ଭୂବନେଶ୍ବର, ରାଜ୍ୟ ସରକାର ଚାଷୀଙ୍କର ସବୁ ବଳକା ଧାନ କିଣିବେ ବୋଲି ଡିଣ୍ଡିମ ପିଟୁଥୁବା ବେଳେ ପଶ୍ଚିମ, ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ଓ ଖଳାରେ ପଡ଼ି ରହିଛି । ଟୋଳନ ଦିଆଯିବା ବେଳେ ଆବଶ୍ୟକ ମୁତାବକ ଟାର୍ଗେଟ ଦିଆଯାଉନାହିଁ । ମଣ୍ଡି ବନ୍ଦ ହେବାକୁ ଗଲଣି । ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରତି ବସ୍ତା ପିଛା ୫ରୁ ୭ କେଜି କଟନି ଛଟନି କରାଯାଉଛି । ଏଣୁ ଏହାର ତୁରନ୍ତ ପ୍ରତିକାର ପାଇଁ ଆଜି ଓଡ଼ିଶା ପ୍ରଦେଶ ନିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧକ୍ଷ ଅମୀୟ କୁମାର ପଟ୍ଟନାୟଳଙ୍କ ନେତୃତ୍ଵରେ ଏକ ୧୧ ଯଣିଆ ପ୍ରତିନିଧୁ ଦଳ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶାର ମୁଖ୍ୟ ଫସଲ ଧାନ । ଧାନ ଚାଷ ଉପରେ ପ୍ରାୟ ୯୦ ପ୍ରତିଶତ ଚାଷ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏଠାରେ ଏକ କୁଇଣ୍ଟାଲ ଧାନ ଉତ୍ପାଦନରେ ପ୍ରାୟ ୨୪୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କଦ୍ବାରା ପ୍ରଣୀତ ସାଧାରଣ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ଟଙ୍କା ଧାର୍ଯ୍ୟ କରାଯାଇଛି । ଫଳରେ ଚାଷୀ ପ୍ରତି କୁଇଣ୍ଟାଲ ପିଛା ବର୍ତମାନ ଧାନରେ ୫୩୨ ଟଙ୍କା କ୍ଷତି ସହୁଛନ୍ତି । ସ୍ୱାମୀନାଥନ କମିଟି ସୁପାରିଷ ଆଧାରରେ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରାଯିବା ପାଇଁ ବହୁ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥୁଲା ।
ଦୁଃର୍ଭାଗ୍ୟର ବିଷୟ, ଆଜି ପର୍ଯ୍ୟନ୍ତ ଏହାର ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ । ପଡ଼ୋଶୀ ଛତିଶଗଡ଼ ସରକାର ଧାନ କୁଇଣ୍ଟାଲ ପିଛା ଚାଷୀଙ୍କୁ ୫୦୦ ଟଙ୍କା ବୋନସ୍ ଓ କେରଳ ସରକାର କୁଇଣ୍ଟାଲ ପିଛା ଚାଷୀଙ୍କୁ ୯୦୦ ଟଙ୍କା ବୋନସ୍ ଦେଉଥିବା ବେଳେ ଆମ ରାଜ୍ୟ ସରକାର ଚାଷୀଙ୍କୁ ଏମଏସପି ଉପରେ କୌଣସି ସହାୟତା ଦେଉ ନାହାନ୍ତି । ଅପରପକ୍ଷରେ ଓଡ଼ିଶା ରାଜ୍ୟରେ ଜଳ ସେଚିତ ଅଂଚଳରୁ ପ୍ରତି ଏକର ପିଛା ୩୦ରୁ ୫୫ କୁଇଣ୍ଟାଲ ଧାନ ଓ ଅଣଜଳସେଚିତ ଅଂଚଳର ପ୍ରତି ଏକର ପିଳା ୧୮ରୁ ୨୨ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଉଛି । କିନ୍ତୁ ରାଜ୍ୟ ସରକାର କଳସେଚିତ ଅଂଚଳରୁ ପ୍ରତି ଏଳର ପିଛା ୧୯କୁଇଣ୍ଟାଲ, ଅଣଳସେଚିତ ଅଂଚଳରୁ ୧୩ କୁଇଣ୍ଟାଲ ଧାନ କିଣିବା ଦ୍ଵାରା ଚାଷୀ ତାଙ୍କର ବଳକା ଧାନ ବିକିବାରେ ବହୁ କ୍ଷତି ସହୁଛନ୍ତି ।
ରାଜ୍ୟ ସରକାର ୨୦୨୦ ଖରିପ ଓ ୨୦୨୦- ୨୧ ଋବିଧାନ ମୋଟ ୮୨ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ବର୍ତମାନ ପାଖାପାଖି ୪୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କଟାଯାଇଥିବା ବେଳେ ଆଉ ଅବଶିଷ୍ଟ ଧାନ କ୍ରୟ କରାଯାଇ ନାହିଁ । ଅତ୍ୟନ୍ତ କ୍ଷୋଭର ବିଷୟ ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ପ୍ରାୟ ୨୧ ଲକ୍ଷ ମେଟ୍ରିକ ଟନ୍ ଚାଉଳ କ୍ରୟ କରିବେ ନାହିଁ ବୋଲି ଓଡ଼ିଶା ସରକାରଙ୍କୁ ଅବଗତ କରିଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡି ନଖୋଲିବା ଏବଂ ବଳକ। ଧାନ କିଣା ନ ଯିବା ହେତୁ ଚାଷ। ବର୍ତ୍ତମାନ ତାଙ୍କର ଧାନକୁ କୁଇଣ୍ଟାଲ ପ୍ରତି ୧୨ ଶହ ୧୩ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅଭାବୀ ବିକ୍ରି ରୋକିବାରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିବା ଚାଷୀଙ୍କ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ହୋଇଛି । ପ୍ରକୃତରେ ସରକାର ଧାନ କିଣୁଛନ୍ତି ନା ମିଲରଙ୍କ ମର୍ଜିରେ କଳାବଜାରୀ କରାଯାଇଛି ବୋଲି ଅଧକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଗତ ୧ ମାସ ପରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ କିଷାନ କଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ବାଲେଶ୍ବର, କୋରାପୁଟ ପ୍ରଭୃତି ଜିଲ୍ଲାଗୁଚିକର ଧାନ ମଣ୍ଡି ପରିଦର୍ଶନ ସମୟରେ ଧାନର ଅଭାବୀ ବିକ୍ରି, କଟନି ଛଟନି, ଟୋକନ ସମସ୍ୟା, ନିର୍ଦ୍ଧାରିତ ସମୟରେ ମଣ୍ଡି ନ ଖୋଲାଯିବା ଏବଂ ଚାଷୀଙ୍କ ଖାତାକୁ ତତ୍କ୍ଷଣାତ୍ ଧାନର ଟଙ୍କା ଦିଆ ନଯିବା ଯୋଗୁଁ ଉପସ୍ଥିତ ଚାଷୀ ମାନେ ଅଭିଯୋଗ କରିଥିଲେ ବୋଲି କିଶାନ କଂଗ୍ରେସ ଅଭିଯୋଗ କରିଛି । ଏହାର ସମାଧାନ ପାଇଁ ଚାଷୀଙ୍କଠାରୁ ସମସ୍ତ ବକକା ଧାନ ସରକାର ଯୁଦ୍ଧକାଳୀନ ଭିତରେ କିଣିବା ଓ ଧାନ କୁଇଣ୍ଟାଲ ପିଛା ଏମଏସପି ଉପରେ ରାଜ୍ୟ ସରକାର ୫୦୦ ଟଙ୍କା ବୋନସ୍ ଦେବା ପାଇଁ ନିଖାଳ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ।
ଯଦି ସରକାର ଅତିଳମ୍ବେ ଏହାର ସମାଧାନ ନ କରନ୍ତି, ଆଗାମୀ ଦିନରେ କିଷାନ ସଂଗ୍ରେସ ପକ୍ଷରୁ ସବୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସୁବାସ ରାଜବ, ସାଳ ଫସାଦ ପାତ୍ର, ଯଶୋଦା ନନ୍ଦନ ସିଂହ, ସଦାନନ୍ଦ ଓଝା, ନିତ୍ୟାନନ୍ଦ ପଣ୍ଡା, ରମେଶ ଦଳାଇ, ମାନଭଞ୍ଜନ ପ୍ରଧାନ, ସୁଶାଟି କୁମାର ସେଠୀ, ଗଙ୍ଗାଧର ଖଟୁଆ, ସୁଜିତ ନାୟକ ପ୍ରମୁଖ ଉପସ୍ଥିତ ଅଲେ ।
Post a Comment