loading...

ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ଓ ଜିଲ୍ଲା ମହିଳା କଂଗ୍ରେସ ମିଳିତ ବିକ୍ଷୋଭ

ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ଓ ଜିଲ୍ଲା ମହିଳା କଂଗ୍ରେସ ମିଳିତ ଆନୁକୂଲ୍ୟରେ ଅଭିନବ ଉପାୟରେ ବିକ୍ଷୋଭ

ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ଓ ଜିଲ୍ଲା ମହିଳା କଂଗ୍ରେସ ମିଳିତ ବିକ୍ଷୋଭ

ଭୁବନେଶ୍ୱର, କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମହିଳା କଂଗ୍ରେସ ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ ମାଷ୍ଟରକ୍ୟାଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷକରି ମହିଳାଙ୍କ ସମେତ ଗରୀବ ଖଟିଖୁଆ, କୃଷକ, ନିମ୍ନମଧବିତ, ସ୍ଵଚ୍ଛ ଆୟକାରୀ କର୍ମଚାରୀ ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟ ବିଜେଡି ସରକାର ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ତୈଳ ଦରବୃଦ୍ଧି ନିଷ୍ପତିକୁ ମୁଣ୍ଡପାତି ସମର୍ଥନ ଦେଇଛନ୍ତି । ମୋଦି ଟ୍ୟାକ୍ସ ଓ ନବୀନ ଟ୍ୟାକ୍ସ ଲାଗୁ ହେବା ଫଳରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲର ସାମାନ୍ୟ ଦର ବୃଦ୍ଧି ହେଲେ ମନମୋହନ ସିଂହ ସରକାରଙ୍କୁ ଅତି କଦର୍ଯ୍ୟ ଭାଷାରେ ତିରସ୍କାର କରୁଥିଲେ ଏବଂ ସେ ସରକାରକୁ ଆସିଲେ ପେଟ୍ରୋଲ ଓ ଡିଜେଲ ଦର କମେଇ ଦେବେ । ମାତ୍ର ମୋଦିଙ୍କ ଆଚ୍ଛାଦିନର ସ୍ୱପ୍ନ ଆଜିର ପେଟ୍ରୋଲ ଓ ଡିଜେଲ ଦରରେ ପ୍ରତିଫଳିତ । ୨୦୧୪ ମସିହାରେ ଆର୍ତଜାତିକ ବଜାରରେ ଅଶୋଧୂତ ତୈଳ ଦର ୧୨୦ ଡଲାର ଥିବା ବେଳେ ମନମୋହନ ସିଂହ ସରକାର ପେଟ୍ରୋଲ ଦର ୭୦ ଟଙ୍କା ଓ ଡିଜେଲ ଦର ୫୫ ଟଙ୍କାରେ ଦେବାକୁ ସମର୍ଥ ହୋଇଥିଲେ । ମାତ୍ର ଆଜି ଆର୍ତଜାତିକ ବଜାରରେ ଅଶୋଧୃତ ତୈଳ ଦର ୬୦ ଡଲାର ଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଂଚିଛି । 

ଏବେ ଛତିଶଗଡ ସରକାର, ପଶ୍ଚିମବଂଗ ସରକାର ପ୍ରଭୃତି ରାଜ୍ୟ ଟ୍ୟାକ୍ସକୁ ଆଖୁଦୃଶିଆ ଭାବେ କମାଇଥିବା ବେଳେ ନବୀନ ପଟ୍ଟନାୟକ ସରକାର କାହିଁକି ଏ ବାବଦରେ ନିଷ୍ପତି ନେଉନାହାନ୍ତି । ସେହିପରି କରୋନା ମହାମାରୀ ସମୟରେ ସାଧାରଣ ଜନତା ଜୀବିକା ହରାଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ମୋଦି ସରକାରଙ୍କ ପ୍ରୋତ୍ସାହନରେ କେବଳ ୧% ପୁଞ୍ଜିପତିଙ୍କର ୩୫% ପୁଞ୍ଜି ଅବିବୃଦ୍ଧି ଘଟିଛି । କିନ୍ତୁ ସେହି ଅନୁପାତରେ ଭାରତବର୍ଷର ଅର୍ଥନୀତି ଏକ ସ୍ଥାଣୁ ଅର୍ଥନୀତିରୂପେ ପରିଗଣିତ ହେଉଛି । ଏହି ସମୟରେ ଲୋକଙ୍କର ରୋଜଗାର ଅତି ଦ୍ରୁତ ଗତିରେ ହ୍ରାସ ପାଇଛି। ଏବଂ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଠିକ୍ ସେହି ସମୟରେ ପ୍ରତି ଦିନ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବଢ଼ି ବଢ଼ି ଗଲିଛି । 

ଏହି ତୈଳ ଦର ବୃଦ୍ଧି ଯୋଗୁଁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣ ଏବଂ ଖାଦ୍ୟପଦାର୍ଥର ଦାମ ମଧ୍ୟ ବୃଦ୍ଧି ଘଟିଛି । ତେଣୁ ରାଜ୍ୟବାସୀ ସିଧାସଳଖ ଭାବରେ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା ଓ ଭୁବନେଶ୍ଵର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ବରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମୋଦି ସରକାର ଓ ନବୀନ ସରକାରକୁ ତୀବ୍ର ସମାଲୋଚନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ବିଶ୍ୱଜିତ ଦାସ, ରଶ୍ମି ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ସ୍ଵାଧୁନବାଳା ଦାସ, କୁସୁମ ପ୍ରଧାନ, ଶୈଳବାଳା ଜେନା, ଅଶୋକ ଦାସ, ନିରୁପମା ଦାସ, ନିରୁପମା ପାତ୍ର, ସୃତିରେଖା ପହି, ଜୟକୃଷ୍ଣ ସୁବୁଦ୍ଧି, ସୁଭଦ୍ରା ମିଶ୍ର, କନକଲତା ମଲିକ, ବୈତାଳି ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶ୍ରୀୟା ସମ୍ବେଦନା, ରିତାଶ୍ରୀ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ଵକଲ୍ୟାଣୀ କର, ଅନ୍ନପୁର୍ଣ୍ଣା ସାହୁ, ଶୋଭାସିଂ, ମୁନି ଥାପା, ଇରତ ଜୱାର, ଚାରୁଲତା ସାହୁ, ଶ୍ରୀୟା ପଣ୍ଡା, ସୁପ୍ରିୟା ସେନାପତି, କିରଣ ମହାନ୍ତି, ଗାୟତ୍ରୀ ଶର୍ମା, ଅଶୋକ ସାହୁ, ରଜନୀ ମହାନ୍ତି, ଶତ୍ରୁଘନ ବେହେରା, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ମଲିଆ ଓ ଦେବରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget