loading...

ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ୭ମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଉଦଯାପିତ

ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ୭ମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଉଦଯାପିତ

ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ୭ମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଉଦଯାପିତ

ନୂଆଦିଲ୍ଲୀ, ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ୭ମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ମହା ସମାରୋହରେ ଗତ ୨୦ ଏବଂ ୨୧ ପେବୃଆରୀ, ଶନିବାର ଓ ରବିବାର ଦିନ ଆୟୋଜିତ ହୋଇଯାଇଛି ।  ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ଘୋଷଣା ଦିବସ ଓ ବିଶ୍ବ ମାତୃଭାଷା ଦିବସକୁ ପାଳନ କରିବା ଅବସରରେ ପ୍ରତିବର୍ଷ ଏହି ଦୁଇ ଦିନିଆ ମାତୃଭାଷା ମହାକୁମ୍ଭ ଗତ ୭ ବର୍ଷ ହେବ ପାଳନ ହୋଇ ଆସୁଅଛି। ଚଳିତ ବର୍ଷ କରୋନା ମହାମାରୀକୁ ପ୍ରତିହତ କରି ୱେବିନାର ମାଧ୍ୟମରେ ସାରା ବିଶ୍ବକୁ ସଂଯୋଗ କରି ଏହି ସମ୍ମିଳନୀ ଏକ ଅଭିନବ ଉପାୟରେ ପାଳିତ ହୋଇଛି । ବିଶ୍ବର ବିଭିନ୍ନ ଦେଶରେ ଥିବା ଓଡିଆ ସାଂସ୍କୃତିକ ସଂଗଠନ ଗୁଡିକର ମିଳିତ ପ୍ରୟାସ ‘ଫାଉଣ୍ଡେସନ ଅଫ ଓଡିଆ ଡ଼ାୟୋସ୍ପୋରା’ ଏହି ମହାସମାବେଶର ସହଯୋଗୀ ଭାବରେ ଅଂଶଗ୍ରହଣ କରିଥିଲା। 

ଦି ଇଣ୍ଟେଲେକ୍ଟସର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଅନୁଷ୍ଠିତ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାଜ୍ୟ ସଭା ସାଂସଦ ଡଃ ସସ୍ମିତ ପାତ୍ର, ବିଶିଷ୍ଟ ସାମ୍ବାଦିକ ତଥା ରାଜନେତା ଶ୍ରୀ ସୌମ୍ଯ ରଞ୍ଜନ ପଟ୍ଟନାୟକ, ପୂର୍ବତ୍ତନ ସାଂସଦ ଡଃ ରାମ ଚନ୍ଦ୍ର ଖୁଣ୍ଟିଆ, ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାର ମୁଖ୍ୟ ସୂତ୍ରଧର ତଥା ବିଶିଷ୍ଟ ଭାଷାଭିତ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡ଼ିଶା ସୋସାଇଟି ଅଫ ଆମେରିକାସର ଅଧ୍ୟକ୍ଷା ଶ୍ରୀମତୀ କୁକୁ ଦାସ ଓ ବିଶିଷ୍ଟ ଚିନ୍ତକ, ଲେଖକ ତଥା ଆୟୋଜନ କମିଟିର ଅଧକ୍ଷ ଡଃ ଭଗବାନ ପ୍ରକାଶ ଯୋଗଦେଇ ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବାର ସ୍ମୃତିକୁ ରୋମନ୍ଥନ କରିବା ସହିତ ଆଗାମୀ ପିଢୀଙ୍କୁ ମାତୃଭାଷାର ଶିକ୍ଷା ସଠିକ ଭାବରେ ପ୍ରଦାନ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। 

ମାନ୍ୟବର ମନ୍ତ୍ରୀ ଏହି ପ୍ରୟାସକୁ ସାଧୁବାଦ ଜଣାଇବା ସହିତ ଭାଷାର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ। ସାଂସଦ ଡଃ ପାତ୍ର ମାତୃଭାଷାର ଆନୁଷ୍ଠାନିକ ବ୍ୟବହାର ସହିତ ସାଧାରଣରେ ଅଧିକ ବ୍ୟବହାର ଉପଯୋଗୀ କରିବା ଉପରେ ଜୋର ଦେଇଥିଲେ। ସମସ୍ୟାକୁ କେବଳ ଆଲୋଚନା କରି ଛାଡିଦେଲେ ତାହା ସମାଧାନ ହୁଏନାହିଁ ବରଂ ଛୋଟ ଛୋଟ ପ୍ରୟାସ ମାଧ୍ୟମରେ ଏହାର ସମାଧାନର ସୂତ୍ର ବାହାର କରି ମାତୃଭାଷା ପ୍ରତି ନିଜର ଦାୟିତ୍ବ ନିର୍ବାହ କରିବାକୁ ଶ୍ରୀ ସୌମ୍ଯରଞ୍ଜନ ପଟ୍ଟନାୟକ ମତ ରଖିଥିଲେ। 

ମାତୃଭାଷା ହିଁ ଶିଶୁର ସମ୍ପୂର୍ଣ୍ଣ ବୌଦ୍ଧିକ ବିକାଶ କରିବା ଦିଗରେ ସହାୟକ ହୋଇଥାଏ ବୋଲି ଭାଷାବିତ ଶ୍ରୀ ଦେବୀପ୍ରସନ୍ନ ପ୍ରକାଶ କରିଥିଲେ। ଗୋଟିଏ ଭାଷାକୁ ଅବହେଳା କଲେ ସେ ଜାତିର ଅଭିବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ଓ ତାର ସଂସ୍କୃତି ପତନ ମୁଖୀ ହୋଇଥାଏ ବୋଲି ଡଃ ଭଗବାନ ପ୍ରକାଶ ମତ ରଖିଥିବା ବେଳେ ସମ୍ମିଳନୀର ଆବାହକ ଶ୍ରୀ ରାଉତ ତାଙ୍କର ପ୍ରାରମ୍ଭିକ ସମ୍ଭାଷଣରେ ଅତିଥି ମାନଙ୍କୁ ନିମନ୍ତ୍ରଣ କରିବା ସହିତ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ଆଲୋକପାତ କରି ଆଗାମୀ ପିଢୀକୁ ମାତୃଭାଷା ପ୍ରତି ଆକୃଷ୍ଟ କରିବା ପାଇଁ ଅଭିଭାବକ ମାନଙ୍କୁ ପ୍ରୟାସ କରିବାକୁ ଆବହନ କରିଥିଲେ।

ଏହି ଦୁଇ ଦିନ ମଧ୍ୟରେ ମାତୃଭାଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ୭ ଟି ଅଲୋଚନ ଚକ୍ର ମାଧ୍ୟମରେ ବିଶେଷଜ୍ଞଙ୍କ ଦ୍ବାରା ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା। ଦେଶର ବିଶିଷ୍ଟ ଭାଷାବିତମାନଙ୍କ ମଧ୍ୟରୁ ପ୍ର. କପିଳ କପୁର, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ର. ବଳରାମ ପାଣି, ସୋବିତ ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ର. କୁମାର ଶେଖର ବିଜେନ୍ଦ୍ର, ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଜବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ର. ମିନତୀ ପଣ୍ଡା, ପ୍ର. ଉଦୟନାଥ ସାହୁ, ଡ଼. ବସନ୍ତ କୁମାର ପଣ୍ଡା, ଡ଼ଃ ଏ. ଜେ. ଥୋମାସ, ଡଃ. ଏମ ନାଇଡୁ, ପ୍ର. ପୁରୁଷୋତମ ବିଲିମିଲେ, ପ୍ର. ବି. ଏନ. ପଟ୍ଟନାୟକ, କମ୍ପ୍ୟୁଟର ବିଜ୍ଞାନର ପ୍ରାଧ୍ୟାପିକା ଡଃ ସଂଘମିତ୍ରା ମହାନ୍ତି, ଓଡିଆ ଲିପି ବିଶେଷଜ୍ଞ ଶୁଦ୍ଧିର ପଟେଲ ଓ ଅନଞ୍ଜ ପଣ୍ଡା, ଡଃ ସୁବାସିନୀ ବାରିକ, ଡଃ ନାଚାତ୍ତାର ସିଂ, ଶୁଭେନ୍ଦୁ ବିଶ୍ବାଳ, ଉତ୍କଳ ନାୟକ ଓ ଅନେକ ଯୁବ ତଥା ପ୍ରବୀଣ ବିଶେଷଜ୍ଞ ଅଂଶ ଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ବିଶ୍ବର ବିଭିନ୍ନ ଦେଶରେ ଅବସ୍ଥାପିତ ଓଡିଆ ସଂଗଠନର ପ୍ରତିନିଧି ତଥା ଦେଶର ବିଭିନ୍ନ ସ୍ଥାନରେ ଓଡିଆ ସ୍ବାଭିମାନ ଓ ଭାଷାକୁ ପ୍ରଚାର ଓ ପ୍ରସାର ପାଇଁ କାମ କରୁଥିବା ବିଶିଷ୍ଟ ବ୍ଯକ୍ତିତ୍ବ ଯୋଗଦେଇ ନିଜର ପ୍ରୟାସ ବିଷୟରେ ଅବଗତ କରାଇ ଥିଲେ| ସେମାନଙ୍କ ମଧ୍ୟରୁ ଦୀପ୍ତି ରଞ୍ଜନ ନନ୍ଦ ମାଲେସିୟାରୁ, ସୁମନ୍ତ ମାନସିଂ ଇଂଲଣ୍ଡରୁ, ସଂଜୀବ କୁମାର ବାରିକ କତାରରୁ, ଅରୁଣ କୁମାର ପ୍ରହରାଜ ବାହାରିନରୁ, ଜଗନ୍ନାଥ ଦାସ ମରିଶଶରୁ, ଅନିଲ ପଟ୍ଟନାୟକ ଆମେରିକାରୁ, ସାଇ ମନୋଜ ମହାପାତ୍ର ଓମାନରୁ, ତନ୍ମୟ ପଣ୍ଡା କାନାଡାରୁ, ସଂଜୀବ ପଣ୍ଡା ସିଙ୍ଗାପୁରରୁ, ଜୟଶ୍ରୀ ଦାସ ଲଣ୍ଡନରୁ, ପ୍ରଣବ ପାଣି ବାଙ୍ଗାଲୁରରୁ , ନଗେନ୍ଦ୍ର ନାଥ ସ୍ବାଇଁ ଓଡିଶାରୁ ତଥା ଅନେକ ଅନୁଷ୍ଠାନ ମୁଖ୍ୟ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାକ ଉଦଘାଟନୀ ଉତ୍ସବରେ ଏକ ବହୁଭାଷୀ ଆନ୍ତର୍ଜାତୀୟ କବି ସମ୍ମିଳନୀରେ ୨୫ ରୁ ଉର୍ଦ୍ଧ୍ବ ସୁନାମଧନ୍ଯ କବି ଯୋଗ ଦେଇ ସ୍ଵରଚିତ କବିତା ପାଠ କରିଥିଲେ।

ଏହି କବିତା ପାଠୋ ତ୍ସବକୁ କବି ଶ୍ରୀ ପରମବ୍ରହ୍ମ ତ୍ରିପାଠୀ (ଓଡ଼ିଶା), ଡଃ ସୁନନ୍ଦା ମିଶ୍ର (କାନାଡା), ଡଃ ସୁନିତା ଯାଦବ (ମହାରାଷ୍ଟ୍ର) ଓ ବିନା ପ୍ରଧାନ (ମାଲେସିୟା ) ପରିଚାଳନା କରିଥିଲେ। ଭାରତ ତଥା ଭାରତ ବାହାରର ବିଭିନ୍ନ ସାଂସ୍କୃତିକ ସଂଗଠନ ଅନଲାଇନ ମାଧ୍ୟମରେ ମନ ମୁଗ୍ଧକର ସାଂସ୍କୃତିକ କରଜୟକ୍ରମ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ସାଂସ୍କୃତିକ ପରିବେଶଣକୁ ଶିମରନ ଜମାନ ପରିଚାଳନା କରିଥିଲେ ଓ ତାଙ୍କୁ ମାଲେସିୟାରୁ ବିନା ପ୍ରଧାନ ସହଯୋଗ କରିଥିଲେ। ଚଳିତ ବର୍ଷ ପ୍ରବାସୀ ଭାଷା ସମ୍ମାନ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଇ ଥିଲା। ବିଶ୍ବର ବିଭିନ୍ନ ସ୍ଥାନରେ ରହି ବିଶିଷ୍ଟ ବ୍ୟକ୍ତି ମାନେ ଏହି ସମ୍ମାନ ଗ୍ରହଣ କରିଥିଲେ। ସେମାନକ ମଧ୍ୟରେ ଆମ ଗୌରବ ସମ୍ମାନ ଡ଼ଃ ଜଗନ୍ନାଥ ପ୍ରସାଦ ଦାସଙ୍କୁ ପ୍ରଦାନ କରାଯାଇ ଥିଲା। 

ପ୍ରଥମ ଥର ପାଇଁ ଓଡିଆ ଭାଷାରେ ସ୍ତମ୍ଭ ସମ୍ମାନ ଶ୍ରୀ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କୁ ପାଇଁ ପ୍ରଦାନ କରାଯାଇଛି। ସେହିପରି ଔପନ୍ୟାସିକ ଭାଗିରଥି ଦାସ, ଓଡିଶୀ ଗୀତିକାର ଶ୍ୟାମାମଣୀ ଦେବୀ, ଓଡିଶୀ ନୃତ୍ୟ ପାଇଁ ଇଲିୟାନ ଶିଟାରିଷ୍ଟ, ଇଂ ପ୍ରଭାକର ସ୍ବାଇଁ ସାହିତ୍ୟ ସଂଗଠନ ଓ ସାହିତ୍ୟ ପାଇଁ, ପ୍ର. ଯତୀନ୍ଦ୍ର ନାୟକ ଅନୁବାଦ ପାଇଁ, ଶ୍ରୀ ପ୍ରଦ୍ୟୁମ୍ନ ଶତପଥିଙ୍କୁ ସାମ୍ବାଦିକତା ପାଇଁ, ଡଃ ହରପ୍ରସାଦ ମିଶ୍ର ଭାଷାବିତ ଭାବରେ ଡଃ ସରୋଜ ସିଂ ଓଡିଆ ସଙ୍ଗୀତ ସଂରକ୍ଷଣ ପାଇଁ ଡଃ ଶୋଭାରଣୀ ଦାସ ପୋଥି ବିଶେଷଜ୍ଞ ଭାବରେ, ଶ୍ରୀ ବିଜୟ ବିଶ୍ବାଳ ଚିତ୍ରକର ଭାବରେ , ପ୍ରଶାନ୍ତ ଭୂୟାଁ ବିଦେଶରେ ଓଡିଆ ଭାଷାର ପ୍ରସାର ପାଇଁ ସମ୍ମାନୀତ ହୋଇଥିଲେ। ଭାଷା ପାଇଁ ବିଶେଷ ଅବଦାନ ରଖିଥିବା ସଂଗଠନ ମାନଙ୍କୁ ସମ୍ମାନତି କରାଯାଇଥିଲା| ସେମାନଙ୍କ ମଧ୍ୟରେ ଜ୍ଞାନ ମଣ୍ଡଳ ପାଇଁ ଡଃ ପାବକ କାନୁନଗୋ, ଇଫକୋ ପାଇଁ ଶ୍ରୀ ଜ୍ଞାନ ଚାନ୍ଦ ଆଚାର୍ଜ୍ୟ , ପ୍ରମେୟ ଖବର କାଗଜ ଓ କୋରାପୁଟ ସାହିତ୍ୟ ମହୋତ୍ସବକୁ ସମ୍ମାନୀତ କରାଯାଇଥିଲା। 

ଯୁବ ପ୍ରେରଣା ବିଭାଗରେ ୟୁଟ୍ୟୁବ ଚାନେଲ ‘ନଟିଆ’କୁ ଓରଫ ସମୀର ରଞ୍ଜନ ମହାନ୍ତି, ଓଡିଆ ରାପ ସଙ୍ଗୀତ ପାଇଁ ରାପର ବିଗଡିଲ ଓରଫ ସମୀର ରିଷୁ ମହାନ୍ତିଙ୍କୁ ଓ ଗଜପତି (ବିଷ୍ଣୁ ମୋହନ ଅଧିକାରୀ )ଙ୍କୁ ସୋସିଆଲ ମିଡିଆ ପାଇଁ ସମ୍ମାନୀତ କରାଯାଇଥିଲା। ଏହି ସମାରୋହରେ ସମ୍ପାଦକ ଶ୍ୟାମାନୁଜ ଦାସ ସୁପରିଚାଳନା କରିବା ସହିତ ସମସ୍ତ ଅତିଥି, ବକ୍ତା ଓ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସମ୍ପୂର୍ଣ୍ଣ ସମ୍ମିଳନୀକୁ ଇଂରାଜୀରେ ସୋନାଲୀ ସ୍ବାଇଁ, ଓଡିଆରେ ରବି ନାରାୟଣ ଷଡଙ୍ଗୀ ଓ ଶ୍ରୀସିକ୍ତା ଶୁଭଦର୍ଶନୀ ପରିଚାଳନା କରିଥିଲେ। ସମସ୍ତ ଅନଲାଇନ ପରିଚାଳନା ଯୁବ ପିଢୀ ଦକ୍ଷତାର ସହିତ ସମ୍ଭାଳି ଥିଲେ ସେମାନଙ୍କ ମଧ୍ୟରେ ଆର୍ୟାନ ରାଉତ, ଆଶୁତୋଷ ଷଡଙ୍ଗୀ ଓ ପ୍ରିୟାଂଶୁ ପାଢୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମ୍ମିଳନୀକୁ ସଫଳ କରିବା ପାଇଁ ସଂଗଠନର ସମସ୍ତ ସଦସ୍ୟ ପ୍ରୟାସ କରିଥିଲେ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget