loading...

ରାଜୀବ ଗାନ୍ଧୀ ଫଚାୟତିରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଜୀବ ଗାନ୍ଧୀ ଫଚାୟତିରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଜାତୀୟ ଆବାହକ ଶ୍ରୀ କୁନାଲ ବାନାର୍ଜୀଙ୍କ ଉପସ୍ଥିତିରେ ଅନୁଷ୍ଠିତ

ରାଜୀବ ଗାନ୍ଧୀ ଫଚାୟତିରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ରାଜୀବ ଗାନ୍ଧୀ ଫଚାୟତିରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଜାତୀୟ ଆବାହକ ଶ୍ରୀ କୁନାଲ ବାନାର୍ଜୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସଙ୍କ ଉପସ୍ଥିତିରେ ବିଭିନ୍ନ ଜିଲ୍ଲା ଓ ଆଚଳିତ ସଂଯୋଜକମାନେ ଯୋଗଦେଇ ସଂଗଠନର କାର୍ଯ୍ୟାବଳୀକୁ ସମୀକ୍ଷା କରିବା ସହିତ ଆଗାମୀ ଦିନର କାର୍ଯ୍ୟଖସଡା ପ୍ରସ୍ତୁତ କରିଥିଲେ । ସମ୍ବିଧାନର ୭୩ ତମ ଓ ୭୪ ତମ ସଂଶୋଧନ ଆଇନ୍ ମାଧ୍ୟମରେ କଂଗ୍ରେସ ସରକାର ଫଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଯେଉଁ ପ୍ରୟାସ କରିଥିଲେ ତାହାକୁ ରାଜ୍ୟର ବିଜେଡି ସରକାର ଅଣଦେଖା କରୁଛନ୍ତି । 

ଫଚାୟତ ପ୍ରତିନିଧୁମାନଙ୍କର କ୍ଷମତାକୁ ସଂକୁଚିତ କରାଇବା ସହିତ ଫଚାୟତିରାଜ ବ୍ୟବସ୍ଥା ଓ ବର୍ତମାନର ବ୍ୟବସ୍ଥା ବିଡିଓରାଜ ବା ଅଫିସରରାଜ ବ୍ୟବସ୍ଥାରେ ପରିଣତ ହୋଇଛି । ବିଡିଓଙ୍କ ବିନା ଅନୁମୋଦନରେ ଫଚାୟତର ସରପଂଚମାନେ କୌଣସି ପ୍ରକଳ୍ପ କାର୍ଯ୍ୟ କରିପାରୁ ନାହାନ୍ତି କିମ୍ବା କୌଣସି ଅର୍ଥ ପଂଚାୟତ ବିକାଶ ପାଇଁ ଖର୍ଚ୍ଚ କରିପାରୁ ନାହାନ୍ତି । ଗ୍ରାମସଭାର ବିନା ସୁପାରିଶରେ ପଂଚାୟତର କୌଣସି ପ୍ରକଳ୍ପ କରାନଯିବାର ସାମ୍ବିଧାନିକ ପ୍ରାବଧାନ ଥିବା ବେଳେ ରାଜ୍ୟ ସରକାର ‘ଆମ ଗାଁ ଆମ ବିକାଶ’କୁ ଫଚାୟତ ଉପରେ ଲଦି ଦେଉଛନ୍ତି । ଏହା ଫଚାୟତିରାଜ ବ୍ୟବସ୍ଥାର ସଂପୂର୍ଣ୍ଣ ଭାବରେ ପରିପନ୍ଥୀ ଅଟେ । ଫଚାୟତ ବ୍ୟବସ୍ଥାକୁ ସଶକ୍ତ କରାଇ ଗ୍ରାମ ସ୍ଵରାଜ ଦିଗରେ ଆଗୁସାର ହେବା ପାଇଁ ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । 

ଆସନ୍ତା ମାର୍ଚ୍ଚ ମାସ ଶେଷସୁଦ୍ଧା ରାଜ୍ୟର ସମସ୍ତ ବ୍ଲକ ଏବଂ ଜିଲ୍ଲାପରିଷଦ ଜୋନ୍‌ଗୁଡିକରେ ସଂଯୋଜକ ନିଯୁକ୍ତି, ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ । ପ୍ରତି ୱାର୍ଡରୁ ୫ ଜଣ ଲେଖାଏଁ ଗ୍ରାମ ସ୍ଵରାଜ ସାଥୀ” ଚୟନ କରାଯାଇ ଲୋକଙ୍କ ସହିତ ସିଧାସଳଖ ସଂପର୍କ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଆଜିର ବୈଠକରେ ରାଜ୍ୟ ଯୁଗ୍ଧ ସଂଯୋଜକ ବିଜୟ ପ୍ରଧାନ, ଅଂଚଳିକ ସଂଯୋଜକ ନିରୋଜ ଲୋଚନ ଦାସ, ଅଖୁଳ ଭଦ୍ରା, ବିସ୍ମୟ ମହାପାତ୍ର, ନରହରି ବାର୍ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଶ୍ରୀ ସରୋଜ ବାଗ, ନିରଞ୍ଜନ ଲେଙ୍କା, ଲବକୁମାର ସାହୁ, ସୁବାସଚନ୍ଦ୍ର ପ୍ରଧାନ, ପ୍ରଦୀପ୍ତ କୁମାର ନନ୍ଦ, ପ୍ରତାପ ପ୍ରଧାନ, ବିଜୟାନନ୍ଦ ଚାଉଳିଆ, ସୁଦର୍ଶନ ପାଇକରାୟ, ଅଜିତ୍ ମହାପାତ୍ର, ମୀନକେତନ ବେହେରା, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ବନ୍ଦେ ମାତରଂ ସଙ୍ଗୀତରୁ ସଭାକାର୍ଯ୍ୟ ଆରମ୍ଭ ହୋଇ ଜନଗଣ ମନଅଧୁ ନାୟକ ଜୟ ହେ ଜାତୀୟ ସଂଗୀତ ଗାନରେ ସଭା ସମାପନ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget