loading...

ପି.ଏମ୍. କିଶାନ ନିଧି ଟଙ୍କା ୬୦୦୦ ରୁ ୧୨୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କଲା ସମାଜବାଦୀ ପାର୍ଟି

ପି.ଏମ୍. କିଶାନ ନିଧି ଟଙ୍କା ୬୦୦୦ ରୁ ୧୨୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ବଜେଟ୍‌ରେ ବ୍ୟୟ ବରାଦ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖୁ ଦାବି କଲା ସମାଜବାଦୀ

ପି.ଏମ୍. କିଶାନ ନିଧି ଟଙ୍କା ୬୦୦୦ ରୁ ୧୨୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ଆସନ୍ତା ୧ ତାରିଖ ଦିନ ସଂସଦରେ ୨୦ ୨୧-୨୨ ଆର୍ଥିକ ବର୍ଷ ପାଇଁ ମାନ୍ୟବର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବାକୁ ଯାଉଛନ୍ତି । ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ କିଶାନ ସମ୍ମରନ ନିଧି ଟଙ୍କା ବାର୍ଷିକ ୬୦୦୦- ରୁ ୧୨୦୦୦/- ଟଙ୍କାକୁ ବୃଦ୍ଧି କରିବା ପାଇଁ ବଜେଟ୍‌ରେ ବ୍ୟୟବରାଦ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କୁ ଏକ ଚିଠି ଲେଖୁବା ସହିତ ଏହାକୁ ପ୍ରଧାନମନ୍ତ୍ରୀଙ୍କ ଗୋଚରାର୍ଥେ ପ୍ରେରଣ କରି ଏହି ଦାବିକୁ ଦୋହରାଇଛନ୍ତି । 

କରୋନା ସଂକ୍ରମଣ ଯୋଗୁଁ ଦେଶର ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ତଥା ଦିନ ମଜୁରୀଆମାନଙ୍କର ଜୀବନ ଜୀବିକା ଉଜୁଡ଼ି ଯାଇଛି । ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସେମାନେ ଆଜି ବି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଆଖି ଆଗରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଗଲେ ଏହି ଶ୍ରେଣୀର ଜନସାଧାରଣ ବହୁଳ ଭାବରେ ଉପକୃତ ହୋଇପାରନ୍ତେ ବୋଲି ଶ୍ରୀ ବେହେରା ତାଙ୍କର ଏହି ପତ୍ରରେ ଦର୍ଶାଇଛନ୍ତି । ଦେଶର କୋଟି କୋଟି ଗରିବ କୃଷକଙ୍କ କଲ୍ୟାଣ ନିମନ୍ତେ ଏବଂ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ଏଥିପାଇଁ ଚଳିତ ବଜେଟରେ ଅର୍ଥ ବରାଦ କରିବା ପାଇଁ ଶ୍ରୀ ବେହେରା ମାନ୍ୟବର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଜି ଚିଠି ଲେଖ୍ ଦାବି କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget