loading...

ଇଡକୋ ସହାୟତାରେ ନିର୍ମିତ ବ୍ରହ୍ମପୁର ଶିଳ୍ପ ତାଲିମ ପ୍ରତିଷ୍ଠାନର ନୂତନ ଛାତ୍ରୀନିବାସ ଉଦ୍‌ଘାଟିତ

ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଓ ସଚିବଙ୍କ ବ୍ରହ୍ମପୁର ଗସ୍ତ ବ୍ରହ୍ମପୁର ଶିଳ୍ପ ତାଲିମ ପ୍ରତିଷ୍ଠାନର ନୂତନ ଛାତ୍ରୀନିବାସ ଉଦ୍‌ଘାଟିତ

ଇଡକୋ ସହାୟତାରେ ନିର୍ମିତ ବ୍ରହ୍ମପୁର ଶିଳ୍ପ ତାଲିମ ପ୍ରତିଷ୍ଠାନର ନୂତନ ଛାତ୍ରୀନିବାସ ଉଦ୍‌ଘାଟିତ

ଭୁବନେଶ୍ୱର, ବ୍ରହ୍ମପୁର ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରୀନିବାସ ଆଜି ଉଦ୍‌ଘାଟିତ ହୋଇଛି । ଇଡକୋ ସହାୟତାରେ ନିର୍ମିତ ଏହି ଛାତ୍ରୀ ନିବାସରେ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହେବ । ଇନଡୋର ଓ ଆଉଟଡୋର ଖେଳର ମଧ୍ୟ ସୁବିଧା ମିଳିବ । ଶିଳ୍ପ ତାଲିମ ଅନୁଷ୍ଠାନ ଆମ ଜୀବନକୁ ପରିବର୍ତ୍ତିତ କରିପାରିବ । ଆଜିର ବିଶ୍ୱରେ ଡିଜିଟାଲ୍ ଭିତ୍ତିଭୂମିର ବିକାଶ ସହିତ ବୌଦ୍ଧିକ ଜ୍ଞାନର ବିକାଶ ଅତ୍ୟନ୍ତ ଆବଶ୍ୟକ ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ପ୍ରକାଶ କରିଛନ୍ତି । ଆଜି ବ୍ରହ୍ମପୁରସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନ ଗସ୍ତରେ ଯାଇ ଶ୍ରୀ ବାଗ୍‌ଚୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । 

ଶ୍ରୀ ସିଂ ରାଜ୍ୟର ଯୁବକଯୁବତୀମାନେ ଶିକ୍ଷା ସହିତ ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ବ ଦେବାକୁ ଆହ୍ମାନ ଜଣାଇବା ସହିତ ଅନ୍ୟୁନ ୩୩ ପ୍ରତିଶତ ଛାତ୍ରୀ ଶିଳ୍ପ ତାଲିମ ଅନୁଷ୍ଠାନଗୁଡ଼ିକରେ ଶିକ୍ଷାଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଆତ୍ମନିର୍ଭରଶୀଳତା ଆଜିର ବଡ଼ ଆହ୍ବାନ ହୋଇଥିବାରୁ ଯୁବକଯୁବତୀମାନେ ବୈଷୟିକ ଶିକ୍ଷାଗ୍ରହଣ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଥିଲେ । ଶ୍ରୀ ବାଗଚୀ ଓ ଶ୍ରୀ ସିଂ ଶିଳ୍ପ ତାଲିମ ଅନୁଷ୍ଠାନର କୁଶଳୀ ଯୁବକଯୁବତୀମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଦେଖୁଥିଲେ । ସେମାନେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ କମ୍ ମୂଲ୍ୟର ଇଭର୍ଟର ଆଲୋକ ବ୍ୟବସ୍ଥାର କୁଶଳୀ କାର୍ଯ୍ୟ ଦେଖୁ ମଧ୍ୟ ପ୍ରଶଂସା କରିଥିଲେ । ଶିକ୍ତ ତାଲିମ କେନ୍ଦ୍ର ଅନୁଷ୍ଠାନରେ ଏସିଆର ସର୍ବବୃହତ୍ ମୁକ୍ତାକାଶ ଗ୍ରାପ୍ ପାର୍କରେ ସର୍ବବୃହତ ଭାରତ ମାନଚିତ୍ର  ଉଦ୍‌ଘାଟିତ ହୋଇଥିଲା ।

ଶ୍ରୀ ବାଗଚୀ ଓ ଶ୍ରୀ ସିଂ ଗୋପାଳପୁରସ୍ଥିତ ଏନଟିଟିଏଫ୍ (ନ୍ୟୁ ଟିଅର୍ ଟେକ୍ନିକୋଲ୍ ଟ୍ରେନିଂ ଫାଉଣ୍ଡେସନ) କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଏବଂ ଏହାକୁ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରଜତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଦେଶ୍ଵର ବଳିରାମ ବନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କୀରି ଭାସନ୍, ଏଟିଟିଏଫର ବରିଷ୍ଠ ମହାପ୍ରବନ୍ଧକ ଅନୀଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget