loading...

ଶକ୍ତିମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କଳିଙ୍ଗ ଡେୟାର ଡେଭିଲ୍ ପର୍ବତାରୋହୀ ଦଳ

ଉତ୍ତରାଖଣ୍ଡସ୍ଥିତ ହିମାଳୟର ଦୟାରା ବୁଗୀୟାଲ ପର୍ବତ ଶିଖରର ୧୨,୫୦୦ ଫୁଟ ଆରୋହଣ କରି ଗତ ୨୪ ତାରିଖ ଦିନ ୨୩ ଜଣିଆ କଳିଙ୍ଗ ଡେୟାର ଡେଭିଲ୍ ଦଳର

ଶକ୍ତିମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କଳିଙ୍ଗ ଡେୟାର ଡେଭିଲ୍ ପର୍ବତାରୋହୀ ଦଳ

ଭୁବନେଶ୍ୱର, ଉତ୍ତରାଖଣ୍ଡସ୍ଥିତ ହିମାଳୟର ଦୟାରା ବୁଗୀୟାଲ ପର୍ବତ ଶିଖରର ୧୨,୫୦୦ ଫୁଟ ଆରୋହଣ କରି ଗତ ୨୪ ତାରିଖ ଦିନ ୨୩ ଜଣିଆ କଳିଙ୍ଗ ଡେୟାର ଡେଭିଲ୍ ଦଳର ପର୍ବତାରୋହୀ ଦଳ ଓଡ଼ିଶା ଫେରିବା ପରେ ଶକ୍ତି, ଶିଳ୍ପ, ଏମ୍ଏସ୍‌ଏମ୍‌ଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଡ. ସତ୍ୟପିର ପଧାନଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ କଳାହାଣ୍ଡି ଜିଲ୍ଲାରୁ ନୃସିଂହଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ରସବ କୁମାର ପାଣିଗ୍ରାହୀ, ସୌମ୍ୟରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବାଗ, ଯୋଗେଶ୍ୱର ନାୟକ, ବି.ଜେ. ରାଜେଶ ଭୋଇ, ମୁରାରୀ ସାହୁ, ନୂଆପଡ଼ା ଜିଲ୍ଲାରୁ ସଚିନ ବେହେରା, ହିତେଶ କୁମାର ମେହେର, ମଳୟ କୁମାର ମେହେର, ବଲାଙ୍ଗୀରରୁ ଅମନ୍ ଛତ୍ରିଆ, ଘନ ସତନାମୀ, ନୀଳକମଳ ସାହୁ, ଛବିଲାଲ ମେହେର, କନ୍ଧମାଳ ଜିଲ୍ଲାରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁର ଜିଲ୍ଲାରୁ ପ୍ରଦୀପ ସିଂହ, ସୁନ୍ଦରଗଡ଼ ଜିଲ୍ଲାରୁ ବୈଦ୍ୟନାଥ ସିଂହ, ଜଗତସିଂହପୁର ଜିଲ୍ଲାରୁ ସାଗର କୁମାର ମଲ୍ଲିକ ଏହି ଦଳରେ ସାମିଲ ହୋଇଥିଲେ । 

ଏହି ଦଳ କରୋନା ସଚେତନତା ସକାଶେ ପୂର୍ବରୁ ସାଇକେଲ ରାଲି ଆୟୋଜନ କରିଥିଲେ । ଏହି ପର୍ବତାରୋହଣ କୋଭିଡ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିବା ଦଳପତି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଏହି ଦଳ ପର୍ବତାରୋହଣ କରି ବୁଗୀୟାଲ ପର୍ବତର ବରଫାବୃର ଶିଖରରେ ଜାତୀୟ ପତାକା ଉଡ଼ାଇଥିଲେ । ଏହି ଅବସରରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ତାଙ୍କ ଛାତ୍ରଜୀବନରେ ପର୍ବତାରୋହଣ କରିଥିବା ଏବଂ ଚାକିରିକାଳରେ ହିମାଳୟ ପର୍ବତାରୋହଣ କରି ସେ ଭାରତୀୟ ପଦାତିକ ବାହିନୀ ତରଫରୁ ସର୍ବୋତ୍ତମ ଶିକ୍ଷାନବିସ ଭାବେ ବିବେଚିତ ହୋଇଥିବା ପ୍ରମାଣପତ୍ର ପ୍ରଦର୍ଶନ କରି ଯୁବାବସ୍ଥାରେ ଏସବୁ ଚ୍ୟାଲେଞ୍ଜ ଭରା କାର୍ଯ୍ୟକୁ ହବି ଭାବେ ଗ୍ରହଣ କରିବାକୁ ଯୁବକଯୁବତୀ ଆଗଭର ହେବା ଉଚିତ ବୋଲି କହିଥିଲେ । ସେ ଏହି ଦଳର ସଦସ୍ୟମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget