ଭୁବନେଶ୍ୱର, ବର୍ଣ୍ଣବୋଧର ସ୍ରଷ୍ଟା ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଭୁବନେଶ୍ଵର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାର୍ଶ୍ବସ୍ଥ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଆଜି ପ୍ରତ୍ୟୁଷରୁ ପାଳିତ ହୋଇଯାଇଛି । ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସୁବକ୍ତା ଓ ବିଜୁ ଜନତା ଦଳ ସାଂସ୍କୃତିକ ସେଲ୍ ସଂଯୋଜକ ପ୍ରବୀର ମହାନ୍ତି, ପୂର୍ବତନ କର୍ପୋରେଟର ସେକ୍ ନିଜାଉଦ୍ଦିନ, ପଦ୍ମନାଭ ଦାସ, ଆଭୋକେଟ୍ ଅକ୍ଷୟ ପ୍ରସାଦ ବେହେରା, ଦୁର୍ଗାପ୍ରସାଦ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀମାନେ ଯୋଗଦାନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ କବିଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ । ବେଦବିଦ୍ବାନ ସୁରେନ୍ଦ୍ର ନାଥ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ବର୍ଣ୍ଣବୋଧର ସ୍ରଷ୍ଟା ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ପାଳିତ

Post a Comment