loading...

ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ କରି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୋଲିସ

୧୯୯୯ ମସିହାରେ ସଂଘଟିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ କରି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୋଲିସ

ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ କରି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୋଲିସ

ଭୁବନେଶ୍ବର, ୧୯୯୯ ମସିହାରେ ସଂଘଟିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ କରି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୋଲିସ । ବିବନକୁ ଗିରଫ କରିବାପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଅବସରରେ ଆଜି ସନ୍ଧ୍ୟା ସମୟରେ ଓଡିଶା ପୋଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଉକ୍ତ ସ୍ୱତନ୍ତ୍ର ଟିମକୁ ସାଧୁବାଦ ଜଣାଇଛନ୍ତି । ସ୍ୱତନ୍ତ୍ର ଟିମର କଠିନ ପରିଶ୍ରମ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ମନୋଭାବକୁ ସେ ଭୂୟସୀ ପ୍ରଶଂସା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସୁଧାଂଶୁ ଷଡଙ୍ଗୀ କମିଶନର ଭୁବନେଶ୍ୱର – କଟକ, ପ୍ରତୀକ ସିଂ, ଡି.ସି.ପି, କଟକଙ୍କ ସମେତ ସ୍ୱତନ୍ତ୍ର ଟିମର ଇନ୍ସପେକ୍ଟର ଏବଂ କନେଷ୍ଟବଳ ପ୍ରମୁଖ ଉପସ୍ଥିତ ଥିଲେ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget