ଭୁବନେଶ୍ୱର, ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲା ଆମ ରାଜ୍ୟ ତଥା ଦେଶ ପାଇଁ ଗର୍ବ । ଏହି ମାଟିର ସ୍ୱର୍ଗତ ମାଇକେଲ କିଣ୍ଡୋଙ୍କ ଠାରୁ ଆରମ୍ଭ କରି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଲାକୁରୁସ୍ ବାର୍ଲା, ପ୍ରବୋଧ ତିର୍କୀ, ଉଇଲିୟମ୍ ଖାଲ୍କୋ, ରୋସନ୍ ମିଞ୍ଜ ଆଦି ହକି ଖୋଳାଳି ଉନ୍ନତ ଖେଳ ପ୍ରଦର୍ଶନ କରି କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷକୁ ଗୌରବାନ୍ବିତ କରିଛନ୍ତି । ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନିକଟରେ ସୁନ୍ଦରଗଡ଼ ଜିଲ୍ଲାରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମସ୍ତ ୧୭ଟି ବ୍ଲକ୍ରେ ସିନଥେଟିକ୍ ଟର୍ଫ ନିର୍ମାଣ ଲାଗି ପ୍ରକଳ୍ପର ଶିଳାନ୍ୟାସ ପରେ ରାଜ୍ୟ ହକିର ବ୍ୟାପକ ଉନ୍ନତି ପାଇଁ ପଥ ପରିଷ୍କାର ହୋଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ତ୍ଵରିତ ବେଗରେ ଆଗେଇ ନେବା ପାଇଁ କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ସୁନ୍ଦରଗଡ଼ ଜିଲ୍ଲାକୁ ତିନିଦିନଆ ମାରାଥନ ଗସ୍ତ କରିଛନ୍ତି । ଏହି ଗସ୍ତରେ ମନ୍ତ୍ରୀ ଶ୍ରୀ ବେହେରା ବିଶେଷ କରି ଜିଲ୍ଲାର ବାଲିଶଙ୍କରା, ବରଗାଁ, ବିଶା, ବଣାଇ, ଗୁରୁଣ୍ଡିଆ, ହେମଗିରି, କୋଇଡ଼ା, କୁଆରମୁଣ୍ଡା, କୁତ୍ରା, ଲହୁଣିପଡ଼ା, ଲାଠିକଟା, ଲେଫ୍ରିପଡ଼ା, ନୂଆଗାଁ, ରାଜଗାଙ୍ଗପୁର, ସବ୍ଡ଼େଗା, ସୁନ୍ଦରଗଡ଼ ଏବଂ ଟାଙ୍ଗରପାଲି ଆଦି ସମସ୍ତ ବ୍ଲକରେ ସିନଥେଟିକ୍ ଟାର୍ଫ ନିର୍ମାଣ ନେଇ ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିବେ । ବର୍ତ୍ତମାନ ପାନପୋଷରେ ଦୁଇଟି ଏବଂ ସୁନ୍ଦରଗଡ଼ର ଭବାନିପୁରରେ ଗୋଟିଏ ସିନଥେଟିକ୍ ଟାର୍ଫ ଥିବାବେଳେ ସୁନ୍ଦରଗଡ଼ ସଦର ବ୍ଲକ୍ରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ଫୁଡ୍ ଲାଇଟ୍ ଏବଂ ୧୫୦ ଜଣ ବସିବା ଭଳି ସୁବିଧା ଥାଇ ଅନ୍ୟ ଏକ ନିର୍ମାଣାଧୀନ ଟର୍ଫ ସଂପର୍କରେ ମଧ୍ୟ ମନ୍ତ୍ରୀ ଅନୁଧ୍ୟାନ କରିବେ ।
ଏଥି ସହିତ ୨୦୨୩ରେ ରାଉରକେଲାଠାରେ ହେବାକୁ ଥିବା ହକି ବିଶ୍ୱକପ ଲାଗି ନିର୍ମାଣ ହେବାକୁ ଥିବା ଦେଶର ସର୍ବବୃହତ ଷ୍ଟାଡିୟମ୍ ନିର୍ମାଣ ସଂପର୍କରେ ମନ୍ତ୍ରୀଙ୍କ ସମୀକ୍ଷା କାର୍ଯ୍ୟକ୍ରମ ରହିଛି। ଅନ୍ୟ ସମସ୍ତ ବ୍ଲକ୍ରେ ଟର୍ଫ ନିର୍ମାଣ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯଥା-ଚେଞ୍ଜି ରୁମ୍, ଜିମ୍, ଶୌଚାଳୟ, ଅଫିସ, ଉତ୍ସବ ନିମନ୍ତେ ମଣ୍ଡପ ଏବଂ ପାକିଂ ସୁବିଧା ନିର୍ମାଣ ବିଷୟରେ ମନ୍ତ୍ରୀ ବିଷଦ ଭାବେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱରରରୁ ଆସି କୋଇଡ଼ା ବ୍ଲକ୍ ଆଇଟିଆଇ ନିକଟରେ ଥିବା କମ୍ୟୁନିଟି ପଡ଼ିଆ ବୁଲି ଦେଖୁବା ସହ ସିନଥେଟିକ୍ ଟାର୍ଫ ନିର୍ମାଣ ସଂପର୍କରେ ବିସ୍ତୁତ ଆଲୋଚନା କରିଥିଲେ । ପରେ ଲହୁଣିପଡ଼ାରେ ହେବାକୁ ଥିବା ହକି ପଡ଼ିଆ, ବଣାଇ, ଗୁରୁଣ୍ଡିଆ, ଲାଠିକଟା ବ୍ଲକରେ ଥିବା ହକିପିଡ଼ିଆ ବୁଲି ଦେଖୁବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ଏହି ସମସ୍ତ ପଡ଼ିଆରେ ହକି ଟର୍ଫ ନିର୍ମାଣ ହେଲେ ରାଜ୍ୟ ହକିର ଅନେକ ଉନ୍ନତି ସାଧୂତ ହେବା ସହିତ ଜିଲ୍ଲାକୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବ । କେବଳ ସେତିକି ନୁହେଁ ନିର୍ମାଣ ପରେ ନୀଳରଙ୍ଗର ଏହି ଟର୍ଫଗୁଡ଼ିକ ଆକାଶ ମାର୍ଗରୁ ଜିଲ୍ଲାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବ । ଆସନ୍ତା ଦୁଇଦିନ ମନ୍ତ୍ରୀ ଜିଲ୍ଲାରେ ରହିବା ସହ ସମସ୍ତ ବ୍ଲକ୍ ଗସ୍ତ କରି ଟର୍ଫ ନିର୍ମାଣ ଉପରେ ବିସ୍ତୁତ ଅନୁଧ୍ୟାନ କରିବା ସହିତ ଜିଲ୍ଲାରେ ଥୁବା ଦୁଇଟି କ୍ରୀଡ଼ା ହଷ୍ଟେଲ ବୁଲି ଦେଖୁବାର କାର୍ଯ୍ୟକ୍ରମ । ରହିଛି । ଏଥି ସହିତ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ଉପରେ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସମେତ ରାଉରକେଲା ବିଧାୟକ ଶ୍ରୀ ଶାରଦା ପ୍ରସାଦ ନାୟକ, ଉପଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧୁକାରୀ ଏବଂ ଲୋକପ୍ରତିନିଧୁମାନେ ଉପସ୍ଥିତ ଥିଲେ ।
ପରେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ହେଉଥିବା ଜନସଂପର୍କ କାର୍ଯ୍ୟକ୍ରମ ଏବଂ ଆମ ପରିବାର ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଶ୍ରୀ ବେହେରା ଯୋଗଦେଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ କ୍ରୀଡ଼ାବିତ୍, କ୍ରୀଡ଼ାପ୍ରେମୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଆଶାର କିରଣ ସୃଷ୍ଟି କରିଛି । ମନ୍ତ୍ରୀଙ୍କ ଗସ୍ତ ଫଳରେ ସଂପୂର୍ଣ୍ଣ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ଏଥି ସହିତ ସମସ୍ତ ବ୍ଲକ୍ରେ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ତତ୍ପରତା ଦେଖାଦେଇଛି । । ମନ୍ତ୍ରୀଙ୍କ ଏହି ଗସ୍ତ କ୍ରୀଡ଼ାପ୍ରେମୀଙ୍କ ମହଲରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିଛି । କ୍ରୀଡ଼ାର ବିକାଶ ପ୍ରତି ଦୃଢ଼ ପ୍ରତିଜ୍ଞାବଦ୍ଧ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଆଗାମୀ ଦିନରେ କ୍ରୀଡ଼ାକୁ ଏବଂ ଓଡ଼ିଶାକୁ ଶୀର୍ଷ ରେ ପହଞ୍ଚାଇବା ଲାଗି ଯେଉଁ ଲକ୍ଷ୍ୟ ରଖୁଛି ତାହା ନିଶ୍ଚୟ ପୂରଣ ହେବ ବୋଲି ସାଧାରଣରେ ହୃଦବୋଧ ହେଉଥିବା ପରିଲକ୍ଷିତ ହେଉଛି ।
ଏହି ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟ ରଖୁ କହିଲେ ଯେ ‘ୱେଟର୍ସ ଫର ୟୁଥ, ୟୁଥ ଫର ଫଊଚର’ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାକୁ ନେଇ ଏଠାକାର ଯୁବକ୍ରୀଡ଼ାବିତ୍ଙ୍କୁ ଭେଟିବା ପରେ କ୍ରୀଡା ଓ ହକିକୁ ନେଇ ସେମାନଙ୍କ ଭିତରେ ଥିବା ଉତ୍ସାହ ମତେ ବେଶ୍ ଆନନ୍ଦିତ କରିଛି । ଆଶା କରୁଛି, ସୁନ୍ଦରଗଡ଼ର କ୍ରୀଡ଼ାବିତଙ୍କ ଏହି ଉତ୍ସାହ ଆଗାମୀ ଦିନରେ ହକିରେ ଇତିହାସ ରଚିବା ସହ ଆଗାମୀ ୨୦୨୩ରେ ବିଶ୍ଵକପ ହକିକୁ ଅତି ଉତ୍କୃଷ୍ଟ ମାନର କରିବା ପାଇଁ ଆମକୁ ପ୍ରେରଣା ଯୋଗାଇବ ।
Post a Comment