loading...

ରାଜ୍ୟସ୍ତରୀୟ ଅଭିଭାବକ ସଂଘ-ଓପାଫର ବାର୍ଷିକ ଉତ୍ସବ, ଟପର ଛାତ୍ରଛାତ୍ରୀଙ୍କୁ ଓପାଫ ରନ୍

କୋଭିଡ଼ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଅଭିଭାବକଙ୍କୁ ନେଇ ଆଜି ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ ଆସୋସିଏସନ (ଓପାଫ), ଏହାର ବାର୍ଷିକ ଉତ୍ସବ ପାଳନ

ରାଜ୍ୟସ୍ତରୀୟ ଅଭିଭାବକ ସଂଘ-ଓପାଫର ବାର୍ଷିକ ଉତ୍ସବ, ଟପର ଛାତ୍ରଛାତ୍ରୀଙ୍କୁ ଓପାଫ ରନ୍

ଭୁବନେଶ୍ୱର, କୋଭିଡ଼ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଅଭିଭାବକଙ୍କୁ ନେଇ ଆଜି ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ ଆସୋସିଏସନ (ଓପାଫ), ଏହାର ବାର୍ଷିକ ଉତ୍ସବ ପାଳନ କରିଛି । ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡ଼ିଟୋରିୟମରେ ପାଳିତ ଏହି ଉତ୍ସବରେ ସି.ବି. ଏସ୍.ଇ, ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧୁକ ନମ୍ବର ରଖୁଥିବା ବିଶ୍ବଜିତ ନାୟକଙ୍କୁ ଓପାଫ ରନ୍‌ରେ ସମ୍ମାନିତ କରାଯାଇଥିଲା । ଅଭିଭାବକମାନଙ୍କ ଅନୁଭୂତି, ଶିକ୍ଷା-ଗୁଣାବଭା, ଶିକ୍ଷା ନାମରେ ଶୋଷଣ ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ସମ୍ବନ୍ଧୀୟ ଲିଖୁତ ଏକ ପୁସ୍ତକ, ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । 

ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କମଳ ପ୍ରସାଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ରବି ଦାସ, ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ବାସୁଦେବ ପୂଜାରୀ ପ୍ରମୁଖ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ, ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ଓ ଶୋଷଣମୁକ୍ତ ବ୍ୟବସ୍ଥା ପାଇଁ ଅଭିଭାବକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ମାନନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଉତ୍ସବରେ ଯୋଗଦେଇ, ବର୍ତ୍ତମାନର ପରିସ୍ଥିତିରେ ସମ୍ମାନୀୟ ମୁଖ୍ୟମନ୍ତ୍ରୀଙ୍କର ଶିକ୍ଷା ପ୍ରତି ବିଶେଷ ଦୃଷ୍ଟିପାତ ଉପରେ ଅବଗତ କରାଇଥିଲେ । 
ଓପାଫର ସଭାପତି ଡଃ ଗଗନ ରାଉତ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଓ ସ୍ଵଚ୍ଛତା ପାଇଁ, ଘରୋଇ ଶିକ୍ଷାନୁଷ୍ଠାନ ନିୟନ୍ତ୍ରଣାତ୍ମକ ଆଇନ ଆଣିବା ନିମନ୍ତେ ସରକାରକଳ ତତ୍ପର ହେବା ନିହାତି ଦରକାର ବୋଲି କହିଥିଲେ । ବ୍ୟବସ୍ଥିତ ଅଭିଭାବକ ସଂଗଠନଗୁଡ଼ିକୁ ପ୍ରତ୍ୟେକ ସ୍କୁଲ୍ ପରିରଳନା କମିଟିରେ ଯୋଗଦାନ ପାଇଁ ଏକ ନୀତିଗତ ଆଇନର ବ୍ୟବସ୍ଥା ପାଇଁ ଅଭିଭାବକ ମାନଙ୍କୁ ମିଳିତ ଭାବରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ପାଇଁ ଆହ୍ବାନ କରିଥିଲେ । 

ବ୍ରହ୍ମପୁର, ଜଗତସିଂହପୁର, ଝାରସୁଗୁଡ଼ା, ପୁରୀ, ନିମାପଡ଼ା, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର ପ୍ରମୁଖ ସହରମାନଙ୍କରୁ ଅଭିଭାବକ ପ୍ରତିନିଧୁମାନେ ଓପାଫର ଏହି ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । କୁନି କୁନି ପିଲମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ଵାରା ଏହି ଉତ୍ସବ ସମାପନା କରାଯାଇଥିଲା ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget