loading...

୪ ଟି ଜିଲ୍ଲାର ଏନ୍.ଏ.ସି ଓ ପୌରପାଳିକା ଗୁଡିକର ସମୀକ୍ଷା କାର୍ଯ୍ୟକର୍ମ ଅନୁଷ୍ଠିତ

ସହରାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ବ

୪ ଟି ଜିଲ୍ଲାର ଏନ୍.ଏ.ସି ଓ ପୌରପାଳିକା ଗୁଡିକର ସମୀକ୍ଷା କାର୍ଯ୍ୟକର୍ମ ଅନୁଷ୍ଠିତ

ଭୁବନେଶ୍ଵର , ସହରାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମଥିଭାଥନନ୍ ପରାମର୍ଶ ଦେଇଛନ୍ତି । ଆଜି ବାଲେଶ୍ବର ଠାରେ ୪ ଟି ଜିଲ୍ଲା , ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସମସ୍ତ ଏନ୍.ଏ.ସି ଓ ପୌରପାଳିକା ଗୁଡ଼ିକର କାର୍ଯ୍ୟକର୍ମ ନେଇ ସମିକ୍ଷା କରିଥିଲେ । ପୌରପରିଷଦର ଅଧିକାରୀ ମାନେ ୫-ଟି ଆଧାରରେ କାର୍ଯ୍ୟସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

କର୍ତ୍ତବ୍ୟରେ ଅବହେଳା , ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ନକରିବା ଆଦିକୁ ଗୁରୁତର ସହ ବିଚାରକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମାଥିଭାଥନନ୍ ସର୍ତକ କରେଇଦେଇଛନ୍ତି । ଜାତୀୟ ଗ୍ରୀନ ଟ୍ୟୁବନାଲର ନିୟମ ଅନୁଯାୟୀ ସମସ୍ତ ସହରାଂଚଳରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବର୍ଜ୍ୟବସ୍ତୁ ପରିକ୍ତଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱଆରୋପ କରିଛନ୍ତି । ଏତବ୍ୟତୀତ ଜାଗା ମିଶନ, ମାଇକ୍ରୋ କମୋଷ୍ଟିଙ୍ଗ କ୍ଷେତ୍ରକୁ କାର୍ଯ୍ୟକାରୀ କରାଯିବା, ସାମଗ୍ରି ଅସୁଲି ସୁବିଧା ଉପଲବ୍ଧ କରାଯିବା ,ପାନୀୟ ଜଳ ଯୋଗାଣ, ସ୍ମାର୍ଟ ଷ୍ଟ୍ରିଟ୍ ଲାଇଡ଼ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । 

କାର୍ଯ୍ୟକାରୀ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିକ୍ତଳନା ଓ ଧାର୍ଯ୍ୟ ଲକ୍ଷ ହାସଲ କରିବା ଦିଗରେ ବିହିତ ପ୍ରଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ଆର୍ଥିକ ପରିଶ୍ଚଳନା ଉପରେ ଗୁରୁତ୍ବ ଆରୋପ କରାଯାଇ ପୌରପରିଷଦ ଗୁଡ଼ିକ ନିଜର ରାଜସ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁ ପ୍ରଦତ ଅର୍ଥର  ବିନିଯୋଗ ଓ ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । 

ବାଲେଶ୍ଵର ଠାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମଥିଭାଥନନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ, ଯୁଗ୍ନ ସଚିବ ପ୍ରଭାତ କୁମାର ମହାପାତ୍ର ଏବଂ ଉପଶାସନ ସଚିବ ତଥା ସୁଡ଼ାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ସହରାଂଚଳରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । 

ପ୍ରାରମ୍ଭରେ ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚର୍କବତୀ ସ୍ଵାଗତ ଭାସଣ ପ୍ରଦାନ କରିଥିଲେ । ଶେଷରେ ଡୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ରବିନ୍ଦ୍ର ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ସଂପୃକ୍ତ ୪ଟି ଜିଲ୍ଲାର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲାପ୍ରଶାସନ ଓ ପୌରପରିଷଦର । ପଦାଧିକାରୀମାନେ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget