loading...

ରାଜଧାନୀ ସ୍ମାର୍ଟସିଟି କାର୍ଯ୍ୟର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ରାଜ୍ୟ ରାଜଧାନୀ ମନ୍ଦିରମାଳିନୀ ଭୁବନେଶ୍ୱରକୁ ସ୍ମାର୍ଟ କରିବା ପାଇଁ 5 ବର୍ଷ ପୂର୍ବରୁ ସ୍ବପ୍ନ ଦେଖାଇଥିଲେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜଧାନୀ ସ୍ମାର୍ଟସିଟି କାର୍ଯ୍ୟର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ଭୁବନେଶ୍ୱର, ରାଜ୍ୟ ରାଜଧାନୀ ମନ୍ଦିରମାଳିନୀ ଭୁବନେଶ୍ୱରକୁ ସ୍ମାର୍ଟ କରିବା ପାଇଁ ୫ ବର୍ଷ ପୂର୍ବରୁ ସ୍ବପ୍ନ ଦେଖାଇଥିଲେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁତଳ କମର୍ସିଆଲ ମଲ୍, ଚିକଣ ରାସ୍ତା, ଆଲୋକମାଳାରେ ଝଲସୁଥିବା ଫୁଟଫାତ୍, ସ୍ମାର୍ଟ ଟଏଲେଟ୍ ବ୍ୟବସ୍ଥା, ବ୍ୟବସ୍ଥିତ ସ୍ୱରେଜର ଶହ ଶହ ଭିତିପ୍ରସ୍ତର ଶୁଭ ପଡିଥିଲା । ରାଜଧାନୀ ବାସୀ ବହୁ ସ୍ଵପ୍ନ ଦେଖୁଥୁଲେ । ଭାରତର ମାନଚିତ୍ରରେ ବିକଶିତ ସହର ହିସାବରେ ସ୍ଵଚ୍ଛ ସର୍ବେକ୍ଷଣର ମାପଦଣ୍ଡ ପାଇଁ କୋଟି କୋଟି ଟଙ୍କା ସରକାରୀ ତହବିଲ୍ (ବିଏମସି ଓ ବିଡିଏ)ରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରାହାଗିରି ମାଧ୍ୟମରେ ଆୟୋଜନ କରାଗଲା । 

କିନ୍ତୁ ଆଜି ୫ ବର୍ଷ ପୁରି ଯାଇଥିଲେ ମଧ୍ୟ କାମ ଅଧାପନ୍ତରିଆ ହୋଇ ପଡିରହିଛି ବୋଲି କଂଗ୍ରେସ ଏକାମ୍ର ବିଧାୟିକା ପ୍ରାର୍ଥୀ ତଥା ପୂର୍ବତନ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ନବୀନ ସରକାର ଫନି ମହାବାତ୍ୟା ଓ କୋଭିଡ଼କୁ ଦାୟୀ କରୁଛନ୍ତି । କିନ୍ତୁ ଭୁଲି ଯାଉଛନ୍ତି ଜଳ ଉତ୍ସକୁ ସଜାଡିବା ଏବଂ ସ୍ୱରେଜ ସଂଯୋଗୀକରଣ କାର୍ଯ୍ୟ ମଧ୍ୟ ୨୦୧୫ ସୁଦ୍ଧା ସଂପୂର୍ଣ୍ଣ ହେବାର ଥିଲା । ତାହା ମଧ୍ୟ ଆଜି ଅଧା ହୋଇ ପଡିରହିଛି । ଜଳବନ୍ଦୀରେ ରାଜଧାନୀ ବାସୀ ଅତିଷ୍ଠ । ବିଭିନ୍ନ ଡ୍ରେନ ଖୋଲା ପଡିଥିବାରୁ ନାଳଗୁଡିକ ଅଳିଆ ଆବର୍ଜନାରେ ପୋତି ହୋଇପଡିଛି । ଏସବୁ ପ୍ରକଳ୍ପକୁ ବର୍ଷାଦିନ ପୂର୍ବରୁ ଶେଷ କରିବା ପାଇଁ ସରକାରଙ୍କ ନିଘା ନାହିଁ ବୋଲି ଶ୍ରୀମତୀ ମହାପାତ୍ର ଅଭିଯୋଗ କରିଛନ୍ତି ।

ସ୍ମାର୍ଟ ସିଟିର ନାମ କେବଳ ନାମଫଳକରେ ରହିଯାଇଛି । ବିଭିନ୍ନ ଲେନଗୁଡିକ, କେନାବନ୍ଧ ଓ ନଦୀବନ୍ଧଗୁଡିକ ଉପରେ ଆଲୋକୀକରଣର ବ୍ୟବସ୍ଥା ନଥିବାରୁ ପ୍ରତିଦିନ ଅପରାଧ ବୃଦ୍ଧି ପାଉଛି । ମହିଳାମାନଙ୍କ ଉପରେ ଅକ୍ରମଣ, ଛିନ୍‌ତାଇ, ହତ୍ୟା ଭଳି ବିଭିନ୍ନ ଅପରାଧିକ ଘଟଣା ଘଟୁଛି ବୋଲି ପିସିସିର ପୂର୍ବତନ ମୁଖପାତ୍ର ପଦ୍ମାକର ଗୁରୁ ପ୍ରକାଶ କରିଛନ୍ତି । ଦିନକୁ ଦିନ ରାଜଧାନୀ ବାସିନ୍ଦାଙ୍କ ଉପରେ ବିଏମ୍‌ସିର ହୋଲଡିଙ୍ଗ ଟ୍ୟାକ୍ସକୁ ବହୁଗୁଣିତ ଭାବରେ ଲଦି ଦିଆଯାଇଛି । ଏବେ ନୂତନ ଭାବରେ ପୁଣି ଏକ ଟ୍ୟାକ୍ସ ସଫେଇ ଟ୍ୟାକ୍ସ ଲଦି ଦେବାର ଯୋଜନା କଲେଣି ସରକାର । ତୁରନ୍ତ ଏହି ଟ୍ୟାକ୍ସକୁ ଖାରଜ ନକଲେ ଆଗାମୀ ଦିନରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍ ଦାସ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget