loading...

ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ସମସ୍ତ ସହରାଞ୍ଚଳ ପାଇଁ ଡ଼ିଜିଟାଇଜ୍ ହୋର୍ଡ ଟିକସ ବ୍ୟବସ୍ଥାର ଶୁଭାରମ୍ଭ

ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ସମସ୍ତ ସହରାଞ୍ଚଳ ପାଇଁ ଡ଼ିଜିଟାଇଜ୍ ହୋର୍ଡ ଟିକସ ବ୍ୟବସ୍ଥାର ଶୁଭାରମ୍ଭ, ସଫଳ ରୂପାୟନ ମାଧ୍ୟମରେ ଏହାକୁ ଜାତୀୟ ମୋଡେଲ୍

ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ସମସ୍ତ ସହରାଞ୍ଚଳ ପାଇଁ ଡ଼ିଜିଟାଇଜ୍ ହୋର୍ଡ ଟିକସ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର, ରାଜ୍ୟର ୯ଟି ଅମୃତ ଯୋଜନା ଅନ୍ତର୍ଭୁକ୍ତ ସହରାଞ୍ଚଳରେ ପ୍ରତି ଘରକୁ ପାଇପ୍ ଜଳ ଯୋଗାଣ ପାଇଁ ଜାତୀୟ ସ୍ତରରେ ଲଗାତାର ପ୍ରଥମ ସ୍ଥାନ ଅକାର କଲାପରେ, ରାଜ୍ୟ ସରକାର ସହରାଞ୍ଚଳ ରାଜସ୍ୱ ସଂଗ୍ରହ ବ୍ୟବସ୍ଥାକୁ ରୂପାନ୍ତରିତ କରିବା ନିମନ୍ତେ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏହି ପ୍ରରିପେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ସମସ୍ତ ସହରାଞ୍ଚଳରେ ହୋଲଡିଙ୍ଗ ଟିକସ ସଂଗ୍ରହ ପ୍ରକ୍ରିୟାକୁ ଅଧୁକ ଫଳପ୍ରସୂ କରିବା ପାଇଁ ଡିଜିଟାଇଜ୍ ଟାକ୍ସ ବ୍ୟବସ୍ଥା ଏମ୍. ପି.ଏଲ୍-୨.୦ ର ଶୁଭାରମ୍ଭ କରିଛନ୍ତି ।

ବ୍ୟବସ୍ଥାର ଶୁଭାରମ୍ଭ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଏହା ଦ୍ୱାରା ସମସ୍ତ ସହରାଞ୍ଚଳରେ ଟିକସ ସଂଗ୍ରହ ବ୍ୟବସ୍ଥା ଅଧ୍ବକ ସକ୍ରିୟ, ଫଳପ୍ରସୂ ଏବଂ ସ୍ଵଚ୍ଛ ହେବ । ଆଧୁନିକ ବୈଷୟିକ କୌଶଳର ପ୍ରୟୋଗ କରି ବିଭାଗ ଦ୍ବାରା ଏହା ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଟିକସ ପ୍ରଦାନକାରୀ, ଜନ ସାଧାରଣ, ଟିକସ ସଂଗ୍ରହକାରୀ ଅଧୁକାରୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଅନୁରୋଧ କରିଥିଲେ । ସଫଳ କାର୍ଯ୍ୟାନୁୟନ ମାଧ୍ୟମରେ ନିଜ ସହର ପାଇଁ ସୁନାମ ଆଣିବା ସହ ଏହି ଅନ୍‌ଲାଇନ୍ ବ୍ୟବସ୍ଥାକୁ ଏକ ଜାତୀୟ ମଡେଲ୍ ଭାବେ ପ୍ରାମାଣିତ କରିବାକୁ ଶ୍ରୀ ମହାପାତ୍ର ସଂପୃକ୍ତ ଅଧୁକାରୀ ଏବଂ ଟାକ୍ସ ସଂଗ୍ରହକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋରେ ଅନୁଷ୍ଠିତ ଏହି ଶୁଭାରମ୍ଭ ସଭାରେ ନଗର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍ କହିଲେ ଯେ ଗତବର୍ଷ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ପୁରୀ, ବାଲେଶ୍ବର, ବାରିପଦା, ଭଦ୍ରକ ଆଦି ୯ଟି ଅମୃତ ଯୋଜନା ଅନ୍ତର୍ଭୁକ୍ତ ସହର ମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା । ଏହାକୁ ଏମ୍. ପି. ଏଲ୍-୧୦ ଭାବେ ନାମିତ କରାଯାଇଥିଲା । ଏହା ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା ଏବଂ ବ୍ୟବସ୍ଥା ଫଳରେ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ ବର୍ଷରେ ୩୭% ଅଧ୍ବକ ରାଜସ୍ୱ ସଂଗ୍ରହ ହୋଇଥିଲା । ବର୍ତ୍ତମାନ ଏହି ବ୍ୟବସ୍ଥାକୁ ଏମ୍.ପି.ଏଲ୍- ୨.୦ ଭାବେ ଉର୍ନୀତ କରାଯାଇ ରାଜ୍ୟର ସମସ୍ତ ୧୧୪ ଟି ସଂହରାଞ୍ଚଳକୁ ସଂପ୍ରସାରିତ କରାଗଲା ।  

ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାଜୀତ ନାୟକ ସୂଚନା ଦେଇଥିଲେ ଯେ ଏହି ବ୍ୟବସ୍ଥା ମାଧ୍ୟମରେ ୯ ଶହରୁ ଉର୍ଦ୍ଧ ଟ୍ୟାକ୍ସ ଅଧୁକାରୀ/କର୍ମଚାରୀ ଏବଂ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟମାନେ ସାମିଲ୍ ହେବେ । ରାଜସ୍ୱ ସଂଗ୍ରହରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ସାମିଲ୍, ବ୍ୟବସ୍ଥାକୁ ଏକ ନୂଆ ରୂପଦେବ । ଗତବର୍ଷ ଜାନୁଆରୀ ୨୦ ତାରିଖରେ ୯ଟି ସହରରେ ଏହାକୁ ଲାଗୁକରାଯାଇଥିଲା । ସେହି ଆର୍ଥିକ ବର୍ଷ ଦୁଇମାସ ସମୟ ମଧ୍ୟରେ ଏହା ଲୋକପ୍ରିୟ ହୋଇଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ଉପରୋକ୍ତ ୯ଟି ସହରରେ ହୋଲଡିଙ୍ଗ ଟ୍ୟାକ୍ସ ବାବଦରେ ପ୍ରାୟ ୭୩.୨ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୧୦୦.୬୫ କୋଟି ଟଙ୍କାକୁ ବୃଦ୍ଧିପାଇ ଏ ଦିଗରେ ୩୭.୫ ଶତକଡ଼ା ଅଭିବୃଦ୍ଧି ହାସଲ ହୋଇଥୁଲା ।

ନୂତନ ବ୍ୟବସ୍ଥାରେ ଟିକସ ସଂଗ୍ରହକାରୀ ଅଧୁକାରୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ମଧ୍ୟରେ ଏକ ସକରାତ୍ମକ ପ୍ରତିଯୋଗୀ ମନୋଭାବ ସୃଷ୍ଟିକରାଇବାର ବ୍ୟବସ୍ଥା ରହିଛି । ଡିଜିଟାଲ୍ ମୋଡରେ ଟିକସ ସଂଗ୍ରହର ସଂଖ୍ୟା, ପରିମାଣ ଓ ପ୍ରତିଦିନ ସଂଗ୍ରହ ତଥ୍ୟ ପୋର୍ଟାଲ୍‌ରେ ଅପ୍ଲୋଡ୍ ଆଦି ଭିତ୍ତିରେ ବିଭିନ୍ନ ପୁରସ୍କାର ଦିଆଯିବ । ଟିକସ ସଂଗ୍ରହକାରୀ ଅଧୁକାରୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଏହି ପ୍ରତିଯୋଗିତାରେ ସାମିଲ୍ କରାଯିବ । ମହାନଗର ନିଗମ, ପୌର ନିଗମ ଏବଂ ବିଜ୍ଞାପିତ ଅଂଚଳ ଏହିପରି ୩ଟି ବିଭାଗରେ ପ୍ରାୟ ୨୧ଟି ପୁରସ୍କାର ଓ ମାନ୍ୟତା ଆଦି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ।

ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜୀତ୍ ନାୟକ, ଜନାଗ୍ରହର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀକାନ୍ତ ବିଶ୍ଵନାଥଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧୁକାରୀ ମାନେ ଯୋଗ ଦେଇଥିଲେ । ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ସହରାଞ୍ଚଳ  ଅଧୁକାରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget