loading...

ମହାନ୍ ସ୍ୱାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହର ଦାସଙ୍କ ୫୦ ତମ ଶ୍ରାଦ୍ଧାତ୍ସବ ପାଳିତ

ମହାନ୍ ସ୍ୱାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହର ଦାସଙ୍କ ୫୦ ତମ ଶ୍ରାଦ୍ଧାତ୍ସବ ପାଳିତ

ମହାନ୍ ସ୍ୱାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହର ଦାସଙ୍କ ୫୦ ତମ ଶ୍ରାଦ୍ଧାତ୍ସବ ପାଳିତ

ଭୁବନେଶ୍ୱର, ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷକ, ଜାତୀୟତାବାଦୀ ଆନ୍ଦୋଳନର ପ୍ରବକ୍ତା ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭଲ ମଣିଷ ହୁଅ ବୋଲି ରାଜ୍ୟ ସାରା ବୁଲିବୁଲି ପ୍ରଚାର କରିଥିବା ଋଷିପ୍ରାଣ ପଞ୍ଚସଖାଙ୍କ ଅନ୍ୟତମ ସଖା ଆଚାର୍ଯ୍ୟ ହରିହର ଦାସଙ୍କ ୫୦ତମ ଶ୍ରାଦ୍ଧବାର୍ଷିକୀ ଗତକାଲି ଭୁବନେଶ୍ବରସ୍ଥ ଆଚାର୍ଯ୍ୟ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଆଚାର୍ଯ୍ୟ ବିହାର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ପ୍ରତ୍ୟୁଷରେ ଭାଗବତ ପ୍ରସାଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । 

ପ୍ରଭାତ ଫେରି ପରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ପାଦକ ଶିଶିର ମହାପାତ୍ର, ବିଶିଷ୍ଟ ଅବକ୍ତା ସିଦ୍ଧାର୍ଥ ଦାସ, ରାମଚନ୍ଦ୍ର କୁଣ୍ଡୁ, ପୂର୍ବତନ ପ୍ରଶାସକ ଦେବରାଜ ସେନାପତି, ବିଶିଷ୍ଟ ପାଲାଗାୟକ ସୁରେନ୍ଦ୍ରନାଥ ଛୋଟରାୟ, ଗାନ୍ଧୀ ପଦଯାତ୍ରା ସୃତି ପରିଷଦ ତରଫରୁ ଲକ୍ଷ୍ମୀଧର ବେହେରା, ଶ୍ରୀମତୀ ରାଧାରାଣୀ ପଟ୍ଟନାୟକ, ଶ୍ୟାମଳା, ଅମ୍ବୁଜ ଶତପଥ, ତିରୁପତି ପଣ୍ଡା, ତ୍ରିନାଥ ହୋତା ଓ ସତ୍ୟ ଜେନା ପ୍ରମୁଖ ଆଚାର୍ଯ୍ୟ ମହାଶୟଙ୍କ ଗୁଣାବଳୀ ଓ କାର୍ଯ୍ୟଧାରାର ସ୍ମୃତିଚାରଣ ପୂର୍ବକ ତାଙ୍କ ଦ୍ବାରା ଲିଖୁତ ‘ଚାଇଲଡସ୍ ଇଜି ଫାଷ୍ଟ ଗ୍ରାମାର’ ବିଦ୍ୟାର୍ଥଙ୍କ ଇଂରାଜୀ ଶିକ୍ଷାରେ ସବୁ ସମୟରେ ଉପାଦେୟତା ପ୍ରଦର୍ଶନ କରି ଆଜି ବି ଗ୍ରହଣୀୟ ହୋଇପାରିଛି ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଭାଗବତ ପ୍ରସାଦ ଦାସଙ୍କୁ ଆଚାର୍ଯ୍ୟ ହରିହର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚକ୍ରଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget