ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ଏକ ରାଜ୍ୟସ୍ତରୀୟ ବୈଠକ କଂଗ୍ରେସ ଭବନ ଭୁବନେଶ୍ବର ଠାରେ ରାଜ୍ୟ ଓବିସି ବିଭାଗ ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କହିଲେ ଯେ ରାଜ୍ୟ ସରକାର କେବଳ ଯୋଜନା ଉପରେ ଯୋଜନା କରି ଲୋକମାନଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ଥିବା ପଛୁଆବର୍ଗ ଜନସାଧାରଣଙ୍କର ସାମାଜିକ, ଅର୍ଥନୈତିକ ବିକାଶ ଦିଗରେ ପ୍ରଦେଶ କଂଗ୍ରେସ ଓବିସି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୭ ଦଫା ଦାବିକୁ ତୁରନ୍ତ ରାଜ୍ୟ ସରକାର ଓ ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପ୍ରେରଣ କରିବାକୁ ଶ୍ରୀ ନାୟକ ଉପସ୍ଥିତ ଓବିସି କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।
ଆଗାମୀ ଦିନରେ ସମସ୍ତେ ଏକଜୁଟ ହୋଇ ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ । ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଯୋଗଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ବିଷ୍ଣୁଚରଣ ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଯଦୁମଣି ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରାଉତ, ପ୍ରକାଶ ରାଉତରାୟ, ଦେବୀପ୍ରସାଦ ବାହାଲିଆ, ଅନ୍ନପ୍ରିଷ୍ଠ ସାହୁ, ନିମାଇଁ ରାଉତରାୟ, ରାଜକିଶୋର ବାରିକ, କେଦାର ଜେନା, ଫଚାନନ ମହାପାତ୍ର, କଳିଙ୍ଗ ସାହୁ, ବସନ୍ତ ସେଠ, ରଶ୍ମିରଂଜନ ଚୌଧୁରୀ, ରମେଶ ମୁଦୁଲି, ଡବ ବାରିକ ପ୍ରମୁଖ ବହୁ କର୍ମକର୍ତ୍ତା ଓ ଜିଲ୍ଲା ଅଧ୍ୟକ୍ଷ ଯୋଗଦାନ କରିଥିଲେ ।
Post a Comment