loading...

ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ସୌମ୍ୟରଞ୍ଜନ ସଭାପତି

ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ସୌମ୍ୟରଞ୍ଜନ ସଭାପତି, ଗିରିଜା ଶଙ୍କର ସାଧାରଣ ସମ୍ପାଦକ ମନୋନୀତ

ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ସୌମ୍ୟରଞ୍ଜନ ସଭାପତି

ଭୁବନେଶ୍ୱର, ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ ପାର୍ଥସାରଥୀ ମୁଦୁଲି କହିଲେ ଯେ, ଯେଉଁ ସମୟରେ ଓଡ଼ିଶାରେ ଇଞ୍ଜିନିୟରିଂ କଲେଜ, ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା ଆଦି ରସାତଳଗାମୀକୁ ଗତି କରୁଥିଲା, ସେହି ସମୟରେ ନବୀନ ପଟ୍ଟନାୟକ ଓଡ଼ିଶାର ନେତୃତ୍ବ ନେବାପରଠାରୁ ଇଞ୍ଜିନିୟରିଂ କଲେଜ, ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଗଲିଛି । 

ଏକ ସମୃଦ୍ଧ ରାଜ୍ୟ ଗଠନରେ ଇଞ୍ଜିନିୟରମାନଙ୍କର ପ୍ରମୁଖ ଭୂମିକା ଥାଏ । ଯନ୍ତ୍ରୀ ହୋଇ ସେମାନେ ଗଢିଦିଅନ୍ତି କେତେ କେତେ କଳ କାରଖାନା, ନୂଆ ଯନ୍ତ୍ରପାତି, ରାସ୍ତା, ପୋଲି, ଘର ଓ ଆକାଶରେ ଉଡ଼ିବାର କୌଶଳ । ସେଇଟା ଅଧୁକ ସଂକଳ୍ପବଦ୍ଧ ହୋଇଯାଏ ଯେତେବେଳେ ରାଷ୍ଟ୍ରକୁ ମିଳେ ସମର୍ଥନ ଓ ସହଯୋଗ । ଇଞ୍ଜିନିୟରିଂ କଳା କୌଶଳ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆମ ରାଜ୍ୟକୁ ଅଗ୍ରଣୀ ଓ ସର୍ବଭାରତୀୟସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ମିଳିଛି । ଏଥିପାଇଁ ଓଡ଼ିଶାରେ ଆଜି ଇଞ୍ଜିନିୟରମାନେ ବିଶ୍ୱ ବିନ୍ଦନୀୟ । ଏହି ଅବସରରେ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକରେ ସଭାପତି ଭାବେ ସୌମ୍ୟରଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଗିରିଜା ଶଙ୍କର ବିଶ୍ବାଳଙ୍କୁ ମୁଖ୍ୟଅତିଥୁ ଇଂ ମୁଦୁଲି ମନୋନୀତ କରିଥିଲେ । 

ନୂତନ ଦାୟିତ୍ବ ନେଲା ପରେ ସୌମ୍ୟରଞ୍ଜନ ଓ ଗିରିଜା ଶଙ୍କର ଆସୋସିଏସନର କାର୍ଯ୍ୟଧାରାକୁ ଆହୁରି ଶକ୍ତ ଓ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ଡ଼ିଗ୍ରୀ ଇନିୟର୍ସ ଆସୋସିଏସର ଉପଦେଷ୍ଟା ଇଂ ବିମଳ କୁମାର ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରଂ ଶକ୍ତି ପ୍ରସାଦ ରଥ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଇଂ ଜଗମୋହନ ବଳିୟାରସିଂ, ସମ୍ପାଦକ ଇଂ ସଂସଦ କୁମାର ନାୟକ, ଇଂ ଲିଙ୍ଗରାଜ ମହାନ୍ତି, ବ୍ୟ ଜ୍ୟୋତିରଞ୍ଜନ ଶତପଥୀ, ଇଂ ରମ୍ୟରଞ୍ଜନ ପାଲ, ଇଂ ଅନମୋଲ କୁମାର, ଇଂ ରୋହିତ କୁମାର, ଇଂ ଅରବିନ୍ଦ କାନୁନଗୋ, ଦେବଦର ମହାରଣା, ମିଲନ ରାଉତରାୟ, ବିନିତ ସ୍ୱାଇଁ, ବିକାଶ ମଲ୍ଲିକ, ସୁରେଶ ଜେନା, ବିଶାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget