loading...

ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ଅଧକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କ ବହିସ୍କାର ଦାବି କଲା କଂଗ୍ରେସ

ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ଆୟୋଗ ଅଧକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କ ବହିସ୍କାର ଦାବି କଲା କଂଗ୍ରେସ

ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ଅଧକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କ ବହିସ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର, ନିଖୁଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘ, ପଳାସପଲ୍ଲୀ ସମେତ ରାଜ୍ୟର ଏପରି ବହୁ ଦିବ୍ୟାଙ୍ଗ ଅନୁଷ୍ଠାନରେ ବ୍ୟାପକ ଅର୍ଥ ତୋଷାରପାତ, ପିଲା ନଥାଇ ଅନୁଷ୍ଠାନରେ ପିଲା ଦେଖାଇ ଅର୍ଥ ହରିଲୁଟ ଓ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ଅଭିଯୋଗର ଆଦୌ କର୍ଣ୍ଣପାତ ନକରିବା, ନିଜ ନିଜର କର୍ତ୍ତବ୍ୟରେ ସଂପୂର୍ଣ୍ଣ ଅବହେଳା କରିବା ସହ ଫେରାର ସୁରେଶ ଚନ୍ଦ୍ର ବେହେରାଙ୍କୁ ଅହେତକୁ ଅନୁକମ୍ପା ଦେଖାଇ ପୁରସ୍କୃତ କରିବା ଓ ମୁଖ୍ୟମନ୍ତ୍ରୀ ମହାଶୟଙ୍କ ଠାରୁ ପୁରସ୍କାର ଦେବା, ଅର୍ଥ ହେର ଫେରର ଅଡିଟ ନକରିବା ଆଦି ଘଟଣାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା, ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କୁ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ବହିସ୍କାର କରିବାକୁ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ଶ୍ରୀଯୁକ୍ତ ପଦ୍ଧାକର ଗୁରୁ ଓ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଦୃଢ଼ ଦାବି କରିଛନ୍ତି । 

ଏପରିକି ଅର୍ଥ ହେରଫେର, ତୋଷାରପାତକୁ ନେଇ ଆସନ୍ତାକାଲି କଂଗ୍ରେସର ଏକ ପ୍ରତିନିଧ୍ବ ମଣ୍ଡଳୀ ଲୋକାୟକ୍ତଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବାକୁ ଶ୍ରୀଯୁକ୍ତ ଗୁରୁ ସୂଚନା ଦେଇଛନ୍ତି । ବିଭାଗୀୟ ସଚିବ ଓ ଉପସଚ୍ଚିବ ଶ୍ରୀଯୁକ୍ତ ଅମ୍ବିକା ପଟ୍ଟନାୟକଙ୍କ ସଂପୃକ୍ତିର ନିରପେକ୍ଷ ତଦନ୍ତ କରିବାକୁ ଶ୍ରୀଯୁକ୍ତ ଗୁରୁ ଓ ମହାପାତ୍ର ଦୃଢ଼ ଦାବି କରିଛନ୍ତି । ପ୍ରକାଶଥାଉକି ଜାନୁଆରୀ ୨୫ରେ ପିସିସି ଜାନୁଆରୀ ୨୫ରେ ପିସିସି ଅନୁସନ୍ଧାନ କମିଟି ଘଟଣାସ୍ଥଳ ପରିଦର୍ଶନ ଓ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ପରେ ପଳାସପଲ୍ଲୀ ଅନୁଷ୍ଠାନର ସଂପାଦକ ସୁରେଶକୁ ପୋଲିସ ଗିରଫ ନକରିବା, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । 

ସୁରେଶକୁ ସମସ୍ତ କାର୍ଯ୍ୟରେ ଅବିବାହିତା ମଧୁ ମଞ୍ଜରୀ ଧଳ ସକ୍ରିୟ ସହଯୋଗ କରିଆସୁଥିବାରୁ ଆଜି ପୋଲିସ୍ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇ ନିଜ କାମ ସାରିଦେବା ଉଚିତ୍ ନଥିଲା । ଏପରି ଘଟଣାରେ ବହୁ ପ୍ରଭାବଶାଳୀ ରାଜନେତା, ସରକାରୀ ବାବୁ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ଥୁବାରୁ ସେମାନଙ୍କର କଲ ରେକର୍ଡକୁ ଯାଞ୍ଚ କରିବା ପାଇଁ ପିସିସିର ପ୍ରାକ୍ତନ ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ଦୃଢ଼ ଦାବି କରିଛନ୍ତି । ଯେପର୍ଯ୍ୟନ୍ତ ଏ ଘଟଣାର ପର୍ଦାଫାଶ ନ ହୋଇଛି କଂଗ୍ରେସ ନୀରବରେ ରହିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ଗୁରୁ ଓ ଶ୍ରୀମତୀ ମହାପାତ୍ର ପ୍ରକାଶ କରିଛନ୍ତି । 

ଭିନ୍ନକ୍ଷମ ଆୟୋଗଙ୍କ ଗଣମାଧ୍ୟମରେ ବିବୃତି ଯଦି ସତ ହୋଇଥାଏ ତେବେ ନୈତିକତା ଦୃଷ୍ଟିରୁ ଏତେଦିନ ଚୁପ ରହିବା ତାଙ୍କର ଅସଲ ଚିତ୍ର, ଚେହେରା, ଚରିତ୍ର ଚାଲକୁ ପରିପ୍ରକାଶ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ପ୍ରକାଶ କରିଛନ୍ତି । ନିଜ ପଦବୀର ପଦମର୍ଯ୍ୟାଦାକୁ ହାନି କରିବା, ଆୟୋଗର ଗାରିମାକୁ ନଷ୍ଟ କରିବା ସବୁ ଜାଣିବି ଚୁପ ରହିବା, ଏପରି ଅନୁଷ୍ଠାନର ଅଡିଟ ଆଦି ନହେବା ଓ ଅର୍ଥ ତୁଷାରପାତ ଘଟଣାର ତଦନ୍ତ କରି ସତ୍ୟାସତ୍ୟକୁ ପର୍ଦାଫାଶ ନକରିବା ଆୟୋଗ ଅଧକ୍ଷା ସୁଲୋଚନା ଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଶ୍ରୀଯୁକ୍ତ ଗୁରୁ ମତବ୍ୟକ୍ତ କରିଥିଲେ । ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ସ୍ଵାଭିମାନ ଜଳାଞ୍ଜଳି ଦେଇଥିବାରୁ ମନ୍ତ୍ରୀ ପଣ୍ଡା ଏବଂ ଆୟୋଗ ଅଧକ୍ଷା ଦାସ ତୁରନ୍ତ ଇସ୍ତଫା ଦେବାକୁ ଉଭୟ ନେତା ଦାବୀ କରିଛନ୍ତି ।



Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget