ଭୁବନେଶ୍ୱର, ଆଜି ଜାତୀୟ ହସ୍ତତନ୍ତ ମେଳାର ଦ୍ଵାଦଶ ଦିବସ । ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଭିଡ଼ ଜମିବାରେ ଲାଗିଛି । ସାଧାରଣତନ୍ତ୍ର ଦିବସ, ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ମେଳାରେ ଗ୍ରାହକଙ୍କ ଭିଡ଼ ଜମିବା ସହିତ ଜିନିଷକୁ ବାଛି କିଣିବାର ଭଲ ସୁଯୋଗ ସୃଷ୍ଟି କରିଛି । ଜାନୁଆରୀ ୨୦ ତାରିଖଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ । ଏହି ମେଳାରେ ପ୍ରାୟ ତିନିକୋଟି ଟଙ୍କାର ବ୍ୟବସାୟ ହୋଇଛି । କେବଳ ‘ବୟନିକା’ ଷ୍ଟଲରେ ୫୦ ଲକ୍ଷ ଟଙ୍କାରୁ ଅଧୁକ ବ୍ୟବସାୟ ହୋଇଛି । ‘ବୟନିକା’ ବ୍ୟତୀତ ଆନ୍ଧ୍ରପ୍ରଦେଶର ‘ଆକୋ’ ତାମିଲନାଡୁର ‘କୋଟେକ୍ଳ’, ମଧ୍ୟପ୍ରଦେଶର ‘ମୃଗନୟନୀ’, ଜାମ୍ମୁ-କାଶ୍ମୀରର ‘କାଫାବ୍’, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ହରିୟାନାର ହସ୍ତତନ୍ତ ସମିତି ଓ ଅନୁଷ୍ଠାନଗୁଡ଼ିକ ଭଲ ବ୍ୟବସାୟ କରିଥିବାରୁ ସେମାନେ ଅତ୍ୟନ୍ତ ଖୁସି ଜାହିର କରିଥିଲେ ।
ଫେବୃଆରୀ ଅର୍ଥାତ୍ ମାଘ । ମାସ ବିବାହ ଋତୁ ଥିବାରୁ ଆଗାମୀ ୧୭ ଦିନରେ ମେଳାରେ ଭଲ ବିକ୍ରି ହେବ ବୋଲି ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥା ବହୁ ଆଶାବାଦୀ । ହସ୍ତତନ୍ତ ଗ୍ରାହକଙ୍କ ମଧ୍ୟରେ ଜାତୀୟ ହସ୍ତତନ୍ତ ମେଳା ପ୍ରତି ସ୍ଵତନ୍ତ୍ର ଆଗ୍ରହ ରହିଛି । ଏହି ଜାତୀୟ ସ୍ତରୀୟ ମେଳାରେ ୧୬ଟି ରାଜ୍ୟର ସମସ୍ତ ପ୍ରକାରର ବସ୍ତ୍ର ଉପଲବ୍ଧ । ରୁମାଲଠାରୁ ଆରମ୍ଭ କରି ସିଲର ଅତି ମୂଲ୍ୟବାନ ଶାଢ଼ି ଏଠାରେ ମିଳୁଛି । ଗ୍ରାହକମାନେ ନିଜ ନିଜର ଆବଶ୍ୟକତା ଅନୁଯାୟୀ ଘର ପାଇଁ ନିତ୍ୟ ଉପଯୋଗୀ । ଜିନିଷ ଏଠାରେ ପାଇପାରୁଛନ୍ତି । ଆଗାମୀ ୧୭ ଦିନରେ ମେଳାରେ ଆହୁରି ଭଲ ବ୍ୟବସାୟ ହେବ ଓ । । ଅଂଶଗ୍ରହଣକାରୀ ସଂସ୍ଥାମାନେ ନିଜର ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ଆଉ ମଧ୍ୟ ବୁଣାକାରମାନଙ୍କ ଜୀବନଜୀବିକାର ପାଥେୟ ହୋଇପାରିବ ।
Post a Comment