍ଦୀପ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଉଭୟ ମୋବାଇଲ୍ ଆପ୍ ଉପରେ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଖାରବେଳ ଭବନରୁ କଙ୍ଗଲ ଓ ପରିବେଶ ବିଭାଗର ଉଚ୍ଚାଧୁକାରୀ, ବିଭିନ୍ନ ଜିଲ୍ଲାରୁ ବନଖଣ୍ଡ ଅଧୁକାରୀମାନେ ଭର୍ଚୁଆଲ ମୋରେ ଯୋଗ ଦେଇଥିଲେ ।
Post a Comment