ଭୁବନେଶ୍ବର, ଭାରତ ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଭୋଟରମାନଙ୍କ ପାଇଁ (ଇ-ଇପିକ୍) ଇଲେକ୍ଟ୍ରୋନିକ୍ସ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ କରିଥିଲେ । ଏହା ଏକ ଡିଜିଟାଲ୍ ଭୋଟର ପରିଚୟ ହୋଇଥିବାରୁ ଭୋଟରମାନେ ଏହାକୁ Voter Helpline Mobile App କିମ୍ବା voterportal.eci.in କିମ୍ବା nvsp.in ରେ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିପାରିବେ ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନୂତନ ଭୋଟରମାନେ ପ୍ରଥମ ଥର ଭୋଟର) ଯେଉଁମାନଙ୍କର ଭୋଟର ତାଲିକା ସହ ନିଜ ମୋବାଇଲ୍ ନମ୍ବର ସଂଜୀକୃତ ହୋଇଥିବ, ସେମାନେ ଜାନୁଆରୀ ୨୫ ତାରିଖଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ନିଜ ମୋବାଇଲ୍ ମାଧ୍ୟମରେ ଇ-ଇପିକ୍ ଡାଉନ୍ଲୋଡ୍ କରିପାରିବେ ଓ ଅନ୍ୟାନ୍ୟ ଭୋଟର ଯେଉଁମାନଙ୍କର ମୋବାଇଲ୍ ନମ୍ବର ସଂଜୀକୃତ ହୋଇଥିବ ସେମାନେ ଫେବୃଆରୀ ୧ ତାରିଖଠାରୁ ଇ-ଇପିକ୍ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରିପାରିବେ ବୋଲି ପୂର୍ବରୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ ।
ବର୍ତ୍ତମାନ ଇ-ଇପିକ୍ ପ୍ରତି ନୂତନ ଭୋଟରମାନଙ୍କର ପ୍ରବଳ ଆଗ୍ରହ ଦେଖୁ ନିର୍ବାଚନ ଆୟୋଗ ଇ-ଇପିକ୍ ଡାଉନ୍ଲୋଡ୍ କରିବାର ସମୟ ସୀମା ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବିଭିନ୍ନ ରାଜ୍ୟମାନେ ମଧ୍ୟ ବହୁ ନୂତନ ଭୋଟରମାନେ ଇ-ଇପିକ୍ ବା ଡିଜିଟାଲ୍ ଫଟୋ ପରିଚୟପତ୍ର ନିଜ ମୋବାଇଲ୍ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଡାଉନ୍ଲୋଡ୍ କରିନଥିବା ଏବଂ ଏଥୁ ନିମନ୍ତେ ଅଧୁକ ସମୟ ଦେବା ଲାଗି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ ।
ଏସବୁକୁ ଦୃଷ୍ଟିରେ ରଖୁ ନିର୍ବାଚନ ଆୟୋଗ ପ୍ରାଥମିକତା ଭିତ୍ତିରେ ୨୦୨୧ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାରେ ନୂତନ ଭାବେ ଫଜୀକୃତ ହୋଇଥିବା ନୂତନ ଭୋଟରମାନଙ୍କ ନିମନ୍ତେ ଇ-ଇପିକ୍ ଡାଉନ୍ଲୋଡ଼ କରିବା ସମୟସୀମା ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଅନ୍ୟାନ୍ୟ ଭୋଟର ଏସ୍ଏଆର୍-୨୦୨୧ ପୂର୍ବରୁ ସଂଜୀକୃତ ଭୋଟରମାନେ ଯେଉଁମାନଙ୍କ ମୋବାଇଲ୍ ନମ୍ବର ସଂଯୋଗ ହୋଇଥିବ, ସେମାନଙ୍କ ପାଇଁ ଇ-ଇପିକ୍ ବା ଡିଜିଟାଲ୍ ଫଟୋ ପରିଚୟ ଡାଉନ୍ଲୋଡ୍ କରିବାର ସମୟ ଅଲଗା ଭାବେ ପରେ ନିର୍ବାଚନ ଆୟୋଗଙ୍କ ତରଫରୁ ଜଣାଇ ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ ସମସ୍ତ ନିର୍ବାଚନ ଅଧୁକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।
ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧୁକାରୀମାନେ ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଫଜୀକରଣ ଅଧିକାରୀମାନଙ୍କୁ ଜଣାଇବା ସହ ଇ-ଇପିର ସୁଯୋଗ ନେବା ନିମନ୍ତେ ସମସ୍ତ ନୂତନ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧୁକାରୀମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।
Post a Comment