ଭୁବନେଶ୍ୱର, ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଦେଶ ଏବଂ ବିଦେଶରେ କ୍ରିଟିକାଲ୍ କେୟାର ବିଭାଗ ଅଧିନରେ ରୋଗୀଙ୍କ ସେବା କରୁଥିବା ନର୍ସମାନଙ୍କ ନିମନ୍ତେ ଏକ ସବିଶେଷ ନର୍ସ ଟ୍ରେନିଂ ପ୍ରୋଗ୍ରାମ୍ ଉଦ୍ଘାଟିତ ହୋଇଯାଇଛି । କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ ଆନୁକୂଲ୍ୟରେ ଓ ଇଣ୍ଡିଆନ୍ ସୋସାଇଟି ଫର କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସିସିଏମ୍) ର ପୂର୍ବତନ ସଭାପତି ଡାକ୍ତର ନରେନ୍ଦ୍ର ରୁଙ୍ଗଟାଙ୍କ ଅଧ୍ୟକ୍ଷତାରେ ଭାରତ, ଏହାର ପଡୋଶୀ ଦେଶ ଏବଂ କିଛି ଅନ୍ୟ ବାହାର ଦେଶର ନର୍ସମାନଙ୍କ ନିମନ୍ତେ ଆମ ଦେଶରେ ପ୍ରଥମ ଥର ପାଇଁ ଏହି ନର୍ସ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଭଷ୍ଟ୍ରିଆଲ କାର୍ଯ୍ୟକ୍ରମକୁ ହସ୍ପିଟାଲର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ଉଦ୍ଘାଟନ କରିଥିବା ବେଳେ ହସ୍ପିଟାଲର ମେଡିକାଲ୍ ସର୍ଭିସେସ୍ର ମୁଖ୍ୟ ଡାକ୍ତର (ବ୍ରିଗେଡିୟର) ବିରାଜ ମୋହନ ମିଶ୍ର, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଟ ଡାକ୍ତର ଆନନ୍ଦ ମିଶ୍ର ଓ ଚିଫ୍ ଅଫ୍ ନର୍ସ ସର୍ଭିସେସ୍ ଶ୍ରୀମତି ଆୟେଶା. ଏନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଦେଶ ଏବଂ ବିଦେଶରୁ ୧୦୦ ରୁ ଉର୍ଦ୍ଧ ନର୍ସ ଏବଂ ୩୦ ଜଣ ଜାତୀୟ ଓ ଆନ୍ତର୍ଜାତୀକ ଶିକ୍ଷକ (ଫାକ) ଉପସ୍ଥିତ ଥିଲେ । ୩ ସପ୍ତାହ ଧରି ଚାଲିବାକୁ ଥିବା ଏହି ପର୍ଯ୍ୟାୟ କାର୍ଯ୍ୟକ୍ରମରେ କ୍ରିଟିକାଲ୍ କେୟାର ମେଡିସିନ୍ ସମ୍ପର୍କିତ ୨୫ଟି ନର୍ସ ଲେକଚର ପ୍ରଦାନ ହୋଇଅଛି । ଛାତ୍ରଛାତ୍ରୀ ଏବଂ ଫାକଲ୍ଟିମାନଙ୍କ ମଧ୍ୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନାର ବ୍ୟବସ୍ଥା
କରାଯାଇଅଛି ।
Post a Comment