loading...

ପେଟ୍ରୋଲ, ଡିଜେଲ ବୃଦ୍ଧି ଏବଂ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ରାଜଭବନ ଅଭିମୁଖେ ଶଗଡ଼ ଯାତ୍ରା

ପେଟ୍ରୋଲ, ଡିଜେଲ ଦରର ଅହେତୁକ ବୃଦ୍ଧି ଏବଂ ୩ କଳା କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ରାଜଭବନ ଅଭିମୁଖେ ଶଗଡ଼ ଯାତ୍ରା

ପେଟ୍ରୋଲ, ଡିଜେଲ ବୃଦ୍ଧି ଏବଂ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ରାଜଭବନ ଅଭିମୁଖେ ଶଗଡ଼ ଯାତ୍ରା

ଭୁବନେଶ୍ୱର, ପେଟ୍ରୋଲ, ଡିଜେଲ ଦରର ଅହେତୁକ ବୃଦ୍ଧି ଏବଂ କେନ୍ଦ୍ର ସରକାରଙ୍କର ଲାଗୁ କରାଯାଇଥିବା କଳା କୃଷିବିଲ୍ ପ୍ରତ୍ୟାହାର ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ବିଶାଳ ଶଗଡ଼ ରାଲି ଭୁବନେଶ୍ବରସ୍ଥିତ ପାୱାରହାଉସ୍ ଛକରୁ ବାହାରି ରାଜଭବନ ଅଭିମୁଖେ ଯାତ୍ରା କରିଥିଲା । 

ପ୍ରଥମେ ପାୱାର ହାଉସ୍‌ ଛକରେ ଯୁବ କଂଗ୍ରେସ ପକ୍ଷରୁ ଏକ ସଭା କରାଯାଇଥିଲା । ଏହି ସଭାରେ ଡ. ଲେଙ୍କା ନିଜ ବକ୍ତବ୍ୟରେ କହିଥିଲେ, ସମଗ୍ର ଦେଶ କରୋନା ମହାମାରୀରୁ ମୁକୁଳି ନଥିଲା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରେ ଟ୍ୟାକ୍ସ ଲଗାଇ ଅହେତୁକ ବୃଦ୍ଧି କରୁଛନ୍ତି, ଯାହାର ପ୍ରଭାବରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟୁଛି, ଯଦ୍ବାରା ଜନସାଧାରଣ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

କେନ୍ଦ୍ରରେ ୟୁ.ପି.ଏ. ସରକାରିଥିବା ବେଳେ ଆନ୍ତର୍ଜାତୀୟ ବଜାରରେ ବ୍ୟାରେଲ୍ ପିଛା ୧୧୦ ଡଲାର ଥିଲାବେଳେ ବଜାରରେ ପେଟ୍ରୋଲ, ଡିଜେଲ ଦର ୭୦ ଟଙ୍କାରୁ ଉର୍ଦ୍ଧ ହୋଇନଥିଲା । ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ୫୦ ଡଲାରରୁ କମ୍ ଥିବାବେଳେ ପେଟ୍ରୋଲ, ଡିଜେଲ ଦର ୯୦ ଟଙ୍କା ପାଖାପାଖୁ ହେଲାଣି । ଏଥିରୁ ପ୍ରତିଫଳିତ ହେଉଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ନାମରେ ସାଧାରଣ ଜନତାଙ୍କୁ ଠକୁଛନ୍ତି । 

ଦୀର୍ଘ ୬୬ ଦିନରୁ ଉର୍ଦ୍ଧ ହେବ ଦେଶର ଅନ୍ନଦାତା କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା କଳା କୃଷିଆଇନକୁ ବିରୋଧ କରି ଶୀତ, ଖରା, କାକରକୁ ଭୃକ୍ଷେପ ନ କରି ନିଜର ହକ୍ ପାଇଁ ଭୋକିଲା ପେଟରେ ସଂଘର୍ଷ କରୁଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କର ଦାବିକୁ ଭୃକ୍ଷେପ ନ କରି ଏହି ଆନ୍ଦୋଳନକୁ ଭଣ୍ଡୁର କରିବାଲାଗି ଷଡ଼ଯନ୍ତ୍ର ରଚୁଛନ୍ତି । 

ଏହାକୁ ଯୁବ କଂଗ୍ରେସ କଡ଼ା ନିନ୍ଦା କରୁଛି ଏବଂ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖୁ ସରକାରଙ୍କର ଅମ୍ବାନୀ-ଅଦାନୀ ପ୍ରେମକୁ କଡ଼ା ଭାଷାରେ ସମାଲୋଚନା କରୁଛି । ଯଦି ଆଗାମୀ ଦିନରେ କଳା କୃଷି ଆଇନକୁ ପ୍ରତ୍ୟାହାର ନ କରାଯାଏ, କୃଷକମାନଙ୍କ ସ୍ବାର୍ଥପାଇଁ ଯୁବ କଂଗ୍ରେସ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଡ. ଲେଙ୍କା କହିଛନ୍ତି । ଶେଷରେ ଯୁବକଂଗ୍ରେସର ଏକ ପ୍ରତିନିଧୁ ଦଳ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । 

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବକଂଗ୍ରେସ ଉପସଭାପତି ଅଭିଳାଷ ମାଣିଆ, ମହମ୍ମଦ ଅଲୀ, ରାଜୀବ ପଟ୍ଟନାୟକ, ସଙ୍କୁନା କହଁର, ରଞ୍ଜିତ ପାତ୍ର, ଆର୍ଯ୍ୟବୀର ଲେଙ୍କା, ଅଜୟ ସାହୁ, ସ୍ଵାଗତ କର, ବିଶ୍ୱରଞ୍ଜନ ଦାସ, ନଳିନୀକାନ୍ତ ନାୟକ, ବିପ୍ଳବ ଶିଲାଦିତ୍ୟ, ବିକି ଚକ୍ରବର୍ତ୍ତୀ, ଗୋପନ ମାର୍ଥୀ, ଆଶୁତୋଷ ଲେଙ୍କା, ସୃତି ମନ୍ତ୍ରୀ, ଆକ୍ୟୁବ୍ ଖାଁ, ହାପି ରଥ, ସମ୍ରାଟ ଜେନା, ମନୋରଞ୍ଜନ ପଟ୍ଟନାୟକ, । ରିତୁଲ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget