ଭୁବନେଶ୍ୱର, ମୋ ସ୍କୁଲ ଅଭିଯାନ ର ୨୧ତମ କାର୍ଯ୍ୟକାରୀ ପରିଷଦ ବୈଠକ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର ୩୦ଟି ଜିଲ୍ଲାରେ ଥିବା ୪୬୬୪ଟି ବିଦ୍ୟାଳୟର ମୋଟ ୩୨ କୋଟି ୫୦ ଲକ୍ଷ ୨୩ ହଜାର ୫୯୯ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିପାଇଁ ବିଗତ ଏକ ମାସ ମଧ୍ୟରେ ପ୍ରାୟ ୭ ହଜାର ପୁରାତନ ଛାତ୍ରଛାତ୍ରୀ ୧୦.୮୫ କୋଟି ଅଂଶଦାନ କରିଥିଲେ । ଏହା ମଧ୍ୟରେ ବାଲେଶ୍ବରରେ ୩.୩୨ କୋଟି,
କେଉଁଝରରେ ୧.୯୦ କୋଟି, ଭଦ୍ରକରେ ୭୦.୯୬ ଲକ୍ଷ, ପୁରୀରେ ୪୪.୯୩ ଲକ୍ଷ ଏବଂ ସମ୍ବଲପୁରରେ ୩୮.୯୧ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।
ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ତଦାରଖ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ଜିଲ୍ଲାସ୍ତରରେ ତଦାରଖ ଦଳ ଗଠନ କରାଯାଇ ବିଦ୍ୟାଳୟ ସ୍ତରରେ ମୋ ସ୍କୁଲ ପ୍ରକଳ୍ପର ତଦାରଖକୁ ତ୍ବରାନ୍ବିତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୮୦୮୩ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଥିବାବେଳେ ୧୬୨୮ଟି ପ୍ରକଳ୍ପର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ୩.୬୦ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ’ ଅଭିଯାନରେ ସାମିଲ ହୋଇଛନ୍ତି ଏବଂ ରାଜ୍ୟରେ ସମସ୍ତ ଜିଲ୍ଲାର ପ୍ରାୟ ୨୨୦୦୦ ସ୍କୁଲକୁ ‘ମୋ ସ୍କୁଲ’ ଅଭିଯାନରେ ସାମିଲ କରାଯାଇଛି ।
କରୋନା ସଙ୍ଗେ ଚଳିତ ବର୍ଷ ଜାନୁଆରୀ ୨୦ ତାରିଖ ସୁଦ୍ଧା ପ୍ରାୟ ୩୦ କୋଟି ଟଙ୍କା ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ଅଂଶଦାନ ହୋଇଛି । ‘ମୋ ସ୍କୁଲ ଅଭିଯାନ ଅଧୀନରେ ଆରମ୍ଭ ହୋଇଥିବା ସ୍କୁଲ ଆସନ୍ କାର୍ଯ୍ୟକ୍ରମକୁ ଅଧୁକ ତ୍ବରାନ୍ବିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ସେଲ୍ ଗଠନ କରାଯାଇଛି । ଏହା ସହ ‘ମୋ ସ୍କୁଲ’ର ପ୍ରୋଜେକ୍ଟ ମନିଟରିଙ୍ଗ ୟୁନିଟ୍କୁ ଅଧିକ ସଶକ୍ତ କରି ସ୍କୁଲ ଆଡପସନ୍ ଅଭିଯାନକୁ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରହିଛି ଓ ସେଥିପାଇଁ ସ୍ବତନ୍ତ୍ର ଟେଲିଫୋନ୍ ନମ୍ବର ୦୬୭୪-୨୩୯୩୯୩୩ ଏବଂ ମୋବାଇଲ ନମ୍ବର –୯୮୬୧୪୯୦୯୨୯ର ବ୍ୟବସ୍ଥା କରାଯାଇଛି ।
ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍ଇପିଏ, ନିର୍ଦ୍ଦେଶକ, ଟିଇ, ଏସ୍ସିଇଆଟି, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଭାରପ୍ରାପ୍ତ ଅଧୁକାରୀ, ମୋ ସ୍କୁଲ ଓ ମୁଖ୍ୟ କାର୍ଯ୍ୟକାରୀ ଅଧୁକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ ।
Post a Comment