ଭୁବନେଶ୍ୱର, ସରକାର ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକୁ ଫେବୃଆରୀ ୮ ତାରିଖଠାରୁ ଖୋଲିବା ପାଇଁ ସ୍ଥିର କରିଛନ୍ତି । ନବମ ଓ ଦଶମ ଶ୍ରେଣୀ ପାଇଁ ସୋମବାରଠାରୁ ଶନିବାର ଯାଏଁ ପ୍ରତ୍ୟହ ସକାଳ ୮.୩୦ଠାରୁ ୧୦.୩୦ ପର୍ଯ୍ୟନ୍ତ ତିନୋଟି ପିରିୟଡ୍ ହେବ । ଏହା ମଧ୍ୟରେ କୌଣସି ମଧ୍ୟନ୍ତର ହେବ ନାହିଁ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ମାର୍ଚ୍ଚ ୨୦୨୧ର ଦ୍ବିତୀୟ ସପ୍ତାହରେ ଏକ ୟୁନିଟ୍ ପରୀକ୍ଷା କରାଯିବ ।
ବାର୍ଷିକ ପରୀକ୍ଷା ଅପ୍ରେଲ ମାସର ଶେଷ ସପ୍ତାହରେ କରାଯିବାର ଯୋଜନା ରହିଛି । ସେଥିପାଇଁ ବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୧ ଜାନୁଆରୀ ୨ ତାରିଖରେ ପତ୍ର ସଂଖ୍ୟା ୧୧୫ରେ ଦିଆଯାଇଥିବା ମାର୍ଗଦର୍ଶିକା ଏବଂ କୋଭିଡ଼ ୨୦୧୯ ମାର୍ଗଦର୍ଶିକା ଅନୁପାଳନ କରିବେ । ସେହିପରି ହଷ୍ଟେଲ ଥିବା ବିଦ୍ୟାଳୟଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୧ ଜାନୁଆରୀ ୩ତାରିଖରେ ପତ୍ର ସଂଖ୍ୟା ୧୧୭ରେ ଦିଆଯାଇଥିବା ମାର୍ଗଦର୍ଶିକା ଅନୁପାଳନ କରିବେ ।
Post a Comment