ଭୁବନେଶ୍ୱର, ଓଡ଼ିଶା ବାହାରେ ଓଡ଼ିଆ ସାହିତ୍ୟର ପାଠକୀୟ ଆଦର ରହିଛି । ସାହିତ୍ୟର ପ୍ରଚାର, ପ୍ରସାର ଓ ଅନୁବାଦ ଉପରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନଗୁଡିକ ଯତ୍ନବାନ୍ ହେଲେ ଆମ ସାହିତ୍ୟକୁ ଅଧୁକ ଆଦୃତି ମିଳିବ । ପ୍ରବାସୀ ଅନୁଷ୍ଠାନଗୁଡିକ ସାହିତ୍ୟିକ କାର୍ଯ୍ୟ କଳାପରେ ତପ୍ତ ହେବା ଆବଶ୍ୟକ ବୋଲି ଅଗ୍ରଣୀ ସଂଗଠନ ଭୁବନେଶ୍ଵର ସାହିତ୍ୟ ସମାଜର ଅବେଶନରେ ବହୁମତ ପ୍ରକାଶ ପାଇଛି ।
କୃଷକ ସମାଜରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ ବୁକ ଟ୍ରଷ୍ଟର ଓଡ଼ିଆ ବିଭାଗର ପୂର୍ବତନ ସମ୍ପାଦକ ତଥା ସ୍ୱନାମଧନ୍ୟ କବି ମାନସ ରଞ୍ଜନ ମହାପାତ୍ର ଯୋଗଦେଇ ଓଡ଼ିଶା ବାହାରେ ଓଡ଼ିଆ ସାହିତ୍ୟ’ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଶା ବାହାରେ ଥିବା ଓଡ଼ିଆ ଅନୁଷ୍ଠାନଗୁଡିକ କେବଳ ବାର୍ଷିକ ସଭା କି ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ନରହି ପୁସ୍ତକ ଓ ପତ୍ରିକା ପ୍ରକାଶନ, ଅନୁବାଦ, ସାହିତ୍ୟ ସଭା ଇତ୍ୟାଦିରେ କ୍ରିୟାଶୀଳ ରହିଲେ ଓଡ଼ିଆ ଭାଷା-ସାହିତ୍ୟ ବୃହତ୍ତର ପାଠକଗୋଷ୍ଠୀ ପାଖରେ ପହଞ୍ଚିପାରିବ ବୋଲି ଅନୁଷ୍ଠାନର ଉପସଭାପତି ରକ୍ଷକ ନାୟକ, ଡ.ଦେବାଶିଷ ମହାପାତ୍ର, ଡ. ରମେଶ ପ୍ରସାଦ ମହାନ୍ତି, ରାଜକିଶୋର ଦାସ ଓ ପବିତ୍ର ମୋହନ କର ପ୍ରମୁଖ ମତାମତ ରଖୁଥୁଲେ ।
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଆଲୋଚନା ପର୍ଯ୍ୟାୟ ପରେ ନିରୁପମା କର ଓ ରଶ୍ମୀ ଦାସଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ପାଠୋତ୍ସବରେ ଡ. ଅଭୟ ନାରାୟଣ ନାୟକ, ବିଜନବାଳା ପାଟଯୋଶୀ, ମଞ୍ଜୁଳା ତ୍ରିପାଠୀ, ଶ୍ରୀବାସ ମହାପାତ୍ର, ପୀତାମ୍ବର ଭୋଇ, ଯଶୋବନ୍ତ ସେଠୀ, ଶିବ୍ୟସିଂହ ମହାପାତ୍ର, ମନମୋହନ ମିଶ୍ର, ଶତ୍ରୁକିତ୍, ବିଧୁଭୂଷଣ ତ୍ରିପାଠୀ, ତପନ କୁମାର କର ଓ ସୂର୍ଯ୍ୟ ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।
Post a Comment