loading...

କେନ୍ଦ୍ର ବଜେଟ୍ ଲୋକାଭିମୁଖୀ ନୁହେଁ ବରଂ ଐତିହାସିକ ବିପତି ଅଟେ : ନିରଞ୍ଜନ

କରୋନା ମହାମାରୀ ସମୟରେ ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୂର୍ବଳ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆମର ଅଥନୈତିକ ଅବସ୍ଥା ଏପରିକି

କେନ୍ଦ୍ର ବଜେଟ୍ ଲୋକାଭିମୁଖୀ ନୁହେଁ ବରଂ ଐତିହାସିକ ବିପତି ଅଟେ : ନିରଞ୍ଜନ

ଭୁବନେଶ୍ୱର, କରୋନା ମହାମାରୀ ସମୟରେ ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୂର୍ବଳ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆମର ଅଥନୈତିକ ଅବସ୍ଥା ଏପରିକି ବାଙ୍ଗଲାଦେଶ ଠାରୁ ବି ଖରାପ ସ୍ଥିତିରେ ପହଂଚିଛି । ଏହା ଏକ ଐତିହାସିକ ବିପତି ଅଟେ । ଗରୀବ ଓ ଗ୍ରାମୀଣ ଏବଂ ସହରାଂଚଳରେ ଥିବା ମଧ୍ନ୍ୟବିତ ଲୋକଙ୍କର ଉପୌଜନ ବଢ଼ିବାର କୌଣସି ସମ୍ଭାବନା ନାହିଁ । ଏପରିକି କୋଟି କୋଟି ଲୋକ ରୋଜଗାର ହରାଇ ବସିଛନ୍ତି ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସକରାର ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅପରପକ୍ଷରେ ଦେଶର ୧% ଲୋକଙ୍କର ୩୫% ଆୟ ବଢ଼ିଯାଇଛି । 

ଦେଶରେ ସମ୍ପଦକୁ କିପରି ସମତାର ସହ ବିତରଣ କରାଯିବ । ସେଥପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ବାହାର ନକରିବା ଅତ୍ୟନ୍ତ ଚିନ୍ତାର କାରଣ ଅଟେ ବୋଲି ଆଜିର ପ୍ରେସ ବିଜ୍ଞପ୍ତିରେ ବଜେଟ ଉପରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖୁଛନ୍ତି । ଦେଶର ରାଜସ୍ବ ହାନି ଓ ୧% ଲୋକଙ୍କର ୩୫% ଆୟ ବୃଦ୍ଧି କରିଛନ୍ତି ସେମାନଙ୍କର ବ୍ୟାକ୍ରେସନ ବ୍ୟବସ୍ଥା ନଥିବାରୁ ରାଜସ୍ବ ଭରଣା କିପରି ହେବ ଓ ରୋଜଗାର କିପରି ବଢ଼ିବ, ଉତ୍ପାଦନ କିପରି ବୃଦ୍ଧି ହେବ, ଚାଷୀଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତନ ହେବ କିପରି ? ଯୁବକମାନେ କର୍ମନିଯୁକ୍ତି ପାଇବେ କିପରି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ । 

ଏଣୁ ଏହା ଏକ ନୈରାଶଜନକ ବଜେଟ । ନିର୍ଦ୍ଦିଷ୍ଟ ଏକ ସେକ୍ଟରକୁ ଫୋକସ କରି ବଜେଟ ତିଆରି ହୋଇଛି । ଏହି ବଜେଟଟି ପୁଞ୍ଜପତିଙ୍କୁ ସୁହାଇଲା ଭଳି ବଜେଟ । ଦେଶକୁ ବିକ୍ରି କରିବା ପାଇଁ ଏହା ଏକ ମସୁଧା ଅଟେ । ଏଥିରେ ଓଡ଼ିଶାର ନିଳାଚଳ ଇସ୍ପାତ ନିଗମ ବିକ୍ରିକରିବା ମଧ୍ୟ ଅନ୍ତର୍ଭୁକ୍ତ । ଏଲଆଇସିକୁ ୭୪% ଏଫ୍‌ଡିଆଇ ଦେବା କେତେଦୂର ଯୁକ୍ତି ସଂଗତ ? ଏପରି ପରିସ୍ଥିତିରେ ମହାମାରୀ ସମୟରେ ଆମ ଦେଶ ଓ ରାଜ୍ୟ ପାଇଁ ଏହି ବଜେଟ ଅତ୍ୟନ୍ତ ନୈରାଶଜନକ ଥିବାବେଳେ କେବଳ ହାତଗଣତି ପୁଞ୍ଜିପତି, ଶିଳ୍ପଦ୍ୟୋଗୀ, ଏକ ନିର୍ଦ୍ଦିଷ୍ଟ ଧନୀଗୋଷ୍ଠି ପାଇଁ ବଜେଟ ହୋଇଥିବା ବେଳେ ଗରିବ ଖଟିଖୁଆ, ନିଷ୍ପମଧବିତ, କୃଷକ, ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ରଖୁଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget