loading...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୦୯ ତମ ଶ୍ରାର୍ଦ୍ଧୋତ୍ସବ ପାଳିତ

ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିକରଣ ସହ ବହୁ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୦୯ ତମ ଶ୍ରାଣୋତ୍ସବ ପାଳିତ

ଭୁବନେଶ୍ୱର, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିକରଣ ସହ ବହୁ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବା ମୟୁରଭଞ୍ଜର ଗୁଣଗ୍ରାହୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୦୯ ତମ ଶ୍ରାର୍ଦ୍ଧୋତ୍ସବ ଆଜି ପ୍ରତ୍ୟୁଷରେ ଭୁବନେଶ୍ବର ପାୱାର ହାଉସ୍ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । 

ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୂଜ୍ୟପୂଜା ପ୍ରାଣ ବ୍ୟକ୍ତିତ୍ଵମାନେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଲକ୍ଷ୍ମୀଧର ବେହେରା, ବିଜେଡ଼ି ସାଂସ୍କୃତିକ ସମନ୍ବୟ ସମିତି ତରଫରୁ ସତ୍ୟଜେନା, ମନୋରଞ୍ଜନ ନାୟକ, ଉତ୍କଳ ସମ୍ମିଳନୀ ମଞ୍ଚେଶ୍ଵର ଶିଳ୍ପାଞ୍ଚଳ ଶାଖା ତରଫରୁ ସଭାପତି ଦିଲ୍ଲୀପ ଦାଶଶର୍ମା, ଶୀତଳ ଚନ୍ଦ୍ର ମହାନ୍ତି, ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ମହେଶ୍ୱର ବିଶ୍ୱାଳ,ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ଅକ୍ଷୟ କୁମାର ଜେଠୀ, ନଗେନ କୁମାର ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ବାସନ୍ତୀ ତ୍ରିପାଠୀଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget