loading...

ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ଜଳ ପ୍ରଭାରୀ ନିୟୋଜିତ

ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପ୍ରତି ଜିଲ୍ଲା ପାଇଁ ‘ଜଳ ପ୍ରଭାରୀ’କୁ ନିୟୋଜିତ

ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ଜଳ ପ୍ରଭାରୀ ନିୟୋଜିତ

ଭୁବନେଶ୍ବର, ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପ୍ରତି ଜିଲ୍ଲା ପାଇଁ ‘ଜଳ ପ୍ରଭାରୀ’କୁ ନିୟୋଜିତ କରାଯାଇଛି । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ବରିଷ୍ଠ ପଦାଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ଵରେ ରଖାଯାଇ ଜଳ ପ୍ରଭାରୀ ଭାବେ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ରାଜ୍ୟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଜଳ ପ୍ରଭାରୀ ନିୟୋଜିତ କରିଛନ୍ତି । ଏହି ଜଳ ପ୍ରଭାରୀମାନେ ସେମାନଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଥିବା ଜିଲ୍ଲାରେ ଜଳ ସଂପଦର ସୁବିନିଯୋଗ ଓ ଜଳ ସେଚନ ବ୍ୟବସ୍ଥା ବୁଝିବା ସହିତ ପ୍ରତି ମାସରେ ଥରେ ସଂପୃକ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ତଥା ତଦାରଖ କରିବେ । 

ସଂପୃକ୍ତ ଜିଲ୍ଲାରେ ଜଳ ସେଚନର ବ୍ୟବସ୍ଥା, ପ୍ରକଳ୍ପର ସ୍ଥିତି ଓ ଆଗକୁ କି କି କାର୍ଯ୍ୟ କରାଯିବାକୁ ଅଛି, ସେ ସଂପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ରାଜ୍ୟ ସରକାରଙ୍କ ୫-ଟି' ଉପକ୍ରମ ଓ “ମୋ ସରକାର’ କାର୍ଯ୍ୟକ୍ରମ ଆଧାରରେ ଜଳର ସୁ ପରିଚାଳନା, ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବା ସଂପର୍କରେ ଜଳ ପ୍ରଭାରୀମାନେ କାର୍ଯ୍ୟ କରିବେ । ପ୍ରତି ୨ ମାସରେ ଥରେ ନିର୍ଦ୍ଧିଷ୍ଟ ଦିନରେ ଜଳ ପ୍ରଭାରୀମାନଙ୍କର ବୈଠକ ଅନୁଷ୍ଠିତ ହେବ ଓ ପ୍ରତି ୨ ମାସରେ ଥରେ ପ୍ରଭାରୀମାନେ ସେମାନଙ୍କ ଜିଲ୍ଲାରେ ବିଭାଗୀୟ କାର୍ଯ୍ୟ ବିବରଣୀ ଜଳ ସଂପଦ ବିଭାଗ ମୁଖ୍ୟଙ୍କୁ ପ୍ରଦାନ କରିବେ ବୋଲି ଏ ସଂପର୍କରେ ଆଜି ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget