loading...

ଆଦିବାସୀ ମେଳା ୨୦୨୧ମହିଳା ସଶକ୍ତିକରଣର ପ୍ରକୃଷ୍ଟ ନିଦର୍ଶନ

ଓଡ଼ିଶାରେ ମହିଳା ସଶକ୍ତିକରଣ ନିମନ୍ତେ ମିଶନ ଶକ୍ତି ଓ ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ମିଶନ ଶକ୍ତିରେ ସାମିଲ ହୋଇଥିବା ରାଜ୍ୟର ୮୦ ଲକ୍ଷ ମହିଳା

ଆଦିବାସୀ ମେଳା ୨୦୨୧ମହିଳା ସଶକ୍ତିକରଣର ପ୍ରକୃଷ୍ଟ ନିଦର୍ଶନ

ଭୁବନେଶ୍ୱର, ଓଡ଼ିଶାରେ ମହିଳା ସଶକ୍ତିକରଣ ନିମନ୍ତେ ମିଶନ ଶକ୍ତି ଓ ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ମିଶନ ଶକ୍ତିରେ ସାମିଲ ହୋଇଥିବା ରାଜ୍ୟର ୮୦ ଲକ୍ଷ ମହିଳା ଆଜି ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କିଭଳି ନିଜର ନିଷ୍ଠା ଓ ପରିଶ୍ରମ ବଳରେ ରୋଜଗାରକ୍ଷମ ହୋଇ ପାରିଛନ୍ତି ତାହାର ଜ୍ଵଳନ୍ତ ଉଦାହରଣ ହେଉଛି ଆଦିବାସୀ ମେଳା । ଆଦିବାସୀ ମେଳା ମାଧ୍ୟମରେ ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀଙ୍କର ଉତ୍ପାଦକୁ ବଜାର ସହିତ ସଂଯୁକ୍ତ କରାଯାଇଛି । ଏହି ମେଳା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦକୁ ବିକ୍ରୟ କରିବା ସହିତ ରାଜଧାନୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଆଦିବାସୀ ମେଳାରେ ସୁଦୂର ରାୟଗଡ଼ାର ବିଷମକଟକରୁ ଆସିଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣାର ନିୟମଗିରି ସ୍ବୟଂ ସହାୟକ ସଂଘ, ଖମ୍ବେସି, ମା’ଭୈରବୀ ସ୍ବୟଂ ସହାୟକ ସଂଘ, ଖମ୍ବେସି ଆଦିବାସୀ ମେଳାରେ ଗୁଣ୍ଡ ହଳଦୀ, ସୋରିଷ, ଝୁଡ଼ୁଙ୍ଗ, ବିରି, ପାଳୁଅ, ଗୋଲମରିଚ, କଞ୍ଚା ହଳଦୀ, ଶୁଖା ହଳଦୀ, କାଙ୍ଗୁ ଚାଉଳ, ମାଣ୍ଡିଆ ଗୁଣ୍ଡ, ଅଦା, ଅଁଳା, କାନ୍ଦୁଲ, ହରିଡ଼ା, ବାହାଡ଼ା ଆଦି ସଂଗ୍ରହ ଓ ପ୍ରସ୍ତୁତ କରି ଉତ୍ତମ ଗୁଣ ମାନର ସାମଗ୍ରୀ ଗ୍ରାହକମାନଙ୍କ ଆଗରେ ରଖୁଛନ୍ତି । ଗ୍ରାହକମାନେ ଏହାକୁ ଆଗ୍ରହର ସହିତ କ୍ରୟ କରୁଛନ୍ତି ।
୨୦୦୪-୦୫ ମସିହାରେ ଚାଟିକଣା ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ସଂଘ ପ୍ରଥମ ୧୦ ଜଣ ସଦସ୍ୟା ଗୃପ୍ କରି ପ୍ରତ୍ୟେକ ସଦସ୍ୟ ୧୦ ଟଙ୍କା ହିସାବରେ ସଂଘ ଆରମ୍ଭ କରିଥିଲେ । ଏବେ ଏହି ସଂଘର ସଦସ୍ୟମାନେ ୫୦ ଟଙ୍କା ଲେଖାଏଁ ଆଦାୟ କରି ବ୍ୟାଙ୍କ ଋଣ କରି ସବସିଡି ପାଉଛନ୍ତି । 

କେବଳ ଉପରଲିଖୁତ ସାମଗ୍ରୀ ନୁହେଁ ଏହା ବ୍ୟତୀତ ସବୁ ପ୍ରକାରର ହାତ ତିଆରି ଜିନିଷ ଯଥା ଖଲିପତ୍ର, ଶିଆଳିପତ୍ର, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଗୃପ ମାଧମରେ ମଧ୍ୟ ବିକ୍ରି କରୁଛନ୍ତି । ଆଉ ମଧ୍ୟ ଜଙ୍ଗଲରୁ ସପୁରୀ, ଆମ୍ବ ଆଦି ବିଭିନ୍ନ ଫଳ ସଂଗ୍ରହ କରି ବିକ୍ରୟ କରୁଛନ୍ତି । ଏହି ସ୍ବୟଂ ସହାୟକ ଗୋଷ୍ଠୀର ହଳଦୀ, ଝୁଡ଼ୁଙ୍ଗ, ଅଦା, କାନ୍ଦୁଲ, ବରଗଡ଼ ଓ ଝାଡୁ ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରିଅଛି । ଏହି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବେ ମାସକୁ ଅତିକମ୍‌ରେ ପାଞ୍ଚ ହଜାର ଟଙ୍କା ପାଇପାରୁଛନ୍ତି ବୋଲି ସଂଘର ଗୋଲକ ସିକକା ପ୍ରକାଶ କରିଛନ୍ତି । ଆଦିବାସୀ ମେଳାରେ ଏହି ଦୁଇଟି ଷ୍ଟଲରେ ମିନାଇ ସିକକା, ଗଡେ କୁଣ୍ଡିକ, ମମି ଔଡାକା, ସମିତା କୁଣ୍ଡିକା, ସମିତା ଔଡାକା, ଚାରି ୱାଡାକା ଛଅ ଜଣ ସଦସ୍ୟା ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି । 

ଆଦିବାସୀ ମେଳା ଜାନୁଆରୀ ୨୬ ତାରିଖଠାରୁ ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଅନୁଷ୍ଠିତ ହେଉଛି । ପ୍ରତିଦିନ ଡିଜିଟାଲ ମାଧ୍ୟମରେ ମେଳା ପରିସରରେ ଓ ଆଦିବାସୀ ମେଳାର ୱେବ୍‌ସାଇଟ୍ http//WWW.adivasimela2021.comରେ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଦର୍ଶକମାନେ ଆଦିବାସୀ ନୃତ୍ୟ ଉପଭୋଗ କରିପାରୁଛନ୍ତି । ଆଜି ଭୋତଡ଼ା ଜନଜାତିଙ୍କର ଢେସା ନୃତ୍ୟ, ମୁଣ୍ଡା ଜନଜାତିଙ୍କର ଇଡ ନୃତ୍ୟ, ଓରାଏଁ ଜନଜାତିଙ୍କର କରମା ନୃତ୍ୟ ପ୍ରଦର୍ଶିତ ହୋଇଛି । ଆସନ୍ତାକାଲି ଫେବୃଆରୀ ୪ ତାରିଖ ଦିନ ଡଙ୍ଗରିଆ କନ୍ଧଙ୍କ ଦ୍ଵାରା ବଜୁନି ନୃତ୍ୟ, ଉତ୍ତରପ୍ରଦେଶର ଡାଙ୍ଗୀ ଜନଜାତିଙ୍କର ହୋଲି ନୃତ୍ୟ, ଶବର ଜନଜାତିଙ୍କର ବିବାହ ନୃତ୍ୟ ପ୍ରଦର୍ଶିତ ହେବ । ପ୍ରତିଦିନ ଆଦିବାସୀ ମେଳା ଦିବା ୧୧ ଘଟିକାଠାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି । ମେଳାରେ ୯୦ଟି ଷ୍ଟଲ ରହିଛି । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଆଦିବାସୀ ମେଳା ଚାଲିବ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget