loading...

ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ହୋଡିଂ ଖୋଲିଲା ଯୁବ କଂଗ୍ରେସ

ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ହୋଡିଂ ଖୋଲିଲା ଯୁବ କଂଗ୍ରେସ, ତୈଳ ଦର ନିୟନ୍ତ୍ରଣ ନହେଲେ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ର ତୈଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ବିରୋଧ

ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ହୋଡିଂ ଖୋଲିଲା ଯୁବ କଂଗ୍ରେସ

ଭୁବନେଶ୍ୱର, ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ଫଳରେ ଆଜି ଜନ ସାଧାରଣ ନାହିଁ ନଥୁବା ଅସୁବିଧାର ସମ୍ମୁଖୁନ ହେଉଛନ୍ତି । ତୈଳ ଦର ବୃଦ୍ଧି ଯୋଗୁଁ ଜୀବନ ଯାତ୍ରାରେ ଯେତିକି ବାଧା ସୃଷ୍ଟି ହେଉଛି, ପନିପରିବା ଠାରୁ ଆରମ୍ଭ କରି ଖାଦ୍ୟଦ୍ରବ୍ୟର ମଧ୍ୟ ଦରଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଫଳରେ ସମାଜରେ ଏକ ସଂଗୀନ ଅବସ୍ଥା ସୃଷ୍ଟି ହୋଇଛି । ମୋଦି ସରକାର କେବଳ ନିଜର ନାଁ ନେବାକୁ ମିଥ୍ୟ ବାହାସ୍ପୋଟ ମାରି ସହରାଂଚଳ ଓ ଗ୍ରାମାଂଚଳରେ ନିଜର ହୋଡିଂ ଲଗାଇ ପ୍ରଚାର ପ୍ରସାରରେ କୋଟି କୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି । 

୨୦୧୪ ମସିହାରେ ଆର୍ତଜାତିକ ବଜାରରେ ଅଶୋଧୁତ ତୈଳ ଦର ୧୨୦ ଡଲାର ଥୁବା ବେଳେ ମନମୋହନ ସିଂହ ସରକାର ପେଟ୍ରୋଲ ଦର ୭୦ ଟଙ୍କା ଓ ଡିଜେଲ ଦର ୫୫ ଟଙ୍କାରେ ଯୋଗାଇ ଦେଇଥିଲେ । ମାତ୍ର ଆଜି ଆର୍ତଜାତିକ ବଜାରରେ ଅଶୋଧୂତ ତୈଳ ଦର ୬୦ ଡଲାର ଥୁବାବେଳେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିବା ବିଜେପି ସରକାରର ଅପରିଣାମଦର୍ଶିତା ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଂଜନ ଲେଙ୍କା ପ୍ରକାଶ କରିଛନ୍ତି । ୨୦୧୪ ମସିହାରେ ପେଟ୍ରୋଲ ଉପରେ କେନ୍ଦ୍ର ଟିକସ ୯.୪୭ ପଇସା ଥିବା ବେଳେ ଏବେ ତାହା ୩୨.୯୦ ପଇସାରେ ପହଂଚିଛି । 

ସେହିଭଳି ଭାବରେ ସେତେବେଳେ ରାଜ୍ୟ ଟିକସ ୧୦.୫୯ ପଇସା ଥିବାବେଳେ ଏବେ ତାହା ୨୦.୯୨ ପଇସାରେ ପହଂଚିଛି । ଅନ୍ୟପକ୍ଷରେ ୨୦୧୪ ମସିହାରେ ଡିଜେଲ ଉପରେ କେନ୍ଦ୍ର ଟିକସ ୩.୫୬ ପଇସା ଥୁବା ବେଳେ ଏବେ ତାହା ୩୧.୮୦ ପଇସାରେ ପହଂଚିଛି । ସେହିଭଳି ସେତେବେଳେ ରାଜ୍ୟ ଟିକସ ୮.୭୮ ପଇସା ଥିବାବେଳେ ଏବେ ତାହା ୧୮.୪୩ ପଇସାରେ ପହଂଚିଛି । ଅନ୍ୟପକ୍ଷରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ମଧ୍ୟ ଜନସାଧାରଣଙ୍କୁ ଜୀବନଜୀବିକା ନିର୍ବାହ କରିବାରେ ଘୋର ଦୁର୍ଦ୍ଦିନରେ ପକାଇଛି । ଏ ଦିଗରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡଃ ଲେଙ୍କା କହିଛନ୍ତି ।

ତୈଳ ଦର ବୃଦ୍ଧିକୁ ଘୋର ବିରୋଧ କରି ରାଜ୍ୟର ସମସ୍ତ ଜିଲ୍ଲାରେ ହୋଡିଂ ଖୋଲା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡଃ ସ୍ମତିରଂଜନ ଲେଙ୍କାଙ୍କ ନେତୃତ୍ବରେ ପ୍ରଚାର ସର୍ବସ୍ଵ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଲାଗିଥୁବା ହୋଡିଂକୁ ଖୋଲାଯାଇଥିଲା । ଏହି ଉପଲକ୍ଷେ ଶତାଧୁକ ଯୁବ କଂଗ୍ରେସ କର୍ମୀ ଏକ ବିଶାଳ ମୋଟରସାଇକେଲ ରାଲିରେ କଂଗ୍ରେସ ଭବନ ଠାରୁ ବାହାରି ମୋଦି ସରକାର ବିରୋଧୁ ନାରା ଦେଇ ସହିଦନଗର, ବାଣୀବିହାର, ଚନ୍ଦ୍ରଶେଖରପୁର, ଡମଣା ଆଦି ଅଂଚଳରେ ଥିବା ବିଭିନ୍ନ ପେଟ୍ରୋଲ ଟାଙ୍କିରେ ପହଂଚି ମୋଦିଙ୍କ ହୋଡିଂକୁ ହଟାଇ ଦେଇଥିଲେ । 

ଆଗାମୀ ଦିନରେ ତୈଳ ଦର ବୃଦ୍ଧିକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରିନପାରିଲେ ତୈଳମନ୍ତ୍ରୀଙ୍କୁ ରାଜ୍ୟରେ ଜୋରଦାର ବିରୋଧ କରାଯିବ ବୋଲି ଡଃ ଲେଙ୍କା ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ମହମ୍ମଦ ଅଲିମ୍, ରଂଜିତ୍ ପାତ୍ର, କିରଣ ସାହୁ, ରାଜୀବ ପଟ୍ଟନାୟକ, ଜ୍ଞାନରଂଜନ ରାଉତ, ସଂକୁନା କହଁର, ଅଜୟ ସାହୁ, ବିରେନ୍ ଦଳାଇ, ଆଶୁତୋଷ ଲେଙ୍କା, ଶିବଦତ ମହାନ୍ତି, ଆକ୍ୟୁବ୍ ଖାନ୍, ରିତୁଲ ମହାରଣା, ବିଶ୍ୱଜିତ୍ ଲେଙ୍କାଙ୍କ ସମେତ ଶତାଧୁକ ଯୁବ କଂଗ୍ରେସ କର୍ମୀ ଉପସ୍ମତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget