loading...

ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଆତ୍ମ ଘୋଷିତ ସଭାପତି ସମ୍ବନ୍ଧୀୟ ମିଥ୍ୟା ସମ୍ବାଦ

ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଆତ୍ମ ଘୋଷିତ ସଭାପତି ସମ୍ବନ୍ଧୀୟ ମିଥ୍ୟା ସମ୍ବାଦ ପ୍ରଚାରକୁ ଆଇ.ଏନ୍.ଟି.ୟୁ.ସି.ର ଉପସଭାପତିଙ୍କ ବିରୋଧ

ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଆତ୍ମ ଘୋଷିତ ସଭାପତି ସମ୍ବନ୍ଧୀୟ ମିଥ୍ୟା ସମ୍ବାଦ

ଭୁବନେଶ୍ୱର, ଗତ ତା.୨୧.୦୨.୨୦୨୧ରେ ପମେୟରେ ପ୍ରକାଶିତ ଉପରୋକ୍ତ ସମ୍ବାଦ, ତା. ୨୩.୦୨.୨୦୨୧ ରେ ପ୍ରକାଶିତ ସମାଜରେ ତଥା ତା. ୨୫.୦୨.୨୦୨୧ ରେ ପ୍ରକାଶିତ ସମ୍ବାଦରେ ଉପରୋକ୍ତ ସମ୍ବାଦ ସମ୍ବନ୍ଧରେ ଆଇ.ଏନ୍.ଟି.ୟୁ.ସି ରାଜ୍ୟ ଉପସଭାପତି ତଥା ନାଲୋକ ଏମ୍ପୋଇଜର ଫୋରମ୍‌ର ସଭାପତି ମଦନ ମୋହନ ଧଳ ଖଣ୍ଡନ କରିଛନ୍ତି । ଆଇ.ଏନ୍.ଟି.ୟୁ.ସିର ସମ୍ବିଧାନ ଅନୁସାରେ ସର୍ବସମ୍ମତି କ୍ରମେ ସମସ୍ତ ଆଇ.ଏନ୍.ଟି.ୟୁ.ସି ସହ ଗଠବନ୍ଧିତ ଶ୍ରମିକ ସଂଗଠନର ପ୍ରତିନିଧିମାନଙ୍କ ଦ୍ବାରା ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶା ରାଜ୍ୟ ଆଇ.ଏନ୍.ଟି.ୟୁ.ସି. ସଭାପତି ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତା ନିର୍ବାଚିତ ହୁଅନ୍ତି । 

ଆଇ.ଏନ୍.ଟି.ୟୁ.ସିର ସମ୍ବିଧାନରେ କୌଣସି ସଭାପତି କୌଣସି ବ୍ୟକ୍ତି ବିଶେଷ ଦ୍ଵାରା ମନୋନିତ ହୁଅନ୍ତି ନାହିଁ । ସମ୍ବାଦରେ ପ୍ରକାଶ ଶ୍ରୀ ଚନ୍ଦ୍ରଶେଖର ଦୁବେ, ଜାତୀୟ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ସଭାପତି ନୁହଁନ୍ତି କିମ୍ବା ସେ ବ୍ୟକ୍ତିଗତ ଭାବେ କୌଣସି ବ୍ୟକ୍ତିଙ୍କୁ ସଭାପତି ଭାବେ ଘୋଷଣା କରିବା ଆଇ.ଏନ୍.ଟି.ୟୁ.ସି.ର ସମ୍ବିଧାନ ବିରୋଧୁ। ଦୀର୍ଘ ୧୯୮୫ ମସିହାରୁ ଡଃ ରାମଚନ୍ଦ୍ର ଖୁଟିଆ,ପୁର୍ବତନ ସାଂସଦ ଓଡ଼ିଶା ରାଜ୍ୟ ଆଇ.ଏନ୍.ଟି.ୟୁ.ସିର ସଭାପତି ଭାବେ ନିର୍ବୋନ୍ଦରେ ନିର୍ବାଚିତ ହୋଇଆସୁଛନ୍ତି । ଗତ ତା.୦୩.୦୩.୨୦୧୮ ମସିହାରେ ସମ୍ବିଧାନ ଅନୁସାରେ ଡଃ ଖୁଣ୍ଟିଆ ଓଡ଼ିଶା ରାଜ୍ୟ ଶାଖା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତମାନ ଦେଶରେ ୪୪ଟି ଶ୍ରମ ଆଇନକୁ ହଟାଇ ୪ ଟି ଶମିକ ବିରୋଧ ଶ୍ରମ କୋର୍ଟ କେନ୍ଦ୍ର ସରକାର ଜାରି କରିବାକୁ ଯାଉଥିଲାବେଳେ ଆଇ.ଏନ୍.ଟି.ୟୁ.ସି ଉଭୟ ଜାତୀୟ ତଥା ପ୍ରଦେଶ ସ୍ତରରେ ଏହାର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । 

ଅନୁରୁପ ଭାବେ ୩ ଟି ଚାଷୀ ବିରୋଧ କଳା ଆଇନକୁ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ଡ ଝୁଟିଆଙ୍କ ନେତୃତ୍ବରେ ଓଡ଼ିଶାରେ ଆନ୍ଦୋଳନ ଜାରି ରହିଛି । କୋଭିଡ଼ – ୧୯ ରେ ସମଗ୍ର ବିଶ୍ଵ ହନ୍ତସନ୍ତ ହୋଇଥିଲାବେଳେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ନ କରିବା ଓ ସରକାରଙ୍କ ନିକଟରେ ହଜାର ହଜାର ନବିକରଣ ଦରଖାସ୍ତ୍ର ପଡ଼ିରହିଥିବା ସମସ୍ୟାକୁ ସମାଧାନ କରିବା ପାଇଁ ଆସନ୍ତା ୨ - ୩ ମାର୍ଚ୍ଚ ୨୦୨୧ ସାରା ରାଜ୍ୟର ଜିଲ୍ଲା ମାନଙ୍କରେ ଥିବା ଶ୍ରମ କାର୍ଯ୍ୟାଳୟ ଘେରଉ କରିବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଡଃ ରାମଚନ୍ଦ୍ର ଖୁଣ୍ଟିଆ ଚେଷ୍ଟାରତ ଥିଲାବେଳେ ଏହିଭଳି ମିଥ୍ୟା ସମ୍ବାଦ ଆଇ.ଏନ୍.ଟି.ୟୁ.ସି ପରିବାରର ସମସ୍ତ ସଦସ୍ୟ ପରିବାରକୁ ମର୍ମାହତ କରିଛି । ତେଣୁ ପ୍ରକାଶିତ ସମ୍ବାଦକୁ ଖଣ୍ଡନ କରିବା ସହିତ ଏ ପ୍ରକାର ହିନ ମାନସିକତାକୁ ନିନ୍ଦାମଧ୍ୟ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget