loading...

ସୂଚନାଧିକାର କର୍ମୀ ରଞ୍ଜନ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମାରୋହ

ସହିଦ ରଞ୍ଜନ କୁମାର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ନିଜ ଗ୍ରାମ ମାଣିକପୁରଠାରେ ଆୟୋଜନ କରାଯାଉଛି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି

ସୂଚନାଧିକାର କର୍ମୀ ରଞ୍ଜନ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମାରୋହ

କଟକ, ମାନବାଧିକାର ଯୋଦ୍ଧା ଅମର ସହିଦ ରଞ୍ଜନ କୁମାର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ନିଜ ଗ୍ରାମ ମାଣିକପୁରଠାରେ ଆୟୋଜନ କରାଯାଉଛି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ସୂଚନା ଅଧୁକାର ଅଭିଯାନର ଆବାହକ ଶ୍ରୀମତୀ ଅଞ୍ଜଳି ଭରଦ୍ବାଜ, ଅମ୍ବିତା ଜୋହରି, ବିଶିଷ୍ଟ ସମ୍ବାଦିକ ରବି ଦାସ, ଶ୍ରୀ ସୁବାଷ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ସତ୍ୟପ୍ରକାଶ ନାୟକଙ୍କ ସମେତ ରାଜ୍ୟ ଅନେକ ସାମାଜିକ ସଂଗଠନ, ଦଳିତ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବେ । 

ଏହି କାର୍ଯ୍ୟକ୍ରମରେ ରଞ୍ଜନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ସହ ଏକ ସ୍ମରଣିକା ‘ସଂଗ୍ରାମ ସରିନାହିଁ’ ପ୍ରକାଶ ପାଇବ । ଗତ ଜାନୁୟାରୀ ୨୦୨୦ରିଖରେ ରଞ୍ଜନ କୁମାର ଦାସଙ୍କୁ କିଛି ଦୁବୃର୍ଭ ହତ୍ୟା କରି ମାର୍ଶାଘାଇ ଥାନାସ୍ଥିତ ବେରୁହାଁ ରାସ୍ତାକଡ଼ରେ ଫୋପାଡ଼ି ଦେଇଥିଲେ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ ପୋଲିସ୍ ପ୍ରଶାସନ ଏହାକୁ ଏକ ଦୁର୍ଘଟଣାର ରୂପ ଦେଇଥିଲା । ମାତ୍ର ଅଦ୍ୟାବଧେ ଶ୍ରୀଯୁକ୍ତ ଦାସଙ୍କ ମୃତ୍ୟୁ ପ୍ରାୟ ଏକବର୍ଷ ବିତିଯାଇଥିଲେ ମଧ୍ୟ ଅପରାଧୀକୁ ଗିରଫ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ମତବ୍ୟକ୍ତ କରିଛନ୍ତି । 

ତେବେ ଆସନ୍ତା ଶ୍ରାଦ୍ଧବାର୍ଷିକୀ ସଭାରେ ବହୁତ ସଂଖ୍ୟାରେ ବୁଦ୍ଧିଜୀବୀ, ସୂଚନାଧିକାର କର୍ମୀ, ସାମାଜିକ କର୍ମୀ ଏବଂ ଜନସାଧାରଣ ଯୋଗ ଦେବା ପାଇଁ ଓଡ଼ିଶା ସୂଚନା ଅଧୁକାର ଅଭିଯାନ ତରଫରୁ ଅନୁରୋଧ କରାଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget